ବିପଦର ପ୍ରଥମ ଦିନମାନ
ଏ ଭିତରେ ଅନେକ ଅନେକ ଦିନ ବିତି ଗଲାଣି ଦଳରେ ବେଶ କିଛି ଛୁଆ ଜନ୍ମ ନେଲେଣି ଦଳର ସଂଖ୍ୟା ଧିରେ ଧିରେ ବଢିବାକୁ ଆରମ୍ଭ କଲାଣି ସିଂହମାନଙ୍କ ଜୀବନରେ ଅନେକ ପରିବର୍ତନ ଘଟିବ ଏକ ଶିଶୁରୁ ଛୁଆ ସମୟକ୍ରମେ ବିଶାଳ ସିଂହରେ ପରିଣତ ହେବେ
ଏହି ଦଳରେ କିଛି ଦିନ ତଳେ ଦୁଇଟି ଛୁଆ ଜନ୍ମ ନେଇଥିଲେ ଏହି ଦୁଇ ଛୁଆ ନିଜର ଦଳ ଛାଡି ବାହାରି ଯିବେ ଦଳରେ ତରୁଣ ସିଂହ ମାନେ ରହି ପାରିବେ ନାହିଁ ଅବଶ୍ୟ ସେ କଥା କିଛି ବର୍ଷ ପରେ ଘଟିବ ଏବେଠାରୁ କିଛି କଥା ସେମାନଙ୍କୁ ନେଇ ବର୍ଣିତ ହୋଇଛି
ଏମାନଙ୍କୁ ନାଁ ତ ଦେବାକୁ ପଡିବ ଛୁଆ ଦୁଇଟିଙ୍କ ନାମ ଜୟ ଆଉ ବିଜୟ ରଖାଯାଉ ଦୁଇଟି ଯାକ ଅଣ୍ଡିରା ଛୁଆ ଏକା ବୟସର ଏକା ସମୟରେ ଜନ୍ମ ନେଇଥିଲେ
ଜୟ ଆଉ ବିଜୟ ମାର ଦ୍ବିତୀୟ ଗର୍ଭର ଛୁଆ ମା’ର ପ୍ରଥମ ଗର୍ଭପରେ ଛୁଆ ବଢେଇବାରେ କିଛିଟା ଅଭିଜ୍ଞତା ଆସି ଯାଇଥିଲା ପ୍ରଥମ ଗର୍ଭରେ ସିଂହୀଟିକେ ବ୍ୟସ୍ତ ବିବ୍ରତ ହୋଇ ପଡେ କିନ୍ତୁ ଦ୍ୱିତୀୟ ଗର୍ଭ ବେଳକୁ ସେ ଅନେକ ସାବଧାନ ହୋଇଯାଇଥାଏ ପ୍ରସବ ବେଦନା ଆରମ୍ଭ ହେବାର କିଛି ସମୟ ଆଗରୁ ସିଂହୀ ଦଳ ଛାଡି ଏକ ନିରାପଦ ସ୍ଥାନ ଖୋଜି ନେଇଥିଲା ଏକ ନିର୍ଜନ ସ୍ଥାନରେ ସେମାନଙ୍କୁ ଜନ୍ମ କରିଥିଲା ସିଂହ ଛୁଆମାନଙ୍କର ଶୈଶବର ପ୍ରଥମ ଦିନ ଗୁଡିକ ଖୁବ କଷ୍ଟ ଦାୟକ ରୁହେ କୁକୁର ଛୁଆ ଭଳି ଜନ୍ମ ସମୟରେ ସିଂହ ଛୁଆମାନେ ଅନ୍ଧ ଏବଂ ଦୁର୍ବଳ ଥାଆନ୍ତି ସେମାନେ ଦରଣ୍ଡି ଆଉ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥାନ୍ତି ପ୍ରାୟ ଗୋଟିଏ ସପ୍ତାହ ପରେ ଛୁଆ ମାନଙ୍କର ଆଖି ଖୋଲେ ଆଉ ପ୍ରାୟ ତିନି ସପ୍ତାହ ପରେ ସେମାନେ ଚାଲିପାରନ୍ତି ଏହି ସମୟରେ ସିଂହ ଛୁଆମାନେ ଅତି ବିପଦଜନକ ସମୟ ଦେଇ ଗତି କରନ୍ତି ଏହି ବାଳୁତ ସମୟରେ ସେମାନଙ୍କୁ ବିପଦର ହେତୁ ନଥାଏ ସିଂହ ଛୁଆମାନେ ପ୍ରଥମ ଅବସ୍ଥାରେ ଯେକୌଣସି ଶିକାରୀ ପଶୁର ଆକ୍ରମଣର ସମ୍ମୁଖୀନ ହୋଇପାରନ୍ତି ନାହିଁ ଅନ୍ୟ ଶିକାରୀ ପଶୁମାନେ ଏହି ସମୟରେ ସିଂହ ଛୁଆକୁ ଖୁବ୍ ସହଜରେ ମାରିଦେଇ ପାରନ୍ତି ଜଙ୍ଗଲରେ ଗୋଟିଏ ନିୟମ ଖାଇବା ପାଇଁ ପ୍ରତିଦ୍ୱନ୍ଦୀ ନ ରହନ୍ତୁ ଏଣୁ ମାଂଶାସୀ ଜୀବମାନେ ନିର୍ବଳ ସିଂହ ଛୁଆ ମାନଙ୍କୁ ମାରିଦେବା ପାଇଁ ଲକ୍ଷ୍ୟ କରୁଥାନ୍ତି ସବୁ ଶିକାରୀ ପଶୁ ମାନଙ୍କର ଏହି ଲକ୍ଷଣ ସେମାନେ ଏକା ପ୍ରକାର ଶିକାର କରୁଥିଲେ ଅନ୍ୟ ଶିକାରୀ ପଶୁକୁ ମାରିବା ପାଇଁ ଚେଷ୍ଟା କରନ୍ତି ଆଉ ଛୁଆ ମାନଙ୍କୁ କିଛି ଦୟା ନଦେଖେଇ ମାରି ଦେଇଥାନ୍ତି
ସେମାନଙ୍କର ମା ନିଜ ଛୁଆଙ୍କୁ ବଂଚେଇବା ପାଇଁ ଖୁବ ତତ୍ପର ଥିଲା ସେ କେଉଁ ଏକ ସ୍ଥାନରେ ବହୁତ ଦିନ ରହୁ ନଥିଲା ସାଧାରଣ କଥା ଗୋଟିଏ ଯାଗାକୁ ବେଶି ଯାତାୟତ ଲାଗି ରହିଲେ ଅନ୍ୟମାନେ ଲକ୍ଷ୍ୟ ରଖିବେ ସୁବିଧା ଦେଖି ଅନ୍ୟ ଶିକାରୀ ମାନେ ହୁଏତ ସେ ସ୍ଥାନକୁ ଆବିଷ୍କାର କରି ଦେଇ ପାରନ୍ତି ତାପରେ ଏ ଛୋଟ ଛୁଆ ମାନଙ୍କୁ ମାରିବା ପାଇଁ ସମୟ ଲାଗିବ ନାହିଁ ମା ସିଂହୀ ନିଜ ଛୁଆକୁ ଖୁବ୍ ସାବଧାନର ସହିତ ବେକ ପାଖରୁ ଧରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେଇଯାଉ ଥିଲା ମା ଯେ ନିଜ ଛୁଆକୁ ଏତେ ଧିରେ ଧରି ନେଇ ଯାଏ ସହଜରେ ବିଶ୍ୱାସ ହୁଏ ନାହିଁ ଯେଉଁ ଶକ୍ତ ଆଉ ମୁନିଆ ଦାନ୍ତ ସହଜରେ ସମ୍ବରର ମୋଟା ବେକକୁ କଣା କରିଦେଇ ପାରେ ସେଇ ମୁହଁ ଆଉ ଦାନ୍ତ ଶିଶୁର ସାମନ୍ୟ କ୍ଷତି ନପହଂଚାଇ ଏକ ଯାଗାରୁ ଅନ୍ୟ ଯାଗକୁ ନେଇ ଯାଇପାରେ ଅନ୍ୟ ଶିକାରୀ ମାନେ ଅବଶ୍ୟ ସିଂହ ଛୁଆମାନଙ୍କୁ ଖୁବ୍ ସହଜରେ ବେକ କଣା କରି ମାରି ଦିଅନ୍ତି ସେମାନଙ୍କ ଜୀବନରେ ଏମିତି ଘଟଣାମାନ ଘଟି ଯାଇଥିଲା
ଜନ୍ମହେଲା ବେଳେ ସେମାନେ ଚାରିଜଣ ଥିଲେ ସିଂହୀର ଅନେକ ଛୁଆ ହୁଅନ୍ତି ସେମାନଙ୍କର ମା ସିଂହୀ ସେମାନଙ୍କୁ ଏକ ସ୍ଥାନରେ ଲୁଚାଇ ରଖିଥିଲା ଯାଗାଟା ଏକ ପଥର ସନ୍ଧି ଗୋଟାଏ ଲମ୍ବା ମୋଟା ପଥର କଣା କରି ଆଉ ଏକ ପଥର ସହ ମାଟିରେ ପୋତି ହୋଇ ଯାଇଥିଲା ଉପର ଆଡ କୋଣାକାର ଆଉ ତଳ ଆଡକୁ ଖୁବ ଅଣ ଓସାରିଆ ରାସ୍ତା ଥିଲା ସେ ଭିତର ଦେଇ ଛୋଟ ଛୁଆ ସହଜରେ ଗଳି ଯାଇ ପାରିବେ କିନ୍ତୁ ବଡ ଶିକାରୀ ଭିରକୁ ଯାଇ ପାରିବେ ନାହିଁ ସେମିତି ଏକ କଣୁଆ ଯାଗାରେ ମା ସେମାନଙ୍କୁ ଲୁଚାଇ ରଖିଥିଲା
ଉପର ପଥର ଟିକିଏ ବାହରକୁ ଛାତ ଭଳି ବାହାରି ଆସିଥିଲା ତାର ତଳେ ମା ଶୋଇ ରହେ ଆଉ ସେଇଠି ଛୁଆଙ୍କୁ ସ୍ତନପାନ କରାଏ ଆଗରେ କିଛି ବଣ ବୁଦା ଥିବା ହେତୁ ବାହାରୁ ସେମାନଙ୍କୁ ସହଜରେ କେହି ଦେଖି ପାରିବେ ନାହିଁ ମା ଚାଲିଗଲେ ଛୁଆମାନେ ସେହି ଅଣଓସାରିଆ ରାସ୍ତା ଦେଇ ଟିକିଏ ଭିତରକୁ ଚାଲି ଯାଆନ୍ତ ଆଉ ତଳ ମାଟିରେ କୁକୁର ଛୁଆ ଭଳି ଜଣକ ଉପରେ ଜଣେ ଲଦି ହୋଇ ଶୋଇ ଯାଆନ୍ତି ମା ଏମିତିଆ ଲୁଚିବା ସ୍ଥାନରେ ଛୁଆ ମାନଙ୍କୁ ତିନିଦିନ ହେଲା ଲୁଚାଇ ସାରିଲାଣି ଆଉ କିଛି ଦିନ ଏମିତି ଲୁଚାଇ ରଖା ଯାଇ ପାରେ
ସେଇ ଅଂଚଳରେ ସିଂହ ଖାଲି ଏକୁଟିଆ ନଥିଲା ପାଖରେ ଏକ କଲରା ପତରିଆ ବାଘ ରହୁଥିଲା ଏକଥା ମା ସିଂହୀ ଜାଣି ପାରିଲା ନାହିଁ ସିଂହ ଆଉ କଲରା ପତରିଆ ବାଘ ପ୍ରତିଦ୍ୱନ୍ଦୀ କାରଣ ଦୁଇଜଣ ଏକ ପ୍ରକାର ଶିକାର କରନ୍ତି ଏହି କଲରା ପତରିଆ ବାଘ ମାନେ ଖୁବ ଚାଲାକ ଆଉ ଶିକାର କରିବାରେ ପାରଙ୍ଗମ ସେମାନେ ସିଂହଠାରୁ ଅନେକ ଛୋଟ, ଖୁବ ବଡ ଶିକାର କରି ପାରିବେ ନାହିଁ କିନ୍ତୁ ଲୁଚି ଛପି ଶିକାର କରିବାର କଳାରେ ସେମାନେ ଶ୍ରେଷ୍ଠ ଏମିତିଆ ଏକ କୁଶଳୀ ଆଉ ଚାଲାକ ଶିକାରୀ ସେହି ଅଂଚଳରେ ଥିଲା ଛୋଟ ଜନ୍ତୁଙ୍କ ପାଇଁ ଏହି ଜୀବମାନେ ଅତି ଭୟଙ୍କର ଏମିତି ଏକ ଶିକାରୀ ଉପସ୍ଥିତିରେ ଛୋଟ ଛୁଆ ମାନଙ୍କର ବଂଚିବା ଅତି ଦୁଷ୍କର ଯାହା ହେବା କଥା ତାହା ହି ହେଲା
ମା ସିଂହୀର ଏଣେ ଚାରୋଟି ଛୁଆ ଥିଲେ ସେ ଖୁବ୍ ସାବଧାନତା ସହ ସେମାନଙ୍କୁ ଲୁଚାଇ ରଖିଥିଲା ସିଂହୀଟି ଅଳ୍ପ ଦିନ ତଳେ ଛୁଆ ଦେଇଥାଏ ଏହିି ସମୟରେ ଦଳର ଅନ୍ୟ ସଦସ୍ୟମାନେ ସିଂହୀକୁ ସାହାର୍ଯ୍ୟ କରନ୍ତି ନାହିଁ ନିଜର ଖାଇବା ପାଇଁ ତାକୁ ନିଜେ ଶିକାର କରିବାକୁ ପଡିବ କାରଣ ସେ ଦଳଠାରୁ ଅଲଗା ଯାଗାରେ ଅଛି ପ୍ରାୟ ଆଠ ସପ୍ତାହ ପର୍ଯ୍ୟନ୍ତ ସିଂହୀ ଦଳଠାରୁ ଦୂରରେ ରହେ ସେମାନଙ୍କ ମା ମଧ୍ୟ ଦଳରୁ ଅଲଗା ରହୁଥିଲା ଏହି ସମୟ ସିଂହଛୁଆ ମାନଙ୍କ ବଂଚିବା ଏକ ପରୀକ୍ଷାର ସମୟ ସିଂହ ଛୁଆମାନେ ବଡ ହେବା ପାଇଁ ମା’ର ପ୍ରଚୁର ପରିମାଣରେ ଦୁଧ ହେବା ଦରକାର କିନ୍ତୁ ସେଥିପାଇଁ ଖାଇବା ମଧ୍ୟ ଦରକାର ତେଣୁ ସିଂହୀ ବାଧ୍ୟହୋଇ ଶିକାର କରିବା ପାଇଁ ଯାଏ ଏ କ୍ଷେତ୍ରରେ ସିଂହୀକୁ ଲାଗୁଥିଲା ପାଖରେ କିଏ ଶିକାରୀ ଅଛି ତାର ଛାଡିବା ପାଇଁ ମନ ନଥିଲା କିନ୍ତୁ ତାକୁ ଯିବାକୁ ପଡିବ ତେଣୁ ସେ ଶିକାର ଖୋଜିବା ପାଇଁ ଚାଲିଗଲା
ସେପଟେ ଛୁଆମାନେ ଛୋଟ ଛୋଟ ଗୋଡରେ ଏପଟ ସେପଟ ଚାଲୁଥାନ୍ତି ସେମାନଙ୍କର ଚାଲିବା ଦେଖିଲେ ଯିଏ କେହି ଆନ୍ଦ ଅନୁଭବ କରି ଥାଆନ୍ତା ଛୁଆ ଗୁଡିକ ବିଲେଇ ଭଳି ଦିଶୁଥିଲେ ଛୋଟ ଜଙ୍ଗଲୀ ବିଲେଇ ଯେମିତି ଭଲ ଭାବରେ ଚାଲି ପାରୁ ନାହିଁ ଏମିତି ଛୁଆମାନେ ଚାଲୁଥିଲେ ସେମାନଙ୍କର ଦୁଇଟି ଭାଇ ବାହାରକୁ ଆସିଲେ ଆଉ ଅନ୍ୟ ଦୁଇ ଜଣ ଲୁଚି କରି ଥାଆନ୍ତି ବାହାରେ ପ୍ରଥମ ଦୁଇ ଭାଇ ନିଜ ଭିତରେ ସାମନ୍ୟ ଗଡା ଗଡି ହେଉଥାଆନ୍ତି ଯାଗାଟା ଟିକିଏ ଗଡାଣିଆ ଥିଲା ଖେଳୁଆଡ ଛୁଆ ଦୁଇଟି ଖସିଗଲେ ଆଉ ପଥର ତଳେ ପଡିଗଲେ ବର୍ତମାନ ସେମାନେ ବାହାରକୁ ଦେଖା ଯାଉଥିଲେ
ଏପଟେ କଲରା ପତରିଆ ବାଘଟିଏ ଗୋଟିଏ ପଥର ଉପରେ ପେଟେଇ ପଡିଥିଲା ଏମାନଙ୍କର ଏମିତି ପେତେଇ ରହି ଲକ୍ଷ୍ୟ କରିବା ପ୍ରକୃତି ତାକୁ ମଝିରେ ମଝିରେ ସିଂହର ହାଲକା ଗନ୍ଧ ମିଳୁଥିଲା ସେ ପଟେଇ ପଡି ଏଣେ ତେଣେ ଚାହୁଁଥିଲା ପାଖରେ ସିଂହ ରହିବା କଥା ନୁହେଁ ସିଂହ ଅପେକ୍ଷାକୃତ ଖୋଲା ଯାଗାରେ ରହିବା କଥା ତା ମନରେ କିଛି ସନେ୍ଦହ ଥିଲା ସେ ଖୁବ ତୀକ୍ଷଣ ବାବେ ଏଣେ ତେଣେ ଦେଖୁଥିଲା ତା କାନ ହଲି ଯାଉଥିଲା ଏପଟେ ଛୁଆ ମାନଙ୍କର କୁଁ କୁଁ ଶବ୍ଦ ଆସୁଥିଲା ସେ ଶବ୍ଦ ଆସୁଥିବା ଯାଗା ଆଡକୁ ଗାଢେଇକରି ଅନାଇଲା ତଳଆଡକୁ ଖସି ଆସିଥିବା ଦୁଇ ଛୁଆଙ୍କୁ କଲରା ପତରିଆ ବାଘ ଦେଖିଦେଲା ଆଖି ପିଛୁଳାକେ ତା ଯାଗାରୁ କୁଦି ପଡିଲା ସିହୀ ନିଶ୍ଚିତ ଭାବେ ପାଖରେ ନାହିଁ ଥିଲେ ଏତେବେଳକୁ ଆସି ଛୁଆଙ୍କୁ ଉଠାଇ ନେଇଥାନ୍ତା ଏହି ହେଉଛି ଏକ ବଡ ମୌକା ସେ ଗୋଟିଏ ଛୁଆର ତଂଟି ଜୋରରେ ନିଜ ମୁହଁ ଭିତରେ ଧରିନେଲା ଆଉ ତଂଟି ଝୁଣି ସାଙ୍ଗେ ସାଙ୍ଗେ ମାରି ଦେଲା ଅନ୍ୟ ଛୁଆଟି ଏମିତିଆ ଘଟଣା ଦେଖି ଖସି ଯିବାକୁ ଚେଷ୍ଟା କରୁଥିଲା ସେ ପ୍ରାଣ ବିକଳରେ ଉପରକୁ ଚଢୁଥିଲା କିନ୍ତୁ ଖସି ଯାଉଥିଲା କଲରା ପତରିଆ ବାଘ ସେହି ଛୁଆର ତଂଟିକୁି ଜୋରରେ ଧରିନେଇ ଗୋଟିଏ କୁଦାରେ ପାର ହୋଇଗଲା ଛୁଆର ମୁହଁରୁ ଆଉ ଶବ୍ଦ ଆସୁ ନଥିଲା ଏମିତି କାଣ୍ଡ ଦେଖି ଅନ୍ୟ ଦୁଇ ଛୁଆ ଆଉ ଶବ୍ଦ ନକରି ଭିତରକୁ ପଶି ଲୁଚି ଗଲେ
ଏଣେ ସେମାନଙ୍କର ମା’ ସିଂହୀ ଏଣେ ତେଣେ ବୁଲି ଗୋଟିଏ ମଲା ପଶୁ ଠାବ କରି ସେଥିରୁ କିଛି ଖାଇ ଫେରି ଆସିଲା ପଥର ଉପରକୁ ଗୋଟିଏ କୁଦାରେ ପହଂଚି ଗଲା ଲୁଚା ଯାଗା ମୁହଁରେ ବାହାରେ ଆସି ଟିକିଏ ଡାକିଲା ଭିତରୁ ଦୁଇଟି ଛୁଆ ଆବାଜ ଦେଲେ ଆଉ ବାହାରେ ଆସି ତାକୁ ସ୍ୱାଗତ କଲେ ଅନ୍ୟ ଦୁଇ ଛୁଆ ଆସିଲେ ନାହିଁ ସେ ଏଣେ ତେଣେ ଅନାଇଲା ତାକୁ ଆଶ୍ଚର୍ଯ୍ୟ ଲାଗୁଥିଲା ଭିତରରକୁ ଗଳି ଅନାଇଲା ଭିତରେ ସେମାନେ ଶୋଇ ନାହାନ୍ତି ତା ମନରେ ଡର ପଶିଗଲା ଏମିତ ହେବା କଥା ନୁହେଁ ସେ ଅନେକ ଡାକିଲା କିଛି ଜବାବ ଆସୁ ନଥିଲା ମା ବୁଝିଗଲା ଯେ ଅନ୍ୟ ଦୁଇଟି ଛୁଆ ଆଉ ଜୀବନରେ ନାହାନ୍ତି ଟିକିଏ ରକ୍ତର ଗନ୍ଧ ମିଳିଲା
ଏପଟ ସେପଟ ଶୁଙ୍ଘିବା ପରେ ସେ କଲରା ପତରିଆ ବାଘର ଗନ୍ଧ ପାଇଲା କଲରା ପତରିଆ ବାଘ ନିଶ୍ଚିତ ଭାବରେ ତା ଛୁଆକୁ ମାରି ଦେଇଛି ତଥାପି ମଧ୍ୟ ସେ ଖୋଜି ଚାଲିଲା ଗୋଟିଏ ମଲା ଛୁଆକୁ ପାଇଲା ଆଉ ତାକୁ ଚାଟିଲା ଛୁଆର ଦେହ ଖରାପ ହେଲେ ମା ଛୁଆକୁ ସାଧାରଣତଃ ଚାଟିଥାଏ ସେ ଛୁଆର ବେକ ଧରି ଟିକିଏ ଦୂର ନେଲା କିନ୍ତୁ କିଛି ହଲ୍ଚଲ୍ ନାହିଁ ସେ ଛୁଆଟିକୁ ପକାଇ ଦେଲା ଛୁଆଟି ଅନେକ ସମୟ ପୂର୍ବରୁ ମରିଯାଇଛି ଦ୍ୱିତୀୟ ଛୁଆଟିକୁ ବହୁତ ଖୋଜିଲା କିନ୍ତୁ ପାଇଲା ନାହିଁ ଜାଣିଲା ତାକୁ ମଧ୍ୟ କେହି ମାରିଦେଇଛି ତାର ଚାରୋଟି ଛୁଆରୁ ଦୁଇଟି ଛୁଆକୁ କେହି ମାରିସାରିଲେଣି ସିଂହୀ ଦୁଃଖରେ ଫେରିଆସିଲା ଆଉ ନିଜର ବଂଚିଥିବା ଦୁଇଟି ଛୁଆକୁ ନେଇ ଅନ୍ୟ ଜାଗାରେ ଲୁଚାଇ ଦେଲା ଏ ଯାଗାକୁ କଲରା ପତରିଆ ବାଘ ଜାଣିଲାଣି ଏଛୁଆ ଦୁଇ ଜଣକୁ ଯେମିତି ହେଲେ ବଢାଇବାକୁ ହେବ ଏମିତି ଆରମ୍ଭ ହୋଇଥିଲା ଜୟ ଆଉ ବିଜୟଙ୍କ ଜୀବନ ଜୀବନର ସବୁଠାରୁ ବଡ ବିପଦରୁ ସେମାନେ ରକ୍ଷା ପାଇ ଯାଇଥିଲେ
ଦୁଇଟି ଛୁଆକୁ ହରାଇ ବସିବା ପରେ ସିଂହଟି ଅତି ଦୁଃଖୀ ହୋଇ ଯାଇଥିଲା ପେଟରେ ଭୋକ ଏପଟେ ଦୁଇଟି ଛୁଆ ତେଣୁ ତାକୁ ଯେମିତି ହେଲେ ଶିକାର କରିବାକୁ ପଡିବ ଦୁଇଟି ଛୁଆକୁ ପାଳିବାକୁ ପଡିବ ସିଂହୀଟି ଏପଟ ସେପଟ ହୋଇ କିଛି ସମୟ ବୁଲିବାକୁ ଲାଗିଲା ତାର ମନରେ ଦ୍ୱନ୍ଦ ଆସୁଥିଲା ତାର ଗନ୍ଧ ସବୁଆଡେ ରହୁ ତାହେଲେ ହଠାତ୍ ଅନ୍ୟ ଶିକାରୀମାନେ ପାଖକୁ ଆସିବେ ନାହିଁ ତା ପେଟରେ ଖୁବ ଭୋକ ମନ ମଧ୍ୟ ବହୁତ ଉଦାସ କିନ୍ତୁ ମା’ର ଜୀବନର ସବୁଠାରୁ ବଡ ଲକ୍ଷ୍ୟ ହେଉଛି ନିଜର ଛୁଆଙ୍କର ଭରଣ ପୋଷଣ ତେଣୁ ତାକୁ ଶିକାର ସଂନ୍ଧାନରେ ଯିବାକୁ ପଡିବ
ଏଣେ ରାତି ଗଭୀର ହୋଇ ଆସୁଥାଏ ତାକୁ ଶିକାର ଜନ୍ତୁ ଠାବ କରିବାକୁ ପଡିବ ସେ ଖୋଜି ବୁଲିଲା ଆଉ ଗୋଟିଏ ଚିତଲ ହରିଣର ଦଳକୁ ଦେଖିଲା ହରିଣମାନେ ଗୋଠ ହୋଇ ଠିଆ ହୋଇଥିଲେ ଏମିତି ଗୋଠରୁ ଶିକାର କରିବା କଷ୍ଟ କିନ୍ତୁ ତାକୁ ସେହି ଗୋଠରୁ ଶିକାର କରିବାକୁ ହେବ ପାଖରେ ଆଉ ଶିକାର ଜନ୍ତୁ ଦିଶୁ ନାହାନ୍ତି ସେ ବହୁତ ସାବଧାନତାର ସହ ଚାଲିବାକୁ ଲାଗିଲା ପ୍ରତି ପଦକ୍ଷେପର ସହ ସେ ଚିତଲ ଦଳର ପାଖେଇ ଆସୁଥାଏ କେତେବେଳେ ସେ ପଟେଇ ପଡୁଥାଏ ତ କେତେବେଳେ ଖୁବ ନଇଁ ଆଗାଉ ଥାଏ କେବେବି ସେ ପୁରା ଠିଆ ହେଉ ନଥିଲା ଅଧିକ ଅନ୍ଧାରିଆ ଯାଗା ଦେଖି ସେ ଆଗାଉ ଥିଲା ଖୋଲା ଯାଗାକୁ ମୋଟେ ଆସୁ ନଥିଲା
ରାତିର ଅନ୍ଧାରରେ ଚିତଲ ହରିଣମାନେ ତାର ଆସିବା ଜାଣିପାରୁ ନଥାନ୍ତି ରାତିରେ ଶିକାରୀ ମାନେ ଖୁବ୍ ଭଲ ଭାବରେ ଦେଖିପାରନ୍ତି ସେମାନଙ୍କ ଆଖି କମ ଆଲୋକରେ କେଉଁ ଜିନିଷକୁ ଭଲ ଭାବେ ଦେଖିବାକୁ ତିଆରି ହୋଇଛି କିନ୍ତୁ ଶାକାହାରୀ ପଶୁମାନେ ଭଲ ଭାବରେ ଦେଖିପାରନ୍ତି ନାହିଁ ଏମିତି ଲୁଛି ଛପି ସିଂହୀ ଚିତଲ ହରିଣ ମାନଙ୍କର ବହୁତ ପାଖେଇ ଆସିଲା ଆଉ ଗୋଟିଏ ବଡ ବରଗଛର ଅନ୍ଧାରିଆ ଛାଇରେ ଲୁଚି ଗଲା ଏମିତି ଛାଇ ଛାଇଆ ଅନ୍ଧାରରେ ଚିତଲ ମାନେ କିଛି ବାରି ପାରୁ ନଥିଲେ ତେଣୁ ସେମିତି ବେଶି କିଛି ସାବଧାନ ନଥିଲେ ତଥାପି ସେମାନଙ୍କ କାନ ସବୁ ହଲୁଥିଲା ଲମ୍ବା କାନ କିଛି ନା କିଛି ଶବ୍ଦ ଶୁଣିବାକୁ ପ୍ରସ୍ତୁତ ଥିଲା
ଏ ସିଂହୀ ଏକ ପୋଖତ ଶିକାରୀ ତାର ଛପି ଆସିବା ଚିତାଲ ମାନେ ମୋଟେ ଜାଣି ପରୁ ନଥିଲେ ସେ ଗୋଟିଏ ଛୋଟ ହରିଣକୁ ଦେଖି ନିଜର ଲକ୍ଷ୍ୟ ନିର୍ଦ୍ଧିଷ୍ଟ କଲା ହରିଣଟି ତାର ଅନ୍ଧାରିଆ ଛାଇ ଯାଗାର ଅପେକ୍ଷାକୃତ ପାଖରେ ଥିଲା ସହଜରେ କେଇ ଖେପାରେ ଧରି ହେବ ସେ ପେଟେଇ ପେଟେଇ ଆଗେଇଲା ଆଉ ଚିତଲ୍କୁ ଆକ୍ରମଣ କଲା ଆଉ କେତୋଟି ଲମ୍ବା ଲମ୍ଫରେ ଛୋଟ ହରିଣଟିକୁ ଧରିନେଲା ଅନ୍ୟ ସବୁ ଚିତଲ ଚିକ୍ରାର କରି ଦୈାଡି ପଳୈଇଲେ ସେମାନଙ୍କ ଖୁରା ଶବ୍ଦ ଶୁଣା ଯାଉଥିଲା ଏ ଛୋଟ ହରିଣଟି ବେଶି କିଛି ଶବ୍ଦ କରି ପାରିଲା ନାହିଁ ସିଂହୀ ନିଜର ମଜବୁତ ପାଟିରେ ହରିଣର ବେକକୁ ଧରି ରଖିଲା ହରିଣ ଗୋଡ ଛଟ୍ ଛଟ୍ କରୁଥିଲା ସିଂହୀର ଲମ୍ବା ଦାନ୍ତ ସହଜରେ ହରିଣର ବେକକୁ କଣା କରି ଦେଲା କିଛି ସମୟ ପରେ ହରିଣ ମରିଗଲା ସିଂହୀ ହରିଣକୁ ସେଇ ଅନ୍ଧାରିଆ ଗଛ ତଳକୁ ଟାଣି ନେଇ ଖାଇବାକୁ ଆରମ୍ଭ କଲା
କିନ୍ତୁ ତାର ଖାଇବା ବେଶୀ ସମୟ ହୋଇ ପାରିଲା ନାହିଁ ଜଙ୍ଗଲରେ ଅନ୍ୟ ଭୋକିଲା ମାଂଶାସୀ ପ୍ରାଣୀମାନେ ଘୂରି ବୁଲୁଥାନ୍ତି ସେମାନେ ଚିତଲର ମୃତ୍ୟଡାକ ଶୁଣି ପାଖକୁ ଆସି ଯାଇ ପାରନ୍ତି ସମସ୍ତେ ସହଜରେ ନିଜର ଭୋଜନ ଖୋଜୁଥାନ୍ତି କିଛି ପ୍ରାଣି ଶିକାର କରନ୍ତି ଆଉ କିଛି ପ୍ରାଣୀ ଅନ୍ୟଠାରୁ ଶିକାର ଛଡେଇ ନବା ପାଇଁ ସୁଯୋଗ ଖୋଜୁଥାନ୍ତି
ସେମିତି ଏକ ମାଂସାସୀ ଦଳ ଥିଲେ ହାଏନା ବା ହେଟା ବାଘ ଏହି ହେଟା ଗୁଡିକ ସବୁଆଡେ ଘୂରି ବୁଲନ୍ତି ଆଉ କେଉଁଠି ମଲା ଶବ ପଡିଥିଲେ ତାକୁ ଖାଆନ୍ତି ତା’ ଛଡା ଏକୁଟିଆ କେଇ ଶିକାରୀ ଶିକାର ଖାଉଥିବା ଦେଖିଲେ ତାକୁ ଛଡାଇବାକୁ ଚେଷ୍ଟା କରନ୍ତି ସେମାନେ ଭୋକିଲା ଥିଲେ ହରିଣର ମୃତ୍ୟୁ ଡାକ ଶୁଣି ସେମାନେ ସେ ଆଡକୁ ଛୁଟି ଆସିଲେ ଲୁଚି ଲୁଚି ପାଖକୁ ଆସି ଅନେଇଲେ ବଡ ଶିକାରୀମାନେ ହେଟା ବାଘକୁ ମୋଟେ ପସନ୍ଦ କରନ୍ତି ନାହିଁ ସେମାନଙ୍କୁ ତଡିବାକୁ ଚାହାନ୍ତି ହେଟା ବାଘଙ୍କ ଦଳରେ ପାଂଚ ଜଣ ସଦସ୍ୟ ଥିଲେ ଏହାକୁ ପ୍ରାୟ ଏକ ବଡ ଦଳ କୁହାଯାଇ ପାରେ ଏକୁଟିଆ ସିଂହୀକୁ ଦେଖି ସେମାନଙ୍କର ସାହାସ ଆସିଲା ଦଳେ ସିଂହ ହୋଇଥିଲେ ସେମାନେ ପାଖ ମାଡି ନଥାନ୍ତେ
ହାଏନା ମାନେ ଏକୁଟିଆ ସିଂହୀକୁ ଦେଖି ତା ଆଡକୁ ମାଡି ଆସିଲେ ସିଂହୀ ସେମାନଙ୍କୁ ଡରାଇବାକୁ ଚେଷ୍ଟା କରୁଥାଏ ହାଏନା ମାନେ ହଠାତ୍ ପାଖକୁ ନଆସି ସିଂହୀକୁ ବିରକ୍ତ କରିବାକୁ ଚେଷ୍ଟା କରୁଥାନ୍ତି ସେମାନେ ଖାଉଥିବା ସିଂହୀର ଚାରିପଟେ ଘୂରି ବୁଲିଲେ ସିଂହୀ ବେଳେବେଳେ ହାଏନାମାନଙ୍କ ଆଡକୁ ଦୌଡିଯାଉ ଥାଏ ହେଟା ବାଘମାନେ କିଛି ସମୟ ପାଇଁ ଦୂରକୁ ଚାଲିଯାଉଥାନ୍ତି ପୁଣି ପାଖକୁ ମାଡି ଆସୁଥାନ୍ତି ସେମାନେ ଜାଣନ୍ତି କିଛି ସମୟ ପରେ ଏମିତି କରି କରି ସିଂହୀ ଥକି ଯିବ ସିଂହୀକୁ ସେମାନେ ଡରାଇ ଚାଲିଥାନ୍ତି କିନ୍ତୁ ସିଂହୀ ଜଲ୍ଦି ଜଲ୍ଦି ଖାଇ ଚାଲିଥାଏ ଯେତିକି ସମ୍ଭବ ହେଲା ସିଂହୀ ଖାଇନେଲା ହାଏନା ମାନେ ପାଖକୁ ମାଡିଆସୁଥାନ୍ତି ସେ ଦେଖିଲା ଏତେଗୁଡାଏ ହାଏନା ମାନଙ୍କ ସାଙ୍ଗରେ ଲଢାଇ କରିପାରିବ ନାହିଁ ତେଣୁ ଗୋଟିଏ କୁଦା ମାରି ସେଠାରୁ ଚାଲିଗଲା ଆଉ ହାଏନା ମାନେ ଆସି ସେ ଚିତଲ ହରିଣକୁ ଖାଇବାକୁ ଆରମ୍ଭ କଲେ
ସେ ନିଜ ଛୁଆ ମାନଙ୍କ ପାଖକୁ ଫେରିଗଲା ଏଠି ଅନେକ ପାଖରେ ହାଏନା ମାନେ ଅଛନ୍ତି ସେମାନେ ଛୁଆମାନଙ୍କୁ ମାରି ଦେଇ ପାରନ୍ତି ସିଂହୀ ବର୍ତମାନ ଖୁବ ସାବଧାନ ହୋଇ ଯାଇଥିଲା ସେ ଛୁଆ ମାନଙ୍କର ରହିବା ସ୍ଥାନ ବଦଳାଇଲା ସେମାନଙ୍କୁ ଏକ ନିରାପଦ ସ୍ଥାନକୁ ନେଇନେଲା କିଛି ଦିନ ତଳେ ତାର ଆଉ ଦୁଇଟି ଛୁଆର ମୃତ୍ୟୁରୁ ସେ ବିରାଟ ଶିକ୍ଷା ପାଇଥିଲା ଛୁଆ ମାନଙ୍କୁ ଏକଦମ ନିରାପଦ ସ୍ଥାନରେ ରଖୁଥିଲା ଏମିତି କିଛି ଦିନ କଟିଗଲା ଏମିତି ଜୀବନ ମରଣ ସହ ଲୁଚକାଳି ଚାଲୁଥିଲା ଏ ଭିତରେ ଛୁଆମାନେ ଟିକେ ବଡ ହୋଇ ଆସିଲେ
କ୍ରମଶଃ--
Go Back to Previous Page
କଦୃ ଏବଂ ସରକାରୀ ନେତା
ଦେବାଶିଷ ପଟ୍ଟନାୟକ
Read Article
ସମାଧାନ
ଡା ସୁବାସ ଚନ୍ଦ୍ର ରାଉତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ