ଏ ଦେଶେ ଏମନ୍ତ ଅଛି ଏକ ରୀତି
ମାନ କି ନ ମାନ ତୁମ ସାଧୁମତି
ବୟସ୍କ ଯେତେକ ଏଠି ବୋଲାନ୍ତି ବିଜ୍ଞ
ମୁଣ୍ଡି ମରାରେ ଯେ ଥିଲେ ଦିନେ ଅଜ୍ଞ
ଯେ ବାଳୁତ ଥିଲା ଅତୀତରେ ବିଜ୍ଞ
ଆଜି ସେ ବାଳୁତ ଏ ସମାଜେ ଅଜ୍ଞ
ବୁଢ଼ା ସବୁ ଏଠି ସରବ ଜଣା
ବାଳକ ବୋଲି କି ସେ ମୁରୁଖେ ଗଣା?
ଯୁବକ କଥାକୁ ଏଠି ବି ବ୍ୟାଖ୍ୟା ଦେବି
ସୀମାନ୍ତରେ ପରେ ସେ ମରୁଛି ନିତି
ରାଜନୀତି ଦିନେ ଥିଲା ସେବା ଶ୍ରେଷ୍ଠ
ଆଜି ସେ ହୋଇଛି ମୂଳ ପଥଭ୍ରଷ୍ଟ
ସେବା ଛାଡ଼ି ନେତା ଦେଶକୁ ଲୁଟନ୍ତି
ବଛା ବଛା ବୁଢ଼ା ସେ ପଥ ଆବୋରନ୍ତି
ଏ ଦେଶେ ଉନ୍ନତି କାହିଁ ବା ହୋଇବ
ଯୁବ ସମାଜକୁ ଯେ ତୁଚ୍ଛ ମଣିବ!
ଏଣୁ ହେ ସୁଜନେ ଛାଡ଼ି ବୁଢ଼ା ପ୍ରୀତି
ଚିନ୍ତା କର ଥରେ ଦେଶର ପ୍ରଗତି
ଦୂରେ ଫିଙ୍ଗିଦେଇ ହୀନ ରୀତିନୀତି
ଯୁବଜାତି ଶ୍ରମେ ଦେଶେ ନିଶ୍ଚିତ କର ପ୍ରଗତି
ଗଞ୍ଜାମ, ଓଡ଼ିଶା
Go Back to Previous Page
ନବବର୍ଷର ଶୁଭେଚ୍ଛା
ପଙ୍କଜ ରଣା
Read Article
ବିଶ୍ବ କଲ୍ୟାଣ
ରୋଜା ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ