ମହାପ୍ରଭୁ,
ପ୍ରଣାମ କୁଶଳରେ ଥିବ ବୋଲି ବିଶ୍ବାସ କିନ୍ତୁ ଦୃଢ଼ ନୁହେଁ ମହାପ୍ରଭୁ, ମୁଁ ଭୟଭୀତ ଏବଂ ଆଶଙ୍କିତ କାରଣ ତ ତମେ ଜାଣିଛ, ତଥାପି ଖୋଲିକି କହୁଛି ଗୋଟେ ନାରୀବହୁଳ ପରିବାରର ମୁଁ ସଦସ୍ୟ ବେରୋଜଗାର ଓ ବୃଦ୍ଧ ମଧ୍ୟ ଅନେକ ଭଉଣୀଙ୍କର ମୁଁ ଅଯୋଗ୍ୟ ଭାଇ ଗୋଟିଏ ସର୍ବୋତ୍ତମ ପତ୍ନୀର ଅଯୋଗ୍ୟ ପତି ଦୁଇଟି ଝିଅଙ୍କର ମୂଲ୍ୟହୀନ ପିତା ଦୁଇଟି ମା’ର ଏକମାତ୍ର କୁପୁତ୍ର ଦୁଃସ୍ଥ ଆଉ ନାରୀବହୁଳ ପରିବାରର ସଦସ୍ୟ ହେତୁ ମୁଁ ଭୟଭୀତ ମହାପ୍ରଭୁ ମୋର ଭଉଣୀ ଅନେକ ମୁଁ ଏକ ଓ ଦୁଃସ୍ଥ ତେଣୁ ଭୟଭୀତ
ମାନବ ସମାଜର ନ୍ୟାୟପ୍ରଣାଳୀକୁ ଦେଖିଲେ ସତରେ ମୋ ପରି ଅନେକ ବାପା ଭାଈ ଓ ପୁଅମାନେ ନିଜ ନିଜର ପରିଚୟ ହଜେଇ ବସିବେ ଛୋଟବେଳେ ଏକ ନାଟକରେ ଅଭିନୟ କରିଥିଲି ନାଟକର ନାମ ଥିଲା ‘ଗରୁଡ଼ ଜନ୍ମ ମାତୃଉଦ୍ଧାର’ ଗରୁଡ଼ଙ୍କର ଦୁଇଟି ମା ବିନତା ଓ ସାବତ ମାଆ କଦୃ ଗରୁଡ଼ଙ୍କ ବାପା ଜଣେ ଋଷିଥିଲେ ତାଙ୍କର ନାମ ମୋର ମନେ ପଡୁନି କଦୃ ଓ ବିନତା ସମ୍ପର୍କରେ ଦୁଇ ସଉତୁଣୀ ବୀନତା ସୁଶିଳା ମିଷ୍ଟଭାଷୀ ଓ ସତ୍ୟବାଦିନୀ କଦୃଥିଲେ ଖଳ ପ୍ରକୃତିର ଓ ବୀନତାଙ୍କର ଓଲଟା କଦୃ ବାସୁକୀ ତକ୍ଷକ ଆଦି ୧୦୦ ନାଗ ପୁତ୍ରମାନଙ୍କର ମାତା ବିନତା ଯଦିଓ ଦୁଇଟି ସନ୍ତାନର ମାତା କିନ୍ତୁ ପାଖରେ କେବଳ ଗରୁଡ଼ ହିଁ ରହୁଥିଲେ
ଅଘଟଣ ଘଟିଥିଲା ଭକ୍ତ ଶ୍ରେଷ୍ଠ ଗରୁଡ଼ଙ୍କ ଜନ୍ମର ଅନେକ ପୂର୍ବରୁ ଖଳ ପ୍ରକୃତିର କଦୃ ବିନତାଙ୍କୁ ଜମା ଭଲ ପାଉନଥିଲେ କେମିତି ସେ ରାଣୀ ହୋଇ ରହିବେ ସେଇ ଚିନ୍ତାରେ ଘାରି ହେଉଥିଲେ ଦିନେ ଦେବରାଜ ଇନ୍ଦ୍ରଙ୍କର ଏକ ଘୋଡ଼ାର ରଙ୍ଗକୁ ନେଇ ବିନତା ଓ କଦୃଙ୍କ ମଧ୍ୟରେ କଳି ଲାଗିଗଲା ବିନତା କହିଲେ ସେ ଘୋଡ଼ାର ରଙ୍ଗ ଧଳା, କଦୃ କହିଲେ କଳା ଏମିତି କଥା କଟାକଟି ହେଉ ହେଉ କଦୃ କ୍ରୋଧରେ ଚିତ୍କାର କଲେ ଓ କହିଲେ ଯଦି ତୋ କଥା ସତ ହୁଏ ତେବେ ମୁଁ ତୋ ପାଖରେ ସାରାଜୀବନ ଦାସୀ ହୋଇ ରହିବି ଯଦି ମୋ କଥା ଠିକ୍ ବୋଲି ପ୍ରମାଣିତ ହୁଏ ତେବେ ତୁ ମୋ ପାଖରେ ସାରା ଜୀବନ ଦାସୀ ହୋଇ ରହିବୁ ସତ୍ୟାସତ୍ୟର ବିଚାର ସୂର୍ଯ୍ୟୋଦୟ ପରେ ସମସ୍ତଙ୍କ ସାମନାରେ ହେବ ବିନତା ଜାଣିଥିଲେ ସତ କ’ଣ ତେଣୁ ସେ ଆହ୍ବାନ ସ୍ବୀକାର କରି ନେଇ ପ୍ରଭାତର ଅପେକ୍ଷାରେ ରହିଲେ
କଦୃ ମଧ୍ୟ ଜାଣିଥିଲେ ଯେ ଇନ୍ଦ୍ରଙ୍କର ସେ ଘୋଡ଼ାଟି ଧଳା ବୋଲି କ୍ରୋଧରେ ତ ମୁଣ୍ଡ କାମ କଲାନି ସୂର୍ଯ୍ୟୋଦୟ ହୋଇଗଲେ ସେ ବିନତାର ଦାସୀ ହେବେ? ଅସମ୍ଭବ ଖଳ ପ୍ରକୃତିରୁ ଖଳ ବୁଦ୍ଧି ବାହାର କଲେ ତାଙ୍କର ସମସ୍ତ କଳାନାଗ ପୁତ୍ରମାନଙ୍କୁ ପାଖକୁ ଡକାଇଲେ କହିଲେ ତମେ ଯଦି ତମ ମା’କୁ ଦାସତ୍ବରୁ ମୁକ୍ତ କରି ନିଜକୁ ରାଣୀପୁତ୍ର ଭାବରେ ପରିଚିତ କରିବାକୁ ଚାହଁ, ତେବେ ସୂର୍ଯ୍ୟୋଦୟ ପୂର୍ବରୁ ଦେବରାଜ ଇନ୍ଦ୍ରଙ୍କର ସେ ଧଳାଘୋଡ଼ାକୁ କଳାରେ ପରିଣତ କରିବ ସମସ୍ତେ ଦେଖିବେ ସେ ଧଳା ନୁହେଁ କଳା ତେଣୁ ମୁଁ ଜିତିବି ଆଉ ବିନତା ମୋ ଦାସୀ ହେବ ମାତୃଭକ୍ତ କଳାନାଗ ପୁତ୍ରମାନେ ମାତା ଆଜ୍ଞା ପାଳନପୂର୍ବକ ପ୍ରସ୍ଥାନ କଲେ ଗୋଟିଏ ମା’ର ଖୁସି ପାଇଁ ଆଉ ଗୋଟିଏ ମା’ର ଖୁସି ହରଣ କରିବାକୁ
ପ୍ରଚଣ୍ଡ ସୂର୍ଯାଲୋକରେ ସମସ୍ତ ବିଜ୍ଞଅବିଜ୍ଞ ବିଚାରକ ମଣ୍ଡଳୀଙ୍କ ବିଚାରରେ ସତ୍ୟବାଦିନୀ ସତୀ ମାତା ବିନତା ଦାସୀରେ ପରିଣତ ହୋଇଗଲେ କାରଣ ଦେବରାଜ ଇନ୍ଦ୍ରଙ୍କର ଉକ୍ତ ଘୋଡ଼ାଟି କଳା ଦିଶୁଥିଲା ଅର୍ଥାତ ପ୍ରାମାଣିକ ଭିତ୍ତିରେ ସତୀ ବିନତା ପରାଜିତା ହେଲେ କେହି ପୂର୍ବାପୂର୍ବକଥା ବିଚାର କଲେନି କି ତଦନ୍ତ କଲେନି କି ଉଚିତ ମଣିଲେନି ଆଜୀବନ ଧଳା ଦିଶୁଥିବା ଘୋଡ଼ାଟି କଳା ହେଲା କିପରି ବିଚାରୀ ବିନତା ଦାସୀତ୍ବକୁ ସ୍ବୀକାର କରିନେଲେ ସତ୍ୟ ଲୁଚିଗଲା ଅନ୍ଧାରର ଅନ୍ଧଗଳିରେ
ବିନତାଙ୍କ ସ୍ବାମୀ ଋଷି ତଦନ୍ତରୁ ଜାଣିଲେ ଯେ ଏ ସବୁ କଦର୍ଯ୍ୟ କାମ ଆଉ କେହି ନୁହେଁ ତାଙ୍କର ପତ୍ନୀ ଖଳ ପ୍ରକୃତିର କଦୃ ତା ସନ୍ତାନ ମାନଙ୍କ ଦ୍ବାରା କରାଇଛି ତେଣୁ ସେ ସତ୍ୟକୁ ଓ ନିଜ ପ୍ରିୟତମା ପତ୍ନୀ ବିନତାକୁ ନ୍ୟାୟ ଦେବାପାଇଁ ଚିନ୍ତା କରି ବଢ଼ାଇ ଦେଲେ ଦୁଇଟି ଅଣ୍ଡା ଯାହାର ପରିଣାମ ସ୍ବରୂପ ଅରୁଣ ଓ ଗରୁଡ଼ ଜନ୍ମ ନେଲେ ଓ ମାତା ବିନତାଙ୍କୁ ଗରୁଡ଼ ଦାସୀ ଜୀବନରୁ ମୁକ୍ତ କଲେ ଏ କାହାଣୀ ପ୍ରାୟ ସମସ୍ତେ ଜାଣିଥିବେ, ତେଣୁ ଅଧିକ କିଛି ଲେଖୁନି
ପୌରାଣିକ କାହାଣୀର ଦେବରାଜ ଇନ୍ଦ୍ର, ଆଉ ଆମ ଗଣତାନ୍ତ୍ରିକ ସରକାର, ଭଗବାନ ସୂର୍ଯ୍ୟ ଆଉ ଆମ ସର୍ବୋଚ୍ଚ ଅଦାଲତ ଖଳ ପ୍ରକୃତିର କଦୃମାତା ଆଉ ଆମ ଅହଂକାରୀ ନେତା, ମାତୃଭକ୍ତ କଳାସର୍ପସୂତମାନେ ହେଲେ ଆମ ପ୍ରଶାସନିକ ଅଫିସର, ସିବିଆଇ ଓ ପୁଲିସି ବାହିନୀ ମହାପ୍ରଭୁ, ଯଦି ସ୍ବର୍ଗୀୟ ଇତିଶ୍ରୀ ପ୍ରଧାନଙ୍କର ସ୍ବାମୀଟିଏ କି ଗରୁଡ଼ ପରି ପୁଅଟିଏ ଥାଆନ୍ତା, କିମ୍ବା ଯଦି ସେ ନିଜେ ଜଣେ ନାମୀଦାମୀ ବ୍ୟକ୍ତିଟେ ହୋଇଥାନ୍ତେ, ତେବେ କ’ଣ ତୁମେ ନିରବ ରହିଥାନ୍ତ? ମହାପ୍ରଭୁ ତୁମ ନିରବତାର ନିଷ୍ଠୁର ଅଗ୍ନିରେ ଆହୁରି କେତେ ଯେ ଇତିଶ୍ରୀ, ଆଦି ନିରୀହ ମାନେ ଛଟପଟ ହେବେ ସେ କଥା ତମେ ଏକା ଜାଣିଛ ମୁଁ ଭୟଭୀତ ଯେ ମୁଁ ସେଇମାନଙ୍କର ପୁଅ, ଭାଇ, ଜନକ, ତମ ଚରଣରେ ଶରଣାଗତ ମହାପ୍ରଭୁ ନିରବତା ଭଙ୍ଗକର ରକ୍ଷାକର, ତମ ହାତଗଢ଼ା ସୁନ୍ଦର ସଂସାରକୁ
ଗାନ୍ଧୀମାର୍ଗ, ଆଠଗଡ଼, କଟକ
Go Back to Previous Page
ଭାଗ୍ୟର ବିଡ଼ମ୍ବନା
ନୃସିଂହ ଚରଣ ବେହେରା
Read Article
ସୁନେଲୀ ସିଂହ - ୪
ଅଶୋକ ବିଶ୍ବାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ