ତୁମେ ଆସିଲ ଗୋ ପ୍ରିୟା
ତୁମ ପାଦ ପାଉଁଜିର ରୁଣୁଝୁଣୁ ଝଙ୍କାର
କର୍ଣ୍ଣେ ମୋର ଗୁଞ୍ଜରିତ ହୁଏ
ତୁମ ନରମ ନରମ ଗୋଲାପୀ ଓଠର
ମିଠା ମିଠା କେଇ ପଦ କଥା
ଶୁଣିବାକୁ ମୁଁ ଅଧିର ହୁଏ
ଲାଜେଇ ଲାଜେଇ ଲାଜୁଆ ମୁହଁରେ
ଆସ ତୁମେ ଯେବେ ଧିରେ ଧିରେ
କୋଇଲି ଗାଏ କୁହୁ ଗୀତ
ତୁମରି ଆସିବା ଖୁସିରେ
କଳା ମଚମଚ କଜଳି କେଶକୁ
ମଧୁଝରା ତୁମ ମୁରୁକି ହସ
ପୂର୍ଣ୍ଣିମା ରାତିର ଗୋଲ ଜହ୍ନତୁମେ
ଦୁଇ ଆଖିରେ ମୋ ନାଚି ଉଠ
ଆଗୋ ସୁନୟନା ଆସ ଯେବେ ତୁମେ
ପାଖେଇ ପାଖେଇ ପାଶକୁ ମୋର
ହୃଦୟର ଗତି ତୀବ୍ର ବେଗରେ
ଧାଉଁଥାଏ ଡେଇଁ ବନ୍ଧବାଡ଼
ଚାପି ରଖିଥାଏ ହୃଦୟର ବେଦନା ସବୁ
ତୁମ ଆସିବା ବାଟକୁ ଚାହିଁ
ବାହୁ ବନ୍ଧନେ ଛନ୍ଦିଦେବାର ଇଚ୍ଛା ସତ୍ତ୍ବେ
ପାରେନାହିଁ ଛନ୍ଦି ମୁହିଁ
ବିଏସ୍ସି ଶେଷ ବର୍ଷ, ଡିଗ୍ରୀ କଲେଜ,
ଏମ୍. ରାମପୁର, କଳାହାଣ୍ଡି, ଓଡ଼ିଶା
ଭ୍ରାମ୍ୟଭାଷ : ୯୫୫୬୮୨୨୪୪୭
Go Back to Previous Page
କୁହୁଡ଼ି
ଓଁକାର ଦାଶ
Read Article
ତମେ ଆସିବ
କାର୍ତ୍ତିକ ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ