ଦେଖ ତ ନିରେଖି...
ଆଜି ବି ମୁଁ ସେଇଠି ହିଁ ଅଛି
ଯଶୋଦାଙ୍କ ଆକୁଳ ମାତୃତ୍ବରେ
ରାଧାଙ୍କର ଅନୁଢ଼ା ଅନ୍ୟମନସ୍କତାରେ
ନନ୍ଦଙ୍କର ଗର୍ବିତ ପିତୃତ୍ବରେ
ସଖାମାନଙ୍କର ସମର୍ପିତ ଅନ୍ତରଙ୍ଗତାରେ
ଗୋପନାରୀଙ୍କ ଦହିହାଣ୍ଡିରେ ସଞ୍ଚିତ
ଐକାନ୍ତିକ ଆତ୍ମୀୟତାରେ
ଗୋପଦାଣ୍ଡର ସୁରଭିତ ପ୍ରତିଟି ଧୂଳିକଣାରେ
ତେବେ କାହିଁକି ଏ କଳଙ୍କର ବୋଝ?
କାହିଁକି ବା ଆଖି କୋଣେ ମୋର
ଦେଖିବାକୁ ଚାହଁ ତୁମେ
ଢଳ ଢଳ ଟୋପାଏ ବିରହ?
ଗଲି ବା କୁଆଡ଼େ ଯେ
ନ ଫେରିଲି ବୋଲି ଅପବାଦ!
ବିଚ୍ଛେଦ କାହିଁ ଯେ ବିରହର ସୂତ୍ରପାତ ହେବ!
ଅଷ୍ଟମହିଷୀଙ୍କ ଆଗ୍ରହରେ
ଆଜି ବି ମୋ ମନ ଚାହେଁ
ରାଧାଙ୍କର ସ୍ବର୍ଗୀୟ ସାନ୍ନିଧ୍ୟ
ସ୍ବଜନଙ୍କ ପରିବେଷ୍ଟନୀରେ
ଆଜି ବି ମୁଁ ଖୋଜିହୁଏ
ଗୋପୀଙ୍କର ଏକାତ୍ମତା ଭାବ
ହେ ଭାଗବତ!
କିଏ ବା ଚିହ୍ନିଛି ମୋତେ ତୁମଠୁ ଅଧିକ?
କର୍ତ୍ତବ୍ୟର ଆହ୍ବାନରେ ସିନା ଶରୀର ବିବଶ
କିନ୍ତୁ, ଆତ୍ମାରେ ଆତ୍ମାରେ...
ଆଜି ବି ମୁଁ
ଗୋପର ସେଇ ଗୋପାଳ ବାଳକ
Go Back to Previous Page
ଶୀତୁଆ ରାତିର ମିଠା ସପନ
କୁମାର ଲୋକେଶ୍
Read Article
ମୋ ଜନମ ଭୂଇଁ
ଦେବସ୍ମିତା ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ