ବହେ ପ୍ରଖର ଉର୍ଦ୍ଧ୍ବଶ୍ବାସ ମୋର
ନଇଁଯାଏ ଆତ୍ମଗ୍ଲାନୀରେ ମୋ ଶୀର
ଆଖିରେ ପଡ଼େ ଯେବେ ପିତୃମାତୃହୀନ
ଅନାଥ, ଅବହେଳିତ ଶିଶୁଙ୍କର
ଶୁଖିଲା ଆଉ ରୋଗିଣା ଶରୀର
ଆଜି କାନ୍ଦୁଛି ମୋ ଧରିତ୍ରୀ ଗୁମୁରି ଗୁମୁରି
ଦେଖି ଅନାହାର ମୃତ୍ୟୁ କୋଟି କୋଟି
କୃଷକର ପୋକମାଛିପରି
ନିରୁପାୟ, ନିର୍ବିକାର ଚାତକ ସେ
କେଇବୁନ୍ଦା ବାରି ଜଳପାଇଁ
ଗଛ କାଟି କୋଠା କରୁଛି ସମାଜ
ତେବେ ମେଘ ଆସିବ ବା କାଇଁ
ସେଇ ତମସାଚ୍ଛନ୍ନ ସମାଜକୁ ସଚେତନ ଦେବାପାଇଁ
ବଢ଼ାଇଛି ପାଦ ଦୀପଟିଏ ଧରି
ବିଶ୍ବକଲ୍ୟାଣର ଶାଖାଟିଏ ହୋଇ
ସୁବର୍ଣ୍ଣପକ୍ଷୀର ସ୍ପପ୍ନ ଅଛି ମନେ
ଆଶା ଅଛି ମୋର ଇନ୍ଦ୍ରଧନୁର ସପ୍ତରଙ୍ଗୀ
ସେଥିପାଇଁ ବାହାରିଛି ବୁଣିବାକୁ
ସମାଜ ଛାତିରେ ବିଶ୍ବକଲ୍ୟାଣର ମଞ୍ଜି
ଛୋଟିଆ ମୁଣ୍ଡରେ ଏତିକି ବୁଝିଛି
ସୀମିତି ସୁଖ ଦେଇଥାଏ ସିଏ
ଯାହା ନିଜ ସୁଖ ପାଇଁ କରାଯାଏ
କରାଯାଏ ଯାହା ପରହିତ ପାଇଁ
ତାହା ନିତ୍ୟ ନୂତନ ଆନନ୍ଦ ଦିଏ
ଆଜି କରୁଛି ପ୍ରତିଜ୍ଞା କେବେ ନିର୍ଦ୍ଦେଶକ
ହୋଇ ତ ପୁଣି କେବେ ଦର୍ଶକ ହୋଇ
କରୁଥିବି କାମ ଆଜୀବନ ମୁହିଁ
ବିଶ୍ବର କଲ୍ୟାଣ ପାଇଁ....
ପୂର୍ଣ୍ଣାନନ୍ଦ ଭବନ, ନେତାଜୀ ନଗର
ମଧୁପାଟଣା, କଟକ, ୭୫୩୦୧୦, ଓଡ଼ିଶା
Go Back to Previous Page
ଏ ଦେଶ ରୀତି
ସନ୍ତୋଷ ପଟ୍ଟନାୟକ
Read Article
ଏଇତ ବିସ୍ମୟ ଦୁନିଆ - ଆଶ୍ଚର୍ଯ୍ୟ ବିହି
ବଲବନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ