ଭାବନାରେ ବଣିକଟେ ହେଇ
ତୋ ବାଟରେ ପ୍ରତୀକଟେ ହେଇ
ଇଚ୍ଛା ହୁଏ ରହିବାକୁ ମୋତେ
ତୋ ପ୍ରେମରେ ପ୍ରେମିକଟେ ହେଇ
ନିଃଶ୍ବାସରେ ମହକଟେ ହେଇ
ଲକ୍ଷ୍ୟହୀନ ପଥିକଟେ ହେଇ
ଅଟକାଇ ସମୟର ବେଗ
ଚାହିଁଥିବି ଚାତକଟେ ହେଇ
ଯାମିନୀରେ ଚମକଟେ ହେଇ
ମୋହିନୀରେ ମାଦକଟେ ହେଇ
ଦୁନିଆର ଯେତେ ସବୁ ସୁଖ
ହାତେଇବି ସାଧକଟେ ହେଇ
କୁଲିଗାଁ, ବଡ଼ମହେଶ୍ବର
ଖଡ଼ିଆଳ, ନୂଆପଡ଼ା
ଭ୍ରାମ୍ୟଭାଷ : ୯୯୩୭୧୫୩୦୦୩
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ