ସତର, କି ସତେ ଫେରିଯିବ ତୁମେ
ଅନନ୍ତ ସ୍ମୃତିକୁ ହଜେଇ
ଅନ୍ତରରେ ଇତିହାସ ହୋଇଯିବ
କୀର୍ତ୍ତି ଅକୀର୍ତ୍ତିକୁ ସଜେଇ
ଘଟଣା ପ୍ରବାହେ ତୋଳିଧରି ଥିବା
ଉନ୍ମାଦନା ସମ୍ଭାବନାକୁ
ନେପଥ୍ୟେ ଲୁଚାଇ ବ୍ୟଗ୍ର ଯିବାପାଇଁ
ଅଭିମାନ କୁହ କାହାକୁ
ଅନ୍ତର ହୋଇଲେ ଅନ୍ତରେ ବେଦନା
ମର୍ମାହତ କି କରିବନି
ସ୍ବାର୍ଥଚାରୀ ପରି ସାଜ ପଥଚାରୀ
ଅଚିହ୍ନା ସତେ ଏ ଅବନୀ
ସ୍ଥିତ ପାଇଁ ଆଉ ଆଗ୍ରହ କି ନାହିଁ
ଅବା ପ୍ରତିରୋଷ କାହାକୁ
କି, କର୍ତ୍ତବ୍ୟ ସାଧନେ ସତ୍ୟ ନୀତିପଣେ
ବ୍ୟଗ୍ରତା ଦେଖାଅ ଯିବାକୁ
ଚକ ବୁଲୁଥିଲେ ଅଖ ବୁଲୁଥାଇ
ବୁଲେ ପହି ରହି ରହି
ସମୟ କାହାକୁ ଅପେକ୍ଷା କରେନା
ଅବିଶ୍ରାନ୍ତେ ଯାଏ ବହି
ସତ୍ୟ ଏ ବଚନ ପ୍ରତ୍ୟେକ ନବୀନ
ଅବଶ୍ୟ ହୁଏ ପୁରୁଣା
ନୂତନକୁ ସଦା ନୟନ ଝୁରଇ
ସତେ, କୋଟିନିଧି ଗହଣା
ସତର ହେ, ତୁମେ ଛାଡ଼ିଲେ ଧରାକୁ
ଆସିବେ ବିଂଶଶହ ଅଠର
ଆନନ୍ଦ ଉଲ୍ଲାସେ ସ୍ବାଗତ ସମ୍ବର୍ଦ୍ଧନା
ଜଣାଉଛି ନବବର୍ଷର
Go Back to Previous Page
ମୋ ଜନମ ଭୂଇଁ
ଦେବସ୍ମିତା ବେହେରା
Read Article
ଏ ଦେଶ ରୀତି
ସନ୍ତୋଷ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ