ଆଜିବି ଅନ୍ଧାର ରାତିରେ
ତୋ ଗାଁ ବାଟେ,
ରତ୍ରୀଯାନ ଯେବେ ଛୁଟେ
ଅଟକି ଯାଏ ମୋ ଅମାନିଆ ମନ,
ତୋହରି ଘର ପାଖରେ
ଝାପସା ଜହ୍ନ ଆଲୁଅରେ ପୁଣିଥରେ,
ମନେ ପଡେ ଅତୀତ
ସାଉଁଟି ବସେ ମୁଁ ପ୍ରୀତିର ଜୋଛନା,
ସହି ସହି ମୃଦୁ ଆଘାତ
ସ୍ୱଳ୍ପ ରହଣି ରେ ମଧ୍ୟ ଖୋଜିବସେ ମୁଁ,
ବିତିଥିବା ସେଇ ମୁହୂର୍ତ୍ତ
ଗାଡିର ଝରକାରୁ ନିରୀକ୍ଷଣ କରେ,
ସେଇ ଦରଭଙ୍ଗା ନଳକୂପ
ନାଲି ଲେହେଙ୍ଗା କୁ ରିବନ ଫିତା,
କେଶ କରି ସୁସଜ୍ଜିତ
ବାହାନା କରି କଳସୀ ଧରି,
ନଳକୂପ ପାଖେ ନାଁହୁତ ?
କେମିତି ଭୁଲିବି ଅଭୁଲା ଅତୀତକୁ ମୋର,
ଯେବେ ଅପେକ୍ଷା ଥାଉ
ଆଖିରେ ଅଞ୍ଜନ ବୋଳିଦେଇ,
ବାଟଚାହିଁ ମୋତେ ରହିଥାଉ ତୁ
ମୁଁ ନିଶବ୍ଦ ରାତିରେ ପାଦ ଚିପିଚିପି,
ପହଁଚି ଯାଏ ତୋ ପାଖେ
ତୋ ଲାଜୁଆ ମୁହଁକୁ ପେଜୁଆ ଓଠରେ,
ଚୁମ୍ବନର ଭିଡ଼ ସାଥେ
ହଜିଗଲା ସେହି ବୟସ ର ଜହ୍ନ,
ପାଉନି ଏବେ ମୁଁ ଖୋଜି
ଅନୁଭବ ଖାଲି କରୁଛି ସେ ସବୁ,
ତୋ ଗାଁ ବାଟରେ ଆଜି
ସ୍ୱପ୍ନ ଫୁଲବନେ ମରିଚିକା ଦେଇ,
ଚାଲିଗଲୁ ବହୁଦୂରେ
ଭୁଲିପାରିନି ମୁ ନିଷିଦ୍ଧ ରାତି କୁ,
ଆଜି ବି ରଖିଛି ମନେ
ପ୍ରତିଷ୍ଠାତା-ପୁଣ୍ୟତୋୟାଜାହ୍ନବୀ
କୁର୍ତ୍ତମଗଡ଼, କନ୍ଧମାଳ
Go Back to Previous Page
ନୀରବ ଝଡ଼
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ରାମେଶ୍ବର ବାବା
ସୁଦାମ ଗୌଡ଼
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ