ମୁଁ ଦାଦନ ଓଡ଼ିଆ କହୁଛି
ମୋ ଦୁଃଖ କିଏ ଶୁଣୁଛି?
ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀରେ ମୁଁ ରହୁଛି...
ମୁଁ ପଥହୁଡ଼ା ଓଡ଼ିଆ କହୁଛି
ଚେନ୍ନେଇ, କଲିକତା, ବମ୍ବେରେ ମୋ ଦିନ ବିତୁଛି
ବାପା ମାଆ, ଭାଇଭଉଣୀଠୁ ମୁଁ ଦୂର
ଗାଁ, ଖଟି ମେଳଣ ପୂଜାପର୍ବ ମୋ ପାଇଁ ପର
୧୯୩୬ର ସ୍ବାଧୀନ ଓଡ଼ିଆ ମୁଁ କହୁଛି
ପରରାଇଜେ ପରାଧିନ ଆଜି ମୁଁ ରହୁଛି
ଇଂରେଜ ଗଲାପରେ ବି ଗୋଲାମୀ କରୁଥିବା ଓଡ଼ିଆ ମୁଁ ସବୁ ସହୁଛି
ଗାଁ ସାହି ପଡ଼ିଶା, ଗାଁ ମୁଖିଆ ଅବା ସରକାରେ
ନେତା ମନ୍ତ୍ରୀ ବ୍ୟସ୍ତ ସବୁ ନିଜ କାମ ଧନ୍ଦାରେ
ମୁଁ ଫକୀର, ଗୋପବନ୍ଧୁ, ମଧୁବାବୁଙ୍କ ଦାୟାଦ କହୁଛି...
ଆମ୍ଭ ଦେଶପ୍ରୀତି କିଏ ମାପୁଛି?
ମୁଁ ମହତାବ, ନବକୃଷ୍ଣ, ନିଳମଣୀ ବାବୁଙ୍କ ସନ୍ତାନ କହୁଛି
ଆମ୍ଭ ଶାସନର ଆଜି କି ମାନେ ଅଛି?
ଶାସନ, ପ୍ରଶାସନ, ଜବ୍ ଅବା ପ୍ରମୋଶନ
ଦୁର୍ନୀତି, ଭ୍ରଷ୍ଟାଚାରରେ ସରକାରୀ କାମଧନ୍ଦା ଅଧୀନ
ମୁଁ ପ୍ରତାଡ଼ିତ, ଶୋଷିତ, ଅବହେଳିତ ଓଡ଼ିଆ କହୁଛି
ଆମ୍ଭ ଗରୀବ ମୁଣ୍ଡରେ ତେଲ କିଏ ମାରୁଛି?
ମୁଁ ଚଷାପୁଅ, ଖଟିଖିଆ ଦରଦୀ ଓଡ଼ିଆ କହୁଛି
ଆମ୍ଭ ଦରଦକୁ କିଏ ବାଣ୍ଟୁଛି?
ମୁଁ ଦାଦନ ଓଡ଼ିଆ କହୁଛି
ଭ୍ରାମ୍ୟଭାଷ : ୯୦୩୬୦୫୫୧୦୫
Go Back to Previous Page
ଅମର ଶହୀଦ
ମନୋରଞ୍ଜନ ମୁଦୁଲି
Read Article
ସୁନାନାକୀ ଝିଅ ମାମୁନି
କଳ୍ପତରୁ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ