ସୁନାର ଓଡ଼ିଶା ଜଗତେ ସରସା
ସେଇ ମୋ ଜନମ ଭୂଇଁ
ଗରଭେ ରହିଛି ଅମୂଲ୍ୟ ସମ୍ପଦ
ତାହାର ତୁଳନା ନାହିଁ
ଗଙ୍ଗାଠାରୁ ଗୋଦାବରୀ ତଟ ଯାଏ
ତା’ର ସୀମା ବ୍ୟାପିଥିଲା
ଦେଶ ବିଦେଶରେ ଏ ମାଟି ସନ୍ତାନ
ବ୍ୟବସାୟ କରୁଥିଲା
ବୀର ଓଡ଼ିଆଙ୍କ ବୀରତ୍ବ କାହାଣୀ
ଆଜି ଇତିହାସ ହୋଇଗଲା
ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ
ସାରା ବିଶ୍ବରେ ବିଖ୍ୟାତ ହେଲା
ସୁଜଳା ସୁଫଳା ଏ ପୂଣ୍ୟଭୂମି
ସବୁ ଦେଇଛି ଆଜି ହରାଇ
କି ଥିଲା ଏ ରାଜ୍ୟ କି ହୋଇଛି ଆଜି
ଦେଖିଲେ ଦୁଃଖ ଲାଗଇ
ଖଣି ମାଫିଆଠୁଁ ଚିଟ୍ଫଣ୍ଡ ଯାଏଁ
କେଳେଙ୍କାରୀ କେତେ ଆଜି
ଦୂର୍ନୀତିର ପଙ୍କତଳେ ଚାପି ହୋଇ
ସୁନାମ ଯାଇଛି ହଜି
ତଥାପି ଦିନେ ନା ଦିନେ ଏ ଓଡ଼ିଶା
ଫେରିପାଇବା ତା’ର ସୁନାମ
ହୃତଗୌରବକୁ ଫେରାଇ ଆଣିବ
ବଖାଣି ରଖିବ ନାମ
ବାୟାବାବା ମଠ ଲେନ୍
ଭୁବନେଶ୍ବର - ୨୨
Go Back to Previous Page
ବୃନ୍ଦାବନଂ ପରିତେଜ୍ୟ ପାଦମେକମ୍ ନ ଗଚ୍ଛାମି
ଅନୁସୂୟା ମିଶ୍ର
Read Article
ନବବର୍ଷର ଶୁଭେଚ୍ଛା
ପଙ୍କଜ ରଣା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ