ରାମେଶ୍ବର ବବା କହେଲେ ସେ ଗୁଟେ ଆମର ଗାଁର ପଢ଼ା ସୁନା ଲୋକ୍ ଆଏ
ତାକର ବେଲେ ସେ ସାତ୍ କ୍ଲାସ୍ ତକ ପଢ଼ିଛେ
ହେଲେ ବିଚରା କାଏ କରବା ଚାକ୍କରି ବାକ୍କରି ନାଏ କରବାର ଘରେ ଚାଷ ବାଷ କରୁଛେ
ରାମେଶ୍ବର ବବା ଆମର ଘରକେ ସବୁଦିନ ବୁଲି ଆଉଥିଲା ବେଲେ ମତେ ପଚାରୁ ଥିଲା
ବାବୁ ତୁଇ ବଡ଼ ହେଲେ କାଏଟା ବନବୁ ?
ମୋର ମନେ ଅଛେ ସେତକି ବେଲେ ମତେ ବାରବଛର ହେଉଥିଲା
ମୁଁଇ ତାକେ କହେଲି ବଡ଼ ହେବି ହେଲେ ବବା ମୁଁଇ ଗୁଟେ ଚାଷି ହେବି
ଫିନଘାଏ ସେ ପଚାରଲା କାଏ ହେଲାଯେ ତୁଇ ଚାଷି ହେବୁବୋ ?
ଲୋକ୍ ମାନେ ଚାକ୍କରି ବାକ୍କରି କରୁଛନ୍ ଆଉ ବିଦେଶ ଯାଉଛନ ପଇସା କମୋଛନ୍ ଆଉ ତୁଇ କାଏ ହେଲାଯେ ଚାଷି ହେବୁ
ମୁଇଁ ଫିନଘାଏ ଜବାବ୍ ଦେଲି ନାଇଁ ଗୋ ବବା ସଭେ ଜଦି ପାଠ ପଢ଼େବେ ଚାକ୍କରି କରବେ ହେଲେ ଚାଷ କିଏ କରବା କହତ
ଆଉ କିଏ ଦେଶକେ ପୁଷବା ସଭେ କାଏଁ ପଏସା କେ ଖାଏବେ
ଏନ୍ତା କହେଲି ରାମେଶ୍ବର ବବାକେ
ସେ କହେଲାଯେ ହଇବୋ ବାବୁ ତୁଇ ଠିକ କହୁଛୁ ଯେ ତୋରଟା ବି ରାଇଟ କଥା ଆଏ ଯେ କାଏ କରବୁ ଆଏଜ୍ କାଲିର୍ କଥାତ ଯାନୁଛୁ ?
ସଭେ ଚାହେସନ୍ ବସି ବସି ଖାଏବାର କାଞ୍ଜେ କେହିବି ଇଟା ନାଏ ଚାହନ୍ କି ଚାଷ କରବାକେ
ଆଉ ଗୁଟେ କଥା ?
ଆଜି କାଲିତ ଜାନୁଛୁ ଚାଷି କେ କେହିଁ ନାଇଁ ପଚାରବାର କି ଚାଷିର ଦୁଖ୍ ବି ବୁଝି ନାଇଁ ପାରବାର
ନିଜେତ ସରକ୍କାର ତ ବୁଝି ନାଇଁ ପାରବାର ଆଉ ମାନଙ୍କର ଛାଡ଼
ସରକ୍କାର ନାଇଁ ବୁଝି ପାରବାର ବେଲେତ ବୋ ଚାଷି ମରୁଛନ
ହଁ ବବା ଠିକ୍ କଥା ଯେ କାଏ କରଲେ ଚାଷି ନାଇଁ ମରନ ଟିକେ ବତାବକାଏଁ କହି ମୁଁଇଁ ପଚାରଲି
ସେ କହେଲେ ହଇରେ ବାବୁ ଚାଷି ମରବାର ଟା ଗୁଟେ ଏନ୍ତା ଆଏ
ଚାଷିକେ ଯଦି ଠିକ୍ ସମିଆ ଥି ସାର୍ ପତର୍ ଅଶୋ କସା ମିଲତା ବେଲେ ଚାଷି ମରବାର ଗୁଟେ ବଚି ଯିତା
ଆଉ ଦୁଇରେ ବିହନ ଠିକ୍ ଠାକରେ କମ ପଇସା ଥି ମିଲତା
ଆଉ ଗୁଟେ କଥା ଚାଷିର କାଞ୍ଜେ ଚାଷ ବାଷର ମିସିନ କମ୍ ଦାମରେ ମିଲତା
ଆଉ ମରୁଡ଼ି ହେଲେ ଠିକ୍ ସମିଆଥି ପଇସା ପତର ମିଲତା
ଆଉ ମରୁଡ଼ି ହେଲେ ବ୍ୟାଙ୍କର ଯେନ୍ ଲୁନ୍ କିଛି ମାତ୍ରା ଛାଡ଼ ହେତା ବଏଲେ ଚାଷି ମରବାର୍ ବନ୍ଦ ହେତା କହି ବବା କହେଲେ
ବବାର କଥା ଶୁନି ମୁଁଇଁ ମନେ ମନେ ଭାବଲି ଚାକ୍କରି କରବିକି ଚାଷ କରବି
ଶେଷେ ବିଚାର୍ କରଲି ଚାଷ୍ କରବି ଆଉ ସଂସାର ଚଲାବି
ସତକେ ସତ୍ ବଡ଼ ହେଇ କରି ଚାଷ କରଲି
ଆଉ ଭଲ ଚାଷ୍ କରି ଭଗବାନର୍ ଆର୍ଶିରବାଦନୁ ସରକ୍କାର ତରଫନୁ ମତେ ବେଷ୍ଟ ଅଫ୍ ଫାରମର୍ ଆଓ୍ବାର୍ଡ ମିଲଲା
ମୁଁଇଁ ଆଏଜ୍ ବହୁତ ଖୁସି ଅଛେ ଆଉ ମୋର ସବୁ ଚାଷି ଭାଇ ମାନଙ୍କୁ କହୁଛେ
ଆଶ ଭାଇ ବହେନ ଚାଷ କରମା
ଆଉ ଚାଷ କାମକେ ବଢ଼େଇ ନେମା ॥
ବୁଡ଼ାବାହାଲ
ସୁନ୍ଦରଗଡ଼
ମୋ- ୮୭୬୨୩୯୦୦୭୩
Go Back to Previous Page
ପାଗଳ ଏ ମନ ମୋର
ସୀମାଞ୍ଚଳ ରଣା
Read Article
ଶୁଭ୍ର ଜ୍ୟୋତ୍ସ୍ନାତୁମେ
ସନାତନ ମହାକୁଡ଼
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ