ପୁଲୱାମା ଅବା କାଶ୍ମିରୀ ଘାଟି ପ୍ରଦୀପ ଲହୁରେ ଉଠିଛି ତାତି ,
ତୁମେ ବୀର ଗତି ନେଇ ଚାଲିଗଲ ସହିଦ ଖାତାରେ ନାମକୁ ଲେଖି
କୋଟି ଜନ ପାଇଁ ତୁମ ଜନ୍ମ ଭୂମୀ ପାଲଟି ଯାଇଛି ତିର୍ଥ ହୋଇ ,
ତୁମକୁ ସଲାମ ଦେବାପାଇଁ ଆଜି ମଥା ଆପେ ଆପେ ଯାଉଛି ନଇଁ,
ଧନ୍ୟ ତୁମ ପିତା, ଧନ୍ୟ ତୁମ ମାତା ଧନ୍ୟ ଏ ଭାରତ ତୁମରି ପାଇଁ
ଆତଙ୍କି ବନ୍ଧୁକ ତୁମରି ଛାତିରେ ସୃଷ୍ଟି କରିଦେଲା ରକତ ନଈ ,
କବିର କଲମ ସବୁରୀ ଛାତିରେ ବାନ୍ଧିରଖି ଦେବ ତୁମକୁ ନେଇ
ଦେଶ ଦସ ପାଇଁ ଜନମ ତୁମର ରହିଗଲ ତୁମେ ଅମର ହୋଇ ,
ଭାରତ ମାତାର ବର ପୁତ୍ର ତୁମେ ନମସ୍ୟ ତୁମେ ଭାରତ ପାଇଁ
ଅମର ଜବାନ୍, ଅମର ସହିଦ ଅମର ତୁମେତ ଭାରତ ପାଇଁ ,
ଅମର ରହିବ ସବୁରୀ ପ୍ରାଣେ ତ୍ରିରଙ୍ଗା ପତାକା ଛାତିରେ ନେଇ
Go Back to Previous Page
ଜାଗହୋ ଭାରତ ଜନ
ହିମାଂଶୁ ଶେଖର ବାରିକ
Read Article
ମୁଁ ଦାଦନ ଓଡ଼ିଆ କହୁଛି
ସାହାଣୀ ସଞ୍ଜୟ କୁମାର ଧଉଳି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ