ଏକ ପରେ ଏକ ଦଶ ଶତ ବର୍ଷ
ବ୍ୟତୀତ ହୋଇଛି ଆଜ
ବିଦେଶୀ ହଟାଇ ଭାରତ ବରଷେ
ପ୍ରତିଷ୍ଠା ହେଲା ସ୍ୱରାଜ II
ଏବେବି ଜନତା କରୁଛି ସନ୍ଧାନ
ସ୍ୱାଧୀନତା ଅର୍ଥ କଣ
ଖୋଜେ ଗିରି ବନ ସାଗର ତଟିନୀ
ଖୋଜଇ ସହର ଗ୍ରାମ II
ହିମାଳୟ ଠାରୁ କୁମାରିକା ଯାଏ
ପାଏନା ସ୍ୱରାଜ ସ୍ୱାଦ
ଯେଉଠି ଦେଖିବ ନିର୍ଯ୍ୟାତନା ଆଉ
ଶୋଷଣର ଆର୍ତ୍ତନାଦ II
ନିର୍ଭୟା ଆତଙ୍କ ଛାୟା ଖେଳେ ମନେ
ନାରୀ ମଣେ ଅସହାୟ
ପୋଲିସ ଜୁଲମ ସାଧାରଣ ଜନ
ମନରେ ସଂଚାରେ ଭୟ II
ଚୋରି ଡକାୟତି ଜାଗେ ମନେ ଭୀତି
ନାହିଁ ଦିବା ନିଶି ଭେଦ
ରକତ ସରିତ କରେ ପ୍ରବାହିତ
କରାଳ ଆତଙ୍କ ବାଦ II
ଦାରିଦ୍ରେ ପୀଡିତା ଅସହାୟା ମାତା
ବିକ୍ରି କରଇ ଅପତ୍ୟ
ନେତା ପ୍ରଶାସନ ଭ୍ରଷ୍ଟ ଆଚରଣ
ଜନତା ହୁଏ ଶୋଷିତ II
ସ୍ୱାଧୀନ ଭାରତ ରୂପର ଚିତ୍ରଣ
କଲେ ଯିବ କାଳି ସରି
ଆଶୁ ପ୍ରତିକାର ନ ହେଲେ ଏହାର
ସମାସ୍ୟା ବଢିବ ଭାରି II
ଜାଗ ଯୁବ ଶକ୍ତି ଜାଗ ନାରୀ ଶକ୍ତି
ଜାଗ ହେ ଭାରତ ଜନ
ଭାରତ ସ୍ୱାଧୀନ ରହିବ ଅକ୍ଷୁର୍ଣ୍ଣ
ହେଲେ ଜନ ସଚେତନ II
Go Back to Previous Page
ମୋ ଗାଁରେ ଶୀତୁଆ ସକାଳ
ଦେବଦତ୍ତ ମିଶ୍ର
Read Article
ଅମର ଶହୀଦ
ମନୋରଞ୍ଜନ ମୁଦୁଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ