ଜାଣିଥିଲି, ତମେ ଆସିବ...
ପ୍ରତିଟି କ୍ଷଣକୁ ଉତ୍କଣ୍ଠାରେ ଭରିବାକୁ
ତମେ ଆସିବ...
କିଛି ଖୁସି କିଛି ଦୁଃଖର ପସରା ନେଇ
ତମେ ଆସିବ...
ସତ ମିଛର ଛାଇ ଆଲୁଅରେ ଛନ୍ଦି ହୋଇ
ତମେ ଆସିବ...
ଏକ ଅନିଶ୍ଚିତ ଭବିଷ୍ୟତର ଇନ୍ଦ୍ରଜାଲ ନେଇ
ତମେ ଆସିବ...
ଆଜିର ହରିଶ୍ଚନ୍ଦ୍ର କାଲିକି ହରିଆ କହିବାକୁ
ତମେ ଆସିବ...
ନିଷ୍ପ୍ରଭ ଆଖିରେ ଆଲୋକର ଉତ୍ସ ନେଇ
ତମେ ଆସିବ...
ନିର୍ଭୟାମାନଙ୍କ ଆଖିରୁ ଭୟ ହଟେଇବାକୁ
ତମେ ଆସିବ...
ସମୟ ସୁଅରେ ସମୟ ବି ତୁଚ୍ଛ କହିବାକୁ
ତମେ ଆସିବ...
ରାଜନୀତିର ଅନ୍ଧାରୀକରଣ ଦୁରେଇବାକୁ
ତମେ ଆସିବ...
କିଛି ପଶୁଙ୍କ ମୁହଁରୁ ମଣିଷ ମୁଖା ଖୋଲିବାକୁ
ତମେ ଆସିବ...
କିଛି ମଣିଷଙ୍କୁ ପଶୁର ମୁଖା ପିନ୍ଧାଇବାକୁ
ତମେ ଆସିବ...
ଘୃଣ୍ୟ ରାଜନୀତିର ଯବନିକା ପକାଇବାକୁ
ତମେ ଆସିବ...
ଆଚରଣ ଓ ଉଚ୍ଚାରଣର ପରିଭାଷା କହିବାକୁ
ତମେ ଆସିବ...
ସତ୍ୟଶିବ ସୁନ୍ଦରର ଆଧ୍ୟାତ୍ମିକ ଭାବନେଇ
ତମେ ଆସିବ...
ତମର ବି ଅବଧି ୩୬୫ଦିନ ଏହା ଜାଣି ବି
ତମେ ଆସିବ...
ଏକ ନୂତନ ସକାଳର ଆଶାର ଆଲୋକରେ
ତମେ ଆସିବ...
ସନ୍ତାପିତଙ୍କ ପାଇଁ ସାନ୍ତ୍ବନାର ବାର୍ତ୍ତାନେଇ
ତମେ ଆସିବ...
ହେ ନୂଆବର୍ଷ ସତରେ କ’ଣ କିଛି ନୂଆ ନେଇ
ତମେ ଆସିବ...?
ବ୍ରହ୍ମପୁର
Go Back to Previous Page
ତୁମେ ଆସିଲ ଗୋ ପ୍ରିୟା
କାହ୍ନୁଚରଣ ସାହୁ
Read Article
ସର୍ବଗୁଣାଳଙ୍କୃତା
ରିଭୁ ଆଭୁଷଣ ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ