ମନେପଡେ ଯେବେ,
ସେଇ ଅଭୁଲା ଅତୀତ
ପଲକର ପାଚେରୀ ଡେଇଁ,
ଲୁହ ଭିଜାଏ ମୋ ପଣତ
କସ୍ତୁରୀ ମୃଗଟିଏ ପରି,
ମୁଁ ଖୋଜିବୁଲେ ଚାରିଦିଗନ୍ତ
ତୁମ ସ୍ମୃତି ଯେବେ,
ହୁଏ ମୋ ଭିତରେ ଜୀବନ୍ତ
ତୁମ ବିନା ଲାଗେ,
ମୂର୍ଚ୍ଛନା ବିହୀନ ମୋ ସଂଗୀତ
କୋଇଲି କି ତୋଳିବ ରାଗ,
ବାସ୍ନାହୀନ ସବୁ ବସନ୍ତ
କଳ୍ପନାକୁ ଆସେ ଯେବେ,
ତୁମ ବିନା ମୋ ଭବିଷ୍ୟତ
ସକାଳର ମଲାଜହ୍ନ ପରି,
ମୁଁ ପୁଣି ହୋଇଯାଏ ମୃତ
ବିଜ୍ଞାନ ଶିକ୍ଷୟିତ୍ରୀ,
କେନ୍ଦ୍ରୀୟ ବିଦ୍ୟାଳୟ, ପୁରୁଣାକଟକ,
ବୌଦ୍ଧରାଜ, ଓଡ଼ିଶା
Go Back to Previous Page
ନୂଆ ବରଷ
ଶ୍ରୀମତି ପ୍ରବାସୀ ଦେଇ ବାରିକ
Read Article
ଅନ୍ତଃସ୍ବର
ସିପ୍ରା ନାମତା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ