ଗୋଲୋକ ଲଲାଟ ଧାରୀ
କଳାପ ଶବଳ ନାରୀ
ତୋ ଆସ୍ୟ ଦର୍ଶନାର୍ଥେ ବ୍ୟାକୁଳ ଏ ସଂବରାରି
ତୁରଙ୍ଗ ମନରେ ଅନଳ ଜ୍ବାଳା
କୁରଙ୍ଗ ଗତିରେ ଜପୁଛି ମାଳା
ରୂପ ଲାବଣ୍ୟ ଜାତୀ, ଫେରିଆ ମୋ ସ୍ବପ୍ନ ଅବଳା୨
ସୁମନ ସଞ୍ଜରେ ତୁ ରଙ୍ଗ ରୋହିଣୀ
କେଶ ବିନ୍ୟାସରେ ରମା ରୁଦ୍ରାଣୀ
ମନେ ଲଗାଇ ପ୍ରେମର ହୟ ହଜିଗଲୁ କାହିଁ ରୂପବନଜିନୀ୩
ମୃଗେନ୍ଦ୍ରାଣୀ କଟି ସାଙ୍ଗକୁ ମଞ୍ଜୁଳ କର
ଗଠନରେ ଗର୍ବିତ ଜଙ୍ଗମ ସ୍ଥାବର
ଶୋଭନ ବଦନରେ ବିମୋହିତ ସବୁ ନର ଗୁଞ୍ଜର୪
ଚାହାଣୀରେ ଉଚ୍ଛୁଳେ ବୁକୁ ବାରିଧି
ଠାଣୀରେ ଟାଣୁ ତୁ ସ୍ବପ୍ନପାରିଧି
ହେ, ସୌନ୍ଦର୍ଯ୍ୟଯାମିନୀ, ଅନ୍ତକର ମୋ ଅପେକ୍ଷା ଅବଧି୫
ବାକ୍ୟରୁତ ତୋର ଅମୂଲ୍ୟ ବସନ
ରବିଚନ୍ଦ୍ର ମିଳନେ ଗଢ଼ା ଲୋଚନ
ସ୍ବପ୍ନରେ ହେଉପଛେ, ଭ୍ରମଣ କରାଇ ନେ ଅମ୍ବୁଧିକାନନ୬
କୋକିଳା କମଳା କଣ୍ଠ ଜନୟିତା
ଅଭ୍ରକନ୍ୟା ତୁ ମହୀ ପୁଷ୍ପିତା
ଲୋକ ବିଷ୍ଟପେ ନାହିଁ ତୋ ପରି କେହି ସର୍ବଗୁଣାଳଙ୍କୃତା୭
ବୀର ସୁରେନ୍ଦ୍ରସାଏ ବିଶ୍ବବିଦ୍ୟାଳୟ, ବୁର୍ଲା,
ସମ୍ବଲପୁର, ଓଡ଼ିଶା
Go Back to Previous Page
ତମେ ଆସିବ
କାର୍ତ୍ତିକ ପାଣିଗ୍ରାହୀ
Read Article
ସପନର ପଥେ
ସତ୍ୟବ୍ରତ ବାରିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ