ହୋ ସାହୁକାରେ!
ତୁମ ଟାଙ୍ଗରା ଭୂଇଁକୁ
ମୋ ଝାଳରେ ଭିଜେଇ
ତୁମ ଦିଆ ବିହନ ବୁଣିଲି ଯେ
ସେଥିରୁ ଅଧେ ଗଜେଇଲା
ତ ଅଧେ ହେଲା ଖତ
ତୁମ ଦିଆ ସାରର ଅସାରତାରେ
ମୋ ଗଛସବୁ ଭୋଗୁଛି
ଅପପୁଷ୍ଟିର ଧନୁଷ୍ଟଙ୍କାର ବାତ
ଆଉ ଏବେ ଦେଖ ହୋ ସାହୁକାରେ!
‘ଯୋର୍ ଯାର ମୁଲକ ତାର’ ପରି
ଏବେ ମୋ କ୍ଷେତରେ
ଚକଡା ପୋକର ନିରଙ୍କୁଶ ରାଜୁତି
ଦୋରୁଅ ନିଗିଡା ଆଖୁପରି ଜୀବନକୁ ନେଇ
ଏବେ ମୁଁ କୁଆଡେ ଯିବି ହୋ ସାହୁକାରେ?
ଆଗକୁ ଗଲେ ଋଣର ତକ୍ଷକ,
ପଛକୁ ଗଲେ ହା’ଅନ୍ନର କୋରଡା,
ବାଁ ଡାହାଣରେ ନିର୍ଦ୍ଧୟ ‘ଚକଡା’,
ମୁଣ୍ଡ ଉପରେ ନିରାଶାର ସୂର୍ଯ୍ୟ ତ
ପାଦତଳେ ଥରଥର ମାଟି ମାଆର ପାପୁଲି
ଏବେ ମୁଁ କୁଆଡେ ଯିବି ହୋ ସାହୁକାରେ?
କିଏ ମୋର ସାହା ହେବ?
ଏତେସବୁ ଜନଗହଳି ଭିତରେ
ଜଣେ କେବଳ ହାତପାତିଛି
କୋଳେଇନେବାକୁ ମୋ ମୁମୂର୍ଷୁ ଆତ୍ମାକୁ
ଏବେ ସେଇ ଯମ ହିଁ ମୋର ତ୍ରାଣକର୍ତ୍ତା
ବାସ୍ ମୋ ଶବକୁ ଏଇ ଜମିରେ ହିଁ ପୋଡିଦିଅ
ନଡାତକ ତ କାମରେ ଲାଗିଯିବ ସାହୁକାରେ!
କେଜାଣି ମୋ ରକ୍ତ-ମାଂସ-ହାଡ-ପାଉଁଶର ଉର୍ବରତାରେ
ଆର ସନକୁ ସୁନା ଫଳିବ ତମ ଜମିରେ,
ବିଦାୟ ହୋ ସାହୁକାରେ, ବିଦାୟ!!
ବାଣିଜ୍ୟକର ବିଭାଗ, ରାୟଗଡ-୭୬୫୦୦୧
ଭ୍ରାମ୍ୟଭାଷ-୯୪୩୮୬୧୦୮୧୧
Go Back to Previous Page
ସ୍ମୃତି
ମାମାଜିନି ପ୍ରଧାନ
Read Article
ମାତୃତ୍ବ : ଏକ ବାରାଙ୍ଗନାର
ମହୀନ୍ଦ୍ର କୁମାର ପାଲ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ