ଜୀବନ ପ୍ରଦୀପ ଜଳେ ମିଞ୍ଜିମିଞ୍ଜି
ଭୟଲାଗେ ଭାବି ଦିନେ ଯିବ ଲିଭି
ଲାଗଇ କାହିଁକି କାଳେ ଯିବ ଏବେ ଲିଭି
ତେଲ ଥିବାଯାଏ ଜଳିବ ପ୍ରଦୀପ
ତେଲ ଶେଷେ ପୁଣି ଲିଭିବ ପ୍ରଦୀପ
ଏଇତ ବିସ୍ମୟ ଦୁନିଆଁ, ଆଶ୍ଚର୍ଯ୍ୟ ବିହି ୧
ଜୀବନ ମାର୍ଗର ପଥେ ଚାଲେ ନିତି
ଜାଣିବିତ ପଥ ଦିନେ ଯିବ ସରି
ଲାଗଇ କାହିଁକି କାଳେ ଯିବ ଏବେ ସରି
ପଥ ଥିବାଯାଏ ପଥିକ ହୋଇବ
ପଥ ଶେଷେ ନିଜ ବିଲୀନ ହୋଇବ
ଏଇତ ବିସ୍ମୟ ଦୁନିଆଁ ଆଶ୍ଚର୍ଯ୍ୟ ବିହି ୨
ଜୀବନ ଚନ୍ଦ୍ରମା ଜୋଛନା ଢାଳଇ
ଜାଣିବିତ କ୍ଷଣକରେ ଯିବ ଲୁଚି
ଲାଗଇ କାହିଁକି କାଳେ ଯିବ ଏବେ ଲୁଚି
ଉଇଁଥିବା ଯାଏ ଜୋଛନା ଢାଳିବ
ଅଷ୍ଟଗାମୀ ହୋଇ ପୁଣି ଯିବସରି
ଏଇତ ବିସ୍ମୟ ଦୁନିଆଁ ଆଶ୍ଚର୍ଯ୍ୟ ବିହି ୩
ଜୀବନ ନାଟକେ ଅଭିନୟ କରେ
ଭୟଲଗେ ଅଭିନୟ ଯିବ ସରି
ଲାଗଇ କାହିଁକି କାଳେ ଯିବ ଏବେ ସରି
ଥିବାଯାଏ ମଞ୍ଚେ ଅଭିନୟ ଦେଖା
ଦୃଶ୍ୟ ଶେଷେ ଯିବ ସେ ସତେ ବାହୁଡ଼ି
ଏଇତ ବିସ୍ମୟ ଦୁନିଆଁ ଆଶ୍ଚର୍ଯ୍ୟ ବିହି ୪
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼
ଶିକ୍ଷକ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର, ଟିଟିଲାଗଡ଼
ଦୂରଭାଷ- ୯୦୭୮୧୦୫୨୩୪
Go Back to Previous Page
ବିଶ୍ବ କଲ୍ୟାଣ
ରୋଜା ପଣ୍ଡା
Read Article
ଘର ବାହୁଡ଼ା
ରୁଦ୍ରମାଧବ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ