ସମୟ ତ ଚାଲିଥାଏ ତାର ନିଜସ୍ବ ଧାରାରେ
ଆସୁଥାଏ ଆଲୁଅରେ ଯାଉଥାଏ ଅନ୍ଧାରରେ
ଊଉଁଥାଏ ସୂର୍ଯ୍ୟ ପୁଣି ବୁଡୁଥାଏ ଚନ୍ଦ୍ର
ଜୀବନରେ ତୋଳୁଥାଏ କେତେ ନୂଆ ଛନ୍ଦ
ସମୟ ତ ବିତିଯାଏ ଦିନ-ମାସ-ବର୍ଷରେ
କେଉଁ ଛଟକରେ ପହଞ୍ଚେ ନୂଆ ରୂପରେ
ସ୍ମୃତି ପଖଳା ଜହ୍ନ ଆକାଶରୁ ବିଦାୟ ନିଏ
କାକରରେ ଭିଜି ଭିଜି ନୂଆ ଜହ୍ନ ଦେଖାଦିଏ
ଆକାଶରେ ନୂଆ ସୁରୁଜ ବୁଣିଦିଏ ରଙ୍ଗର ମୁରୁଜ
ନୂଆ ଏକ ସନ୍ଦେଶ ଦିଏ ତୁମେ ବୁଝ ଅବା ନବୁଝ
ନୂଆ ବରଷ କଅଁଳ ପରଷ
ଗଛରେ, ପତ୍ରରେ, ଆକାଶରେ, ଧରିତ୍ରୀରେ, ସମୀରଣରେ
ସେ ପରଷେ ଝୁମିଯାଏ ଜୀବନର ଉପବନ
ରହି ରହି ଶୁଭିଯାଏ ଭ୍ରମରର ଗୁଞ୍ଜନ
ତାରାର ଦୀପାଳି ଜାଳି ଗାଏ ସ୍ବାଗତିକା
ତୋଳି ଧରିଥାଏ ହସ୍ତେ ସୁମନ ଗୀତିକା
ଆଶା ସମ୍ଭାବନା ମୟ ନୂଆ ବରଷ
ପ୍ରାଣେ ପ୍ରାଣେ ଭରିଦିଏ ନୂଆ ଏକ ବିଶ୍ବାସ
ପକ୍ଷୀ କୁଳ ଗାଉଥାନ୍ତି ସଙ୍ଗୀତ ମଧୁର
ପୁଷ୍ପେ ପୁଷ୍ପେ ଭରିଯାଏ ବାସ ସୁମଧୁର
ସେ ବାସରେ ଭରିଥାଏ ନୂଆ ଏକ ମହକ
ସେ ସଙ୍ଗୀତ ଭରିଦିଏ ପ୍ରାଣେ ପ୍ରାଣେ ପୁଲକ
ଅୟଂ ଆରମ୍ଭ ନୂଆ ଏକ ଜୀବନର
ପଥ ତ ଅନେକ ବାକି ଲକ୍ଷ୍ୟ ବହୁ ଦୂର
ଚାଲିଛି ଚାଲିବି ମୁଁ ହିଁ ନ ପଡିବି ଥକ୍କି
ଦୂର ଦିଗନ୍ତ ପରେ ଥାଉ ମୋର ଆଖି
ବଣିଆ ପାଟ, କେନ୍ଦୁଝର
Go Back to Previous Page
ସୁନାନାକୀ ଝିଅ ମାମୁନି
କଳ୍ପତରୁ ମିଶ୍ର
Read Article
ମଲାଜହ୍ନ
ଶୁଭସ୍ମିତା ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ