ସଂଜକୁ
ଖୋଜିଲି ମୁଁ
ଗୋଧୂଳିରେ
ଗାଈଆଳ ଟୋକାସହ
ଗୋଠ ଭିତରେ
ସଂଜକୁ
ଖୋଜିଲି ମୁଁ
ମଂଦିର ଘଣ୍ଟଆଳତିରେ
ବଳିତା ନିଆଁରେ
ସଂଜକୁ
ଖୋଜିଲି ମୁଁ
ଚକ୍ରବାଳ ଆରପଟ
ସବୁଜ ବନାନୀର
ହଜିଥିବି ସବୁଜିମା ଭିତରେ
ସଂଜକୁ
ଖୋଜିଲି ମୁଁ
ସହରର ରାଜରାସ୍ତାରେ
ଲିପଷ୍ଟିକରଂଗ ବୋଳା
ଳଳନାର ଓଠରେ
ଖୋଜିକି ପାଇଲି ଯାହା
ଏଇମିତି ଜୀବନ ବୃତ୍ତରେ
ସଂଜ ଆସେ ଓ ନଁଇ ଯାଏ
ଓଠ ର ହସରେ ଅବା
ଆଖିପତା ଦୁଃଖର ଲୁହରେ
କେବେ କେମିତିକା
କେଉଁ ଏକ ଦରଦୀ କବି ହୃଦୟ
ବୀଣାର ଝଂକାରେ ସତେ କି
କବିତାର ପଂକ୍ତି ଭିତରେ
୫୪ ଆର୍ୟ୍ୟପଲ୍ଲୀ, କିଟଛକ,ପଟିଆ
ଭୂବନେଶ୍ବର ୭୫୧୦୨୪
ଦୂରଭାଷ ୯୪୩୭୦୮୫୩୯୬
Go Back to Previous Page
ବିଦାୟୀ ବେଳାରେ ସତର
ସନ୍ତୋଷ ପଟ୍ଟନାୟକ
Read Article
ହଳଦୀ ବସନ୍ତ...
କୁମାର ଲୋକେଶ୍
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ