ନୀରବତାର ନୀଡ
ନୀରବର ଭାଷା
ନୀରବ ମନର ଆଶା
ନୀରବରେ ନୀରବ
ନୀରବର ଭାବ
ନୀରବ ବି ଗମ୍ଭୀର
ନୀରବ ହିଁ ସମ୍ଭାର
କଳନାର ନୀରବ ଚାଦର
ବରଷେ ଅଜସ୍ର ନୀରବ ନୀର
ସମୁଦ୍ର ବି ନୀରବ
ମନଟା କାନ୍ଦୁଛି ନୀରବ
ପ୍ରେମ ବି ନୀରବ
ବୁଝିହୁଏ ନୀରବ
ଭଲଲାଗେ ଏକାନ୍ତତା
ରାତ୍ରୀର ନୀରବ ଚାହାଣୀଟା
ହୃଦୟର ସ୍ପନ୍ଦନ ବଖାଣି
ମନକୁ ମନ ହୁଏ ଋଣୀ
କିଛି ନୀରବତା ପଢିହୁଏ
କିଛି ଝଡ ଆଣି ଆସିଯାଏ
ନୀରବର ଚିଠିରେ
ବର୍ଣ୍ଣିତ ଆବେଗ ହୃଦୟରେ
ଇନ୍ଦ୍ରଧନୁର ନୀରବତା
ଛାଇ ଛାଇର ବରଷାଟା
ଶୁଣାଏ ଗୀତ ନିରୋଳାରେ
ହଜାଏ ମନ ଏକାନ୍ତରେ
ଖୋଜଇ ହଜାଇଥିବା ମନରେ
ବାଟବଣା ଏ ସମର ସ୍ମରଣରେ
ନୀରବର ପର୍ବ ନିଆରା
ପ୍ରେମରେ ଏ ଜୀବନ ଅଧିରା |
Go Back to Previous Page
କବିତା
ସ୍ବରୂପା ମହାନ୍ତି
Read Article
ପାଗଳ ଏ ମନ ମୋର
ସୀମାଞ୍ଚଳ ରଣା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ