ନାରୀ - ଶବ୍ଦ ତ ଏକ... କିନ୍ତୁ ଅର୍ଥ ତା ଅନେକ
ରଙ୍ଗ ତା ଅନେକ
ଚିର ପୂଜିତା ଚିର ନମସ୍ୟା ସିଏ,
ଯାତନାର ଅଗ୍ନିକୁଣ୍ଡରେ ଜଳେ ବି ସିଏ...
କୃଷ୍ଣଙ୍କ ପ୍ରେମ ପାଗଳିନି କୃଷ୍ଣା ବି ସିଏ...
ରାମଙ୍କ ପରିତ୍ୟକ୍ତା ବୈଦେହୀ ବି ସିଏ
ନାରୀ ସେ ତ ନରର ଛାୟା ଓ କାୟା...
ନ ପାରନ୍ତି ଜାଣି କେହି ତାହାର ମାୟା
ଗଢ଼େ ସିଏ, ଭାଙ୍ଗେ ସିଏ, ସବୁ ତ ତାହାରି ସୃଷ୍ଟି
ତଥାପି ତା ଆଡ଼େ ଯାଏନା କାହାରି ଦୃଷ୍ଟି
ନିଜେ ଜଳି ଜଳି ଅନ୍ଧାରକୁ କରେ ଆଲୋକିତ
ନା... ନା... ର ସଂସାରରେ ସେ ଏବେ ବି ଜୀବିତ
ସ୍ବାମୀ ବିନା (ଶାଶୁଘର) ସଂସାର ତାର
କି ଯେ ତା ଅସ୍ତିତ୍ବ...
କେବେ ଥରେ ମୋ ମନକୁ ପଚାରି ଶୁଣିବ
ମନରେ କୋହ ବାହୁନି ଉଠୁଛି...
ଭଗ୍ନ ହୃଦୟ ମୋ ବିଳାପୁଛି...
ତଥାପି ବଞ୍ଚିଛି... ତଥାପି ବଞ୍ଚିଛି...
କାରଣ ମୁଁ ନାରୀ
ହାରିନି କି ହାରିବିନି
ଜୀବନ ଯୁଦ୍ଧରେ ଯୁଝି ଯୁଝି କରିବି ମୁଁ ତାକୁ ପାରି
କିନ୍ତୁ ଏବେ ବି ବୈଶାଖର ଝାଞ୍ଜିରେ ଜଳି ଜଳି
ଆଶା ଶ୍ରାବଣକୁ ପ୍ରତୀକ୍ଷା କରିଛି...
ପ୍ରତିକ୍ଷା କରିଛି
ମୁଁ ଯେ ଏକ ନାରୀ
Go Back to Previous Page
ଆମର ହଁକ୍ ଛଡ଼ାଇ ଆନମା
ଏମ୍. ବିଜୟ କୁମାର
Read Article
ସ୍ମୃତି ପ୍ରଜାପତି
ବିଜୟ କୁମାର ପଣ୍ଡା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ