କୁହୁଡ଼ିର ଚାଦର ପଛରେ
ଲୁଚିଯିବା ଅଭ୍ୟାସ ତୁମର
ଭାଙ୍ଗିଦେଇ ମୋ ସ୍ବପ୍ନର ନଅର
ଦରଦ ଦେଇ ହାଡ଼ଭଙ୍ଗା ଶୀତର
ତମେ ଉଭାନ୍ ହୁଅ
ସାଜି ସ୍ବାର୍ଥପର....
ବେଳେ ବେଳେ ଶଙ୍କା ହୁଏ
ଏହା ଚାଦର ନା ଏକ ପ୍ରାଚୀର
ବିଫଳ ହୁଏ ମୁଁ ଅନେକ ଚେଷ୍ଟାରେ
ପାରେନାହିଁ ଯାଇ ପ୍ରାଚୀର ଡେଇଁ
ବଢ଼େ ଯନ୍ତ୍ରଣା ହୃଦୟର....
ତମେ କଣ ଲୌହଠୁ ବି କଠୋର
ତମ ହୃଦୟ କଣ ସତରେ ଏତେ ନିଷ୍ଠୁର
ମୋ ଲୁହର ବନ୍ୟା କ’ଣ
ପାରିବନି ଭାଙ୍ଗି ସେ କୁହୁଡ଼ି ପ୍ରାଚୀର
ବାସ୍ତବ ହେବନି କ’ଣ
ସପନର ସେହି ଗୋଲାପୀ ସହର...
Go Back to Previous Page
ଅନନ୍ୟ ପ୍ରେମିକ
ଜ୍ୟୋତିରାଦିତ୍ୟ ପୁଝାରୀ
Read Article
ତୁମେ ଆସିଲ ଗୋ ପ୍ରିୟା
କାହ୍ନୁଚରଣ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ