କବିତା ହଜିଯାଇଛି
ତା ସହିତ ହଜିଯାଇଛି ତା ଶବ୍ଦ, ତା ଭାବପ୍ରବଣତା
ମୋତେ ଶୁଭୂଛି ସେ ଗୁମୁରୀ କାନ୍ଦୁଛି,
କିନ୍ତୁ ଆଉ କେହି ଶୁଣିପାରୁ ନାହାଁନ୍ତି ତାକୁ
ସେ ଏକା ହୋଇ ଯାଇଛି,
ତା ହୃଦୟକୁ ହେଇଛି ଶକ୍ତ ଏକ ଧକ୍କା
ସେ ଲୁହ ଗଡୋଉଛି,
କିନ୍ତୁ ଆଖୀରୁ ନୁହେଁ ଅନ୍ତରରୁ
ସତେକି ରକ୍ତ ଝରୁଛି
ତା ଶବ୍ଦରୁ ପ୍ରେମ ଦୂରେଇ ଯାଇଛି
ତା ଆନ୍ତରିକତାରୁ ପୋଛି ହେଇ ଯାଇଛି ଶୋଷ..
କୋଉଠି ହଜିଗଲା ସେ
କିଏ ତାକୁ ଚୋରେଇ ନେଲା,ଆଉ କାହିଁକି
ଯେ ନେଇଗଲା ତାକୁ କଣ ଦିନେହେଲେ
ଆନ୍ଦୋଳିତ କଲାନି କବିତାର ବୁକୁଫଟା ସ୍ୱର
କବିତା ଏକାକୀ,ଖୁବ୍ ଏକାକୀ
ତା ସ୍ୱପ୍ନରେ ସେ ଓ ତା ନିଜର କେହିଜଣେ
ଚାରିପଟେ ସମୁଦ୍ର ,ସମୁଦ୍ର ମଝିରେ ଦୁଇଟି ନ୍ଉକା
ତା ନଉକା ରେ ସେ ଏକାକି
ମୁଣ୍ଡ ଉପରେ ବିଶାଳ ଆକାଶ
ଆକାଶରେ ଛାଇଛାଇ ଜହ୍ନ
ଚତୁର୍ପାର୍ଶ୍ୱେ ନିରବତା
ଦୂର ବହୁଦୂରୁ ଭାସିଆସେ ଯନ୍ତ୍ରଣାର ସ୍ୱର
ହୁଏତ ଏ ସ୍ୱର କବିତାର ହୃଦୟ ଭାଂଗିବାର
ପ୍ରଥମ କରି ସେ ଯେ ଶବ୍ଦକୁ ହୃଦୟ ଦେଇ ବସିଥିଲା
ଯାଣି ନଥିଲା ସେ,ଏ ସବୁ ଅଢେଇ ଦିନିଆଁ
ମାୟା ମରିଚିକା..
କବିତା ଛଟପଟ ହେଉଥିଲା
ଭିତରେ ଭିତରେ ଜଳୁଥିଲା
ସତେକି ଶବ୍ଦର ମୋହ ତାକୁ ପଂଗୁ କରିଦେଇଥିଲା
ସେ ସତଚେଷ୍ଟା ସତ୍ୱେ ମରି ପାରୁ ନଥିଲା
ନିଜକୁ ଖୋଜୁଥିଲା,କିନ୍ତୁ ନିଜେ ବି ଆଉ ନିଜର
ହେଇ ନଥିଲା.. କବିତା ଯେ ହଜିଯାଇଥିଲା
ମାର୍ଫତ : ଦିଲ୍ଲୀପ କୁମାର ସାହୁ,
ଶିବାଜୀ ନଗର, ସତୀଚଉରା ନିକଟ, ତୁଳସୀପୁର, କଟକ - ୭୫୩୦୦୮, ଓଡ଼ିଶା
ଭ୍ରାମ୍ୟଭାଷ : ୯୯୩୭୪୮୨୭୦୯
Go Back to Previous Page
ଅନ୍ତଃସ୍ବର
ସିପ୍ରା ନାମତା
Read Article
ନୀରବ ଝଡ଼
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ