ବାସ୍ ଆଜି ପୁନଶ୍ଚ ଗୋତେ ପତ୍ର ଅକାଳରେ ଝଡ଼ିଗଲା
ଆତ୍ମା ଶରୀର ଛାଡ଼ି ପରମାତ୍ମା ସଙ୍ଗେ ମିଶିଗଲା
କାନ୍ଧ ଉପରେ ଯାହାର ଥିଲା ସଂସାରର ଅନେକ ବୋଝ
ସେ ଆଜି ଚାରିକାନ୍ଧ ଲୋଡୁଥିଲା
ଆଜି ପୁଣି ଜଣେ ଏ ସଂସାରରୁ ବିଦାୟ ନେଲା
ମୁଁ ମୁଁରେ ଯିଏ ସେମିତି ଥିଲା
ନିଜ ପାଇଁ ଗର୍ବତା’ର ଅନେକ ଥିଲା
ପୁଅ ମୋର ଇଞ୍ଜିନିୟର୍, ଝିଅ ମୋର ଡାକ୍ତର
ଗାଆଁ ନୁହେଁ ବିଦେଶରେ ରହଣି ତାଙ୍କର
ଆଜି ତା’ର ମରଣ ବେଳକୁ ପରିବାର ବୋଲି
କେହି ନଥିଲେ ପାଖରେ
ଚାରି ଆଡ଼େ କାନ୍ଦ ବୋବାଳିରେ
ଖାଁ ଖାଁ ଥିଲା ଘର
ବାସି ମଡ଼ା ଆଜି ଅପେକ୍ଷା କରିଛି ତା ସନ୍ତାନର
କାଲିଯାଏ ଯିଏ ଥିଲା ବାପା ମୋର
ଆଜି ତାକୁ ବୋଲନ୍ତି ଶବ,
ଜଳଦି ତାକୁ ସଂସ୍କାର କର
ଗନ୍ଧରେ ଫାଟୁଛି ନାମ ଆମର
ଏଠି ଯାଗା ନାହିଁ ନାହିଁ ଟିକେ ସଫା ସୁତରା
ସତରେ ଏ ଦୁନିଆ ଅତି ବିଚିତ୍ର
ମୃତ୍ୟୁପରେ ଜଣାପଡ଼େ
କିଏ ଆପଣାର କିଏ ପର
ଝଡ଼ାପତ୍ର ଆଜି ଉପରୁଥାଇ ଭାବୁଛି
ସତେ ଅବା ଏ ମୃତ୍ୟୁ କେତେ ସୁନ୍ଦର
ପ୍ରକୃତରେ କରିଥାଏ ସେ ସତ୍ୟ ଓ ମିଥ୍ୟାର ବିଚାର
ହେଲେ ବି ମୃତ୍ୟୁକୁ ଥାଏ ମଣିଷର ଡର
ରାଉରକେଲା, ଓଡ଼ିଶା
Go Back to Previous Page
ସ୍ମୃତି ପ୍ରଜାପତି
ବିଜୟ କୁମାର ପଣ୍ଡା
Read Article
ମୋ ଗାଁରେ ଶୀତୁଆ ସକାଳ
ଦେବଦତ୍ତ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ