ମୋ ଗାଁରେ ଶୀତୁଆ ସକାଳ,
ରବିବାର, ସାଙ୍ଗମେଳ
ଧାନଖଳା, ଲୁଚକାଳି ଖେଳ
ମୋ ଗାଁରେ ଶୀତୁଆ ସକାଳ,
ଗଛପତ୍ରରେ କୁହୁଡ଼ି
ସତେ ଅବା ମୋତି ଆଉ ମୁକୁତାର ମାଳ
ମୋ ଗାଁରେ ଶୀତୁଆ ସକାଳ,
ଦରପୋଡ଼ା ଆଳୁଭର୍ତ୍ତା
ଚୁଲିପାଖ ଶୁଖୁଆ ପଖାଳ
ଝୋଟିଚିତା, ମାଣବସା
ଭଉଣୀର ମୁରୂଜ ଲେଖା, ଚଉରାର ମୂଳ
ମୋ ଗାଁରେ ଶୀତୁଆ ସକାଳ,
ମନେ ପଡ଼େ ଆଜି ମୋର
ଥାଉ ମୁଁ ଯେ ଗାଁଠାରୁ ଦୂର
ମୋ ଗାଁରେ ଶୀତୁଆ ସକାଳ
ଆଇଜିଆଇଟି, ସରାଙ୍ଗ, ଢେଙ୍କାନାଳ, ଓଡ଼ିଶା
ଭ୍ରାମ୍ୟଭାଷ : ୯୦୪୦୭୦୩୦୩
Go Back to Previous Page
ମୃତ୍ୟୁ
ମୀନାକ୍ଷୀ ଦାଶ
Read Article
ଜାଗହୋ ଭାରତ ଜନ
ହିମାଂଶୁ ଶେଖର ବାରିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ