* ମାମୁନି ଆମର ସୁନା ନାଖୀ ଝିଅଟା ଏ
ମାମୁନି ଆମର ସଭିଠୁ ଆଦର ପାଏ
*ପଢା ବେଳେ ପଢେ ,ଖେଳ ବେଳେ ଖେଳେ
ଗୁଣୁ ଗୁଣୁ ଗୀତ ଗାଏ, ପୁଣି କେତେ ଧୂଳି ଘର ତୋଳେ *
* ପିନ୍ଧି ଦିଏ ନିଇତି ସେ, ତା’ ବୋଉ ପିନ୍ଧା ଶାଢ଼ୀ ଟେ
ମଥା ରେ ଓଢଣା ଦିଏ ସତେ ନୂଆ ବୋହୁ ଟେ *
* ହାତରେ ତା ପାଣି କାଚ ପିନ୍ଧେ ନାଲା ଟିକିଲି
ପାଦ ରେ ଅଳତା ପୀନ୍ଧେ ଥିରି ଥିରି ତା ଚାଲି *
* ବାରିପଟ ଆମ୍ବ ମୂଳ ତାର ଛୋଟ କୁଡ଼ିଆ
ସାଥି ପିଲା ଡାକି ଘର ତଳେ ବଢିଆ *
* ବାଲି,ଗୋଡି,ମାଟି ରାନ୍ଧେ ସଜେଇ ସେ ସଢ଼େଇ
ଡାଲି,ଭାତ ରାନ୍ଧେ କରି ଭଙ୍ଗା ମାଟି ହାଣ୍ଡି କଡେଇ *
*ଅମାନିଆ ତାର ମନ ସଦା ହୁଏ ଅସ୍ଥିର
ପ୍ରଜାପତି ପରି ଉଡୁଥାଏ ' ନିରନ୍ତର *
* ହାତରେ ତାହାର ଥାଏ ଆମ ପୋଷା ବିଲେଇ
ମ୍ୟାଉଁ ମ୍ୟାଉଁ ବୋବାଇ ଖାଲି
* ଆଉଁସି ଦେଲେସେ ହୁଏ ଫୁଲେଇ
ଘୁଡୁର ଘୁଡୁର ଲାଞ୍ଜ କୁ ତୋଳି *
* ଝିଅ ଅବା ହେଉ ପୁଅ ସଭିଏଁ ତ ସମାନ
ବଡ ହେଲେ ରଖିବେତ ଦେଶ ଜାତି ସମ୍ମାନ *
* ଯେତେ ସବୁ କୁନି ପିଲା ସବୁ ଅମୁଲ୍ୟ ରତନ
ସୁନା ,ହୀରା ,ଲୀଳା ଠାରୁ ଅଧିକେ କର ଯତନ *
* ଅନ୍ଧାର କୁ ଦୂର କରେ ଦୀପ ଟିଏ ଯେସନେ
ବିକାଶ ଆଲୋକ ରାଜି ବୁଣି ଦେବେ ସେମାନେ *
* ଇତିହାସ ଆଜି ବିତ କହେ ସେହି ଶିଶୁ ଙ୍କର ବାରତା
ଧ୍ରୁବ, ପ୍ରହଲ୍ଲାଦ, ବାଜିଆ, ଧରମା ବୀର ଆମର ଗାଥା *
* ଭାଙ୍ଗି ଦେବା ନାହିଁ କେବେ ଶିଶୁ ଙ୍କର ସପନ
ଭଲ ବାଟେ ନେଇ ତାଙ୍କୁ ଗଢି ତାଙ୍କ ଜୀବନ *
ନିଳୋକ, ବନ୍ତ, ଭଦ୍ରକ ମୋ:8093027494
ଇମେଲ୍ : mishra7593@gmail.com
Go Back to Previous Page
ମୁଁ ଦାଦନ ଓଡ଼ିଆ କହୁଛି
ସାହାଣୀ ସଞ୍ଜୟ କୁମାର ଧଉଳି
Read Article
ନୂଆ ବରଷ
ଶ୍ରୀମତି ପ୍ରବାସୀ ଦେଇ ବାରିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ