“କୁନା କାହିଁ? ଦେଖାଯାଉନି?” ସବୁ ଘର ବୁଲିଦେଇ ପଚାରୁଥିଲା ବିନୟ I ଅଫିସରୁ ଫେରିବା ପରେ ନିଜର ଏକମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି I ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ ! ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ I”
କିଛି ସମୟ ପରେ ବିନୟ ଉଚ୍ଚ ସ୍ୱରରେ ଘର କମ୍ପି ଉଠୁଥିଲା, “ବରମ୍ବାର ମନା କରିଥିଲି ପିଲାକୁ ବାହାରକୁ ପଠାଅନି I ସୋସାଇଟିରେ ବାଜେ ପିଲାଂକ ସହିତ ବସି ବାଲି ଖେଳୁଥିଲା I ଏଇୟା ସବୁ ଶିଖୁଛି ତମ ପୁଅ ? ଦେଖ ତା ଦେହ.... ବାଲିଧୁଳିରେ ଭର୍ତ୍ତି I ଦେହ ଖରାପ ହେଉ, ମୋତେ କହିବ !”
ରୋଷେଇଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, “ଓହୋ ପିଲାଟା ଟିକେ ଖେଳିଦେଲେ କଣ ହେଇଗଲା ? ତମେ ଖେଳୁ ନ ଥିଲ କି ? ଜନ୍ମରୁ ଏସି ରୁମରେ ବଢ଼ିଥିଲ ନା କଣ ?” ବିନୟର ଦେହରେ ଏକ ଶୀତର ଲହରୀ ଖେଳିଗଲା I ଲାଗିଲା ଶୀତ ଦିନରେ ପୋଖରୀ କୂଳରେ ଠିଆ ହୋଇଥିବା ସମୟରେ ପଛରୁ କିଏ ଜଣେ ଠେଲି ଦେଇଛି I ରାଗ ତ ଲାଗିବ ନିଶ୍ଚୟ କିନ୍ତୁ ଅପେକ୍ଷାର ବେଳ ଶେଷ ହୋଇଯାଏ I ବିନୟ ଆଉ କିଛି କହିଲା ନି I ସାର୍ଟ ଖୋଲି ପାଖ ଚୌକି ଉପରେ ବସି ପଡ଼ିଲା I ଫେରିଗଲା ତା ପିଲା ଦିନକୁ I ମିନୁ ସତ କହୁଛି ତ ?
ବିନୟର ମନ ତା ଜନ୍ମଭୂମି ଗାଁକୁ ଫେରିଯାଏ I ମନେ ପକାଏ ତ ଅତି ପିଲା ଦିନର କଥା I କଣ ତା ଗାଁରେ ତାର ପିଲା ଦିନର ସାଂଗ ସାଥି କେହି ବାଜେ ନ ଥିଲେ ? କଣ ସେ ବାଲି ଖେଳି ନ ଥିଲା ? ଦେହ କଣ ଖରାପ ହେଉଥିଲା ? ଗାଁ ଦାଣ୍ଡ କଣ ଆଜିକାଲି ପରିକା ପିଚୁ ସିମେଣ୍ଟରେ ଚକ ଚକ କରୁଥିଲା ? ନା ବିନୟ ନା I ଏ ସମସ୍ତ ପ୍ରଶ୍ନର ଉତ୍ତର ’ନା’ I
ଠିକ ମନେ ଅଛି ବିନୟର I ଆଜକୁ ୩୦ ବର୍ଷ ପୂର୍ବର ଘଟଣା I ପାଠ ପଢ଼ା କଣ ଜଣା ନ ଥିଲା I କେବଳ ଖେଳ ଖେଳ ଆଉ ଖେଳ I ନା ଏଥିରେ ବାପାର ନାଳି ଆଖି, ନା ମାଁ ର ଡାକ ବାଧା ଦେଉଥିଲା I ବାଲି, କାଦୁଅ, କାଠି , ପାଲ, ଗୋଡ଼ି କେତେ କଣ ଏକଠି କରି ଘର ତିଆରି, ରାଜା ଓ ରାଣୀ ବାହାଘର, ଭାତ ରନ୍ଧା , ଖିଆ , ଗାଧୁଆ ସବୁ କିଛି ସେହି ଏକା ଜିନିଷରେ ହୋଇଯାଉଥିଲା I ନା ଥିଲ ଆଜିର ଅଂଗନୱାଡ଼ି ଶିକ୍ଷା ଯଉଥିରେ ପିଲାକୁ ଯତ୍ନ ସହକାରେ ନିଆ ଅଣା କରା ଯାଉଥିଲା I ବୁଲିଲା ବାଟରେ , ଖେଳିଲା ପଥରେ କଉ ବର ପତ୍ରରେ ମକାଗୁଣ୍ଡ ଘାଣ୍ଟ ଟିକେ ଦେଲେ ଚାଟି ଚାଟି ସଫା ହୋଇ ଯାଉଥିଲା I ବାସ ଅଂଗନୱାଡ଼ି ପଢ଼ା ଶେଷ I କେତେ ମଜା ଥିଲା ସେଥିରେ ବିନୟ I କଣ ତୋର ଉପରେ କି ପ୍ରଭାବ ପଡ଼ିଥିଲା ସେହି ରାସ୍ତାର ବର ପତ୍ର ଖିଆ I
ସମୟର ଗତିରେ ବଢ଼ି ଚାଲିଥିଲା ବିନୟ I ସ୍କୁଲ ପାଠପଢ଼ା ବି ଆରମ୍ଭ ହେଲା I ହେଲେ ତା ପୂର୍ବ ପରି ଖେଳ କୁଦରେ କୌଣସି ପ୍ରତିବନ୍ଧକ ଆସିଲ ନାହିଁ I ନୁଆଁ ନୁଆଁ ଖେଳରେ ଭାଗ ନେଇ ବହୁତ ମଜା ଆସିଲା I ଘର, ଦ୍ୱାର, ସ୍କୁଲ, ପୋଖରୀ, ପଡ଼ିଆ, ରାସ୍ତା ସବୁ ତାର ଖେଳକୁଦରେ ଭରିଗଲା I ଏଥିରେ ତାକୁ କେବେ କେହି ମନା କରି ନାହନ୍ତି I ମନ ଭରି ଉପଭୋଗ କରିଛି ତ ପିଲାଦିନ I ପୁଣି ଆଜି କହିଁକି ମନା କରୁଛି ତ ନିଜ ପୁଅକୁ I ସେ ତ ପୁଣି ଆଜି ଏକ ପ୍ରତିଷ୍ଠିତ ଅନୁଷ୍ଠାନର କର୍ମଚାରୀ I ଏସି ରୁମରେ ବସିବାର ସୁଯୋଗ ପାଇଛି I ମିନୁ ତମେ ସତ କହୁଛ I ମୁଁ ଜନ୍ମରୁ ଏସି ରୁମରେ ବଢ଼ିନି I ମୁଁ ବଢ଼ିଥିବ ରୁମ ବିଷୟରେ ଜାଣିବାକୁ ଚାହିଁବ ମିନୁ ?
ବିନୟ ପୁଣି ଫେରିଯାଏ ତା ପୁରୁଣା ଦିନକୁ I ତ ବାପାଂକ ନିଜ ଜାଗା ବୋଲି କିଛି ନ ଥିଲା I ସରକାରୀ ଜାଗାରେ ରସ୍ତା କଡ଼ରେ ଛୋଟ ଚାଲ ଘରଟିଏ କରି ରହୁଥିଲା I ଉପରେ ଛପର I ଛପର ବି ସମ୍ପୂର୍ଣ୍ଣ ଦୁଇଟା ରୁମକୁ ପାଉ ନ ଥିବାରୁ ଗୋଟାଏ ପଟେ ଖଜୁରୀ ପତ୍ରରେ ବନ୍ଧା ହୋଇଥିଲା I ଯଉପଟେ ଛପର ସେ ପଟଟା ରନ୍ଧାଘର,ଜିନିଷପତ୍ର ରଖିବା ପାଇଁ ବ୍ୟବହାର ହେଉଥିଲା, ଅନ୍ୟ ପଟଟା ଚାରି କୁଟୁମ୍ବ ଶୋଇବା, ବସିବା, ଉଠିବା ଘର I ଖରା ଓ ଶୀତରେ ଯେଣ ତେଣ ସମୟ ଆରାମରେ କଟି ଯାଉଥିଲା କିନ୍ତୁ ବର୍ଷାରେ ବାହାର ଭିତର ଏକ ହୋଇ ଯାଉଥିଲା I ରନ୍ଧା ଘରେ ବସି ବସି ବାପା, ମାଁ କର ସକାଳ ପାଇ ଯାଉଥିଲା I ବିନୟ ଓ ତା ଭଉଣୀ ପାଇଁ ଶୋଇବା ଜାଗା କଲେ ବି ଛପର ପଟୁ ପାଣି ଧାର ବୋହି ଆସୁଥିଲା I ପାଣି ଧାର ସିଧା ବାସନ , ବାଲଟି ରଖିଲେ ବି କେତେଟ ବାସନ ବାଲଟି ଯେ ସବୁ ଧାରକୁ ସମ୍ଭାଳି ହେବ I ପବନ ଝଡ଼ରେ ଛପରଟା ଭାଂଗି ଘର ଭିତର ଭିଜେଇ ଦେଉଥିଲା I ସତ କହିଛ ମିନୁ I ସେ ଦିନର ଏସି ପାଇଁ ନିଆଁ ଲଗାଇ ବସିବାକୁ ପଡ଼ୁଥିଲା I ସେ ଦିନକୁ ଭୁଲିବାକୁ ଚହୁଁଥିଲି ହେଲେ ଆଜି ପୁଣି ମନେ ପକେଇ ଦେଇଛ I ସେ ଦିନ ଆଉ ଆଜି I ଅନେକ ବର୍ଷ ବିତି ଯାଇଛି I ଆଜିର ଦିନଟା ଭିନ୍ନ ଅନୁଭୂତି ଦେଉଛି I ବହୁତ ଆନନ୍ଦ ମିଳୁଛି I କିନ୍ତୁ ଆଜିର ଆନନ୍ଦ ପଛରେ ସେଦିନର ପୁରୁଣା ସ୍ମୃତିର ମହତ୍ୱ ଭୁଲି ଯାଇଥିଲି I ଆଜି ତମେ ମନେ ପକେଇଦେଇଛ I
“ଓହୋ, ଏ ଯାଏଁ ହାତ, ମୁହଁ ଧୋଇନ I କହିଦେଲି ବୋଲି କଣ ରାଗିଗଲ I ହଉ ହେଲା, ଆଗକୁ ଆଉ କହିବିନି I କୁନା ତୁମର ଗେହ୍ଲା ପୁଅ, ଗେହ୍ଲା ପୁଅ, ଗେହ୍ଲା ହେଲା I ଯାଅ ହାତ, ମୁହଁ ଧୋଇ ପକାଅ I ଖାଇବ I” ମିନୁର କଥ ଶୁଣି ବିନୟ ବର୍ତ୍ତମାନକୁ ଫେରି ଆସିଲା I ଅସତର୍କ ଭାବରେ କହିଲା, ’ନା’ I ଏମିତି ଟିକିଏ ବସିଗଲି I କୁନା ଆ ବାପା ଆ I ହାତ, ମୁହଁ ଧୋଇବା ଆ I ମୋ ସୁନା ପୁଅ କଣ ଖେଳୁଥିଲ ବାପା I” କୁନା କନେଇ କନେଇ କହିଲା, “ବାପ ଆମେ ବାଲି ଘର ତିଆରି କରୁଥିଲୁ , ରସ୍ତା ତିଆରି କରୁଥିଲୁ, ଗାଡ଼ି ଚଲାଉଥିଲୁ I ସୋମୁ ନା ମୋ ଗାଡ଼ିକୁ ଧକ୍କା ଦେଇ ଦେଲା I ମୋ ବାଲିକୁ ପକେଇଦେଲା I କାଲି ତାକୁ ମାଡ଼ ଦେବା I” ବିନୟର ହୃଦୟ ମନା କରିପାରିଲାନି ,”କାଲି ତା ସଂଗରେ ଖେଳିବୁ ନାହିଁ I ତୁ ଏକା ଏକା ଏଇଠି ଖେଳିବୁ I” କୁନାକୁ କହିଲା, “ ବାପା ସେମାନେ ତୋ ସଂଗ I ଆଉ ସଂଗକୁ ମାଡ଼ ଦିଅନ୍ତି ନି I ସଂଗ ହୋଇ ଖେଳିବୁ , ଗାଡ଼ି ଧକ୍କା ହେଲେ କହିବୁ ,ଗ୍ୟାରେଜରେ ଠିକ କରିଦେବା I ବାଲି ପଡ଼ିଗଲେ କହିବୁ ନଦୀରୁ ବାଲି ଭର୍ତି କରି ନେଇ ଆସିବା I” ମିନୁ ବାପ ପୁଅର କଥା ଶୁଣି ମନକୁ ମନ ହସୁଥାଏ I “ହଉ ହେଲା ବାପ ପୁଅର ଗେହ୍ଲ I ଆସ ଖାଇବ I” ମିନୁ ପରଶିବା ଆରମ୍ଭ କରିଦେଲା I
ବିନୟ ପାଖରେ କୁନା ବସି ପଡ଼ିଲା I ଖାଇବା ପରଶା ହେଲା I କେତେ କଣ ତିଅଣ ଖାଇବା ପାଇଁ I କୁନାର କଣ ଖାଇବରେ ଇଚ୍ଛା I ତାର ତ ଦିନ ସାର ମାଁ ପାଖରେ ରହି ଖାଇ ଖାଇ ପେଟ ପୁରା I ବାପା ସଂଗରେ ଖାଇବ କଣ I ଖେଳିବା ଆରମ୍ଭ କରିଦେଲା I ଏଇଟାକୁ ସେଥିରେ ମିଳେଇବା, ସେଇଟାକୁ ଏଥିରେ ମିଳେଇବା I ବିନୟର ସେଦିନ ଥିଲା ଭିନ୍ନ I ତା ବାପା ମା ଦୁଇ ଜଣ ଯାକ କାମ କରିବା ପାଇଁ ସକଳୁ ଚଲିଯାଉଥିଲେ I ବାପ ମା ଫେରିଲେ ଖାଇବେ ବିନୟ ଆଉ ତା ଟିକି ଭଉଣୀ I ସକାଳୁଆ ଚା ଆଉ ମୁଢ଼ିରେ ସୂର୍ଯ୍ୟର ମୁଣ୍ଡ ଉପରକୁ ଆସିବା ବାଟକୁ ଚାହିଁ ରହିଥିବ ବିନୟ I କାନ୍ଦୁଥିବ ଭଉଣୀକୁ ବୁଝେଇ କହୁଥିବ , “ହେଇଟି ମା ଆସି ଗଲାଣି ଦେଖ I ବାରମ୍ବାର ବାହାରକୁ ଆସି ସୁର୍ଯ୍ୟକୁ, ବାପା, ମା ଆସିବା ପଥକୁ ଚାହୁଁଥିବ ବିନୟ I ଦୂରରୁ ବାପା, ମା କୁ ଦେଖି ବିନୟ ଭିତରକୁ ଦୌଡ଼ି ଯାଇ ଭଉଣୀକୁ ନେଇ ଆସି ମା ପାଖକୁ ନେଇ ଯିବ I ମାଁ ଭଉଣୀକୁ ଟିକିଏ କ୍ଷୀର ଦେଇଦେଲେ ତା ମନ ଶାନ୍ତ ହୋଇଯାଏ I କିନ୍ତୁ ବିନୟର ଅପେକ୍ଷା ବାପ ମା ର ପୁଣି ଗାଧୋଇ ଫେରିବା ବାଟକୁ I ରାତିର ଭାତ ଦିନରେ ବାସି ଭାତ ଆଉ ଦିନର ଭାତ ପଖାଳ ରାତିରେ I ବିନୟ ତ ବାପାକୁ ପରଶା ହୋଇଥିବା ପିଆଜ ଲୁଣକୁ ବାସି ପଖାଳରେ ମିଶାଇ ଲୁଥକିନା ବସି ପଡ଼ିବ I ବାପା ଖାଇବା ଆଗରୁ ନିଜେ ବିନା ହାତ ଧୋଇ ଭାତ ଭାତ ଖାଇଯିବ I ପାଏ ଚାଉଳର ବାସି ପଖାଳ ବା କେତେ ହେବ ଦୁଇ ତିନି ଜଣ ପାଇଁ I ଭାତ କମ ଥିର(ପେଜ) ବେସି I ବିନୟ ଖାଇଗଲା ପରେ ତା ବାପ ବଂଚିଥିବ ଭାତ ପେଜକୁ ପିଇ ମନକୁ ବୁଝେଇ ନେବେ I ବିନୟର କିନ୍ତୁ ଏ ସବୁର ବୁଝିବା ବୟସ ନ ଥିଲା I ପଛ ପଟରୁ ମିନୁ କହିଲା, “ ଆଉ କିଛି ଦେବି I” ବିନୟ ମନା କଲା, “ନା, ଆଜି ଏତେ ଗୁଡ଼ାଏ ଦେଖିକି ପେଟ ଭରିଗଲା I ଆଉ ଯିବନି I”
ବିନୟ ନୀତି ଦିନ ପୁଅ ସହ ଘର ଭିତରେ କେତେ ଖେଳକୁଦ , ଲ୍ୟାପ୍ଟପରେ ଗୀତ, କର୍ଟୁନ , ସ୍ମାର୍ଟ ଫୋନରେ ସ୍ମାର୍ଟ ବଏ କରିବାର କୌଶଳ ଆପଣେଇଛି I ଅଜି କିନ୍ତୁ ଖେଳିଲା ନାହିଁ I ଘର ବାଲକୋନୀକୁ ଚୌକିନେଇ ବସି ଦେଖୁଥାଏ ପଡ଼ୋଶୀ ପିଲାମାନଂକର ଖେଳକୁଦ I ତାରି ଭିତରେ ନିଜକୁ ଖୋଜୁଥାଏ I
ସେ ଦିନର ଖେଳ ଥିଲା ଭିନ୍ନ I ବର୍ଷାଦିନେ ଲଂଗଳା ହୋଇ ବର୍ଷାରେ ଭିଜି ଭିଜି ଖେଳୁଥିବାର ଦୃଶ୍ୟ ଏବେ ବି ମନେ ପଡ଼େ ବିନୟର I କାଦୁଅରେ ପଚ ପଚ ହୋଇ ଦୌଡ଼ୁଥିବାର ଦୃଶ୍ୟ, ଖସିଯାଇ ଦେହ କାଦୁଅରେ ଜୁଡ଼ୁ ବୁଡ଼ୁ ହୋଇଯିବାର ଦୃଶ୍ୟ I ବର୍ଷା ଛଡ଼ିଗଲେ ବାଡ଼ି ଖେଳ, ନଟୁ ଖେଳ, କାଇଁଚ ଖେଳ, ଲତା କି ପଦା ଖେଳ, ପିଥୁ ଖେଳ, ବହୁ ଗୁଡ଼ୁ ଖେଳ, ବିଷ ଓ ଅମୃତ ଖେଳ, ଗଛ ଡିଆଁ ଖେଳ, ପାଣିରେ ବୁଡ଼ି ଧରିବା ଖେଳ, ଗିଲି ଦଣ୍ଡା ଖେଳ, ଆମ କି ଚକ ଖେଳ ଅପରି ଅନେକ ଖେଳରେ ବିତି ଯାଇଛି ବିନୟର ପିଳାଦିନ I ଦଶମ ପଢ଼ିବା ଯାଏ ଖେଳରେ କୌଣସି କଟକଣା ନ ଥିଲା I କେତେବେଳେ ଖେଳିବା, କେତେବେଳେ ପଢ଼ିବା କାହକୁ କହିବାକୁ ପଡ଼ୁ ନ ଥିଲା I କଣ ଖେଳିବା, କଣ ପଢ଼ିବା , କଣ କରିବା ନ କରିବା କେହି କିଛି କହୁ ନ ଥିଲେ I ଆଜି କିନ୍ତୁ ବଦଳି ଯାଇଛି ସେ ଦିନ I ପିଲା କଣ ଖେଳିବ, କଣ ପଢ଼ିବ, କଉଟ ଠିକ, କଉଟା ଭୁଲ ସବୁ ବାପା ମାଂ କ ଇଚ୍ଛା I ବିନୟ ସେଥିରୁ ବାଦ ପଡ଼ିବ ବା କେମିତି I ନିଜ ପୁଅର ଭବିଷ୍ୟତ କଣ ହେବ ଏବେଠୁ ଠିକ କରିବାକୁ ପଡ଼ିବା I ନିଜ ପୁଅ କାହା ସହ ଖେଳିବ, ବସିବ, ପଢ଼ିବ ଏବେଠୁ ଭବିବାକୁ ପଡ଼ିବ
ବିନୟ ମିନୁର କଥକୁ ଆଉ ଥରେ ବିଚାରିଲା I କଣ ସମସ୍ତେ ବିନୟ ହୋଇପରିବେ I ସବୁ କିଛି ଜାଣିଶୁଣି କଣ ବିନୟ ତ ପୁଅକୁ ତ ପରି ବଢ଼ିବାକୁ ଛଡ଼ିଦେବ I ପଛକୁ ଫେରି ଦେଖେ ବିନୟ I ତା ପିଲା ଦିନର କେତେଟା ସାଂଗ ତା ପରି କୃତକର୍ଯ୍ୟ ହୋଇଛନ୍ତି I ଆଜି ବି ସେଇ ସାଂଗମାନେ କାହାର ମୂଳଲାଗି, ଇଟାଗଡ଼ି, ଡ୍ରାଇଭର ହୋଇ କଷ୍ଟ ଜୀବନ ବିତାଉଛନ୍ତି I ସେମାନଂକ ଭିତରେ ନିଜକୁ ଦେଖି ଅନେକ କଷ୍ଟ ଅନୁଭବ କରେ I ୨୦୧୭ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଗଳ୍ପ “ ଇଟା ଭାଟିର ଶିଳ୍ପୀ ” ଗାଳ୍ପିକା ଗାୟତ୍ରୀ ସରାଫ ର ଗଳ୍ପ ଭିତରେ ବିନୟ ନିଜକୁ ଆବିଷ୍କାର କରେ I ଗାଳ୍ପିକକୁ ପାଖରୁ ଦଖିଛି, ସାଂଗରେ କାମ କରିବାର ସୁଯୋଗ ପାଇଛି I ଗଳ୍ପର ଅନୁଭୂତିକୁ ବିନୟ ନିଜେ ଅଂଗେ ନିଭେଇଛି I
ବିନୟ ଠିକ ଭାବରେ ମନେ ପକେଇ ପାରୁନି ଯେ କଉ ବର୍ଷରୁ ତା ପରିବାର ଇଟଭାଟିରେ ଶିଳ୍ପୀ ଭାବରେ କାମ କରି ଆସୁଛନ୍ତି I ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧକାଳ ବିନୟର ବାପା ପେଟ ପୋଷିବା ପାଇଁ ଇଟାଭାଟିରେ ଶିଳ୍ପୀ ସାଜିଛନ୍ତି I ଏହାର ଭିତରେ ବିନୟ ବି ତିନି ଚାରି ଥର ସାଂଗରେ ଯାଇଛି I ସେଠିକାର ଜୀବନ ନିର୍ବାହ ବିନୟକୁ ବେଶ ଜଣା I ସର୍ଦାର କେମିତି ପଇସା ଦେଇକି, କଉଠି ଲୁଚେଇକି, କେମିତି ନେଇକି ଯାଏ ଭଲ ଭାବରେ ବିନୟ ଜାଣିଛି I ସେଇଠି କଣ ଖାଇବାକୁ ଦିଆଯାଏ, କେମିତି ଖରାରେ ୬/୭ ମାସ କାମ କରିବାକୁ ହୁଏ, କାମ କରି ନପାରିଲେ ମାଳିକ କେମିତି ଲାତ ମାରି ଭଗାଏ ଏ ସବୁ ବିନୟକୁ ବ କଣ ଜଣା ନାହିଁ I ଏ ସବୁରି ଭିତରେ ବିନୟର ପିଲାବେଳ ଇଟାଭାଟିରେ ବିତିଛି I କିନ୍ତୁ ବିନୟର ବାପା ପାଇଁ କିଛି ରାସ୍ତା ନ ଥାଏ I ଏ ମାଳିକ ନ ହେଲେ ଆର ମାଳିକ ହୋଇ ନିଜର ପରିବାର ଚଲାଉଥାନ୍ତି I ବିନୟର ଭବିଷ୍ୟତ ବୋଲି କିଛି ଚିନ୍ତା ନ ଥିଲା ବାପା ମା ର I ଧନ୍ୟ ସେହି ପକ୍ଷୀ ଶୁଆ ହାତ ଦେଖାଳି ଯିଏ ବିନୟର ଭବିଷ୍ୟତକୁ ରୂପରେଖ ଦେଲା I କାର୍ଡ଼ ପଢ଼ିକି କହିଲା ତୋ ପୁଅ ଚାକିରୀ କରିବ , ଗାଡ଼ି ବସିବ I ସେଇ ଦିନଠୁ ବିନୟ ର ବାପା ମା ତା ପଢ଼ିବାର ବ୍ୟବସ୍ଥା କଲେ I ପୁଅକୁ ପାଠ ପଢ଼େଇବା ପାଇଁ ଏତେ ଦୀର୍ଘ ବର୍ଷ ଯାଏ ବିନୟର ବାପା ମା ଇଟା ଭାଟିର ଶିଳ୍ପୀ ହୋଇ ରହିଲେ I ସେ ସବୁକୁ ପାର ହୋଇ ଆଜି ବିନୟ ଏସି ରୁମରେ ବସୁଛି I
ମିନୁ ତୁମେ ସତ କହିଛ I କୁନା କେବଳ ମୋର ପୁଅ ନୁହେଁ , ତୁମର ମଧ୍ୟ I ତା ଉପରେ ତୁମର ବି ଦାୟୀତ୍ୱ I ତାକୁ ଗଢ଼ି ତୋଳିବାର ଅଧିକାର ତୁମର ସମାନ ଭାଗ I କିନ୍ତୁ ସତ୍ୟ ଏଇଟା ଯେ ସେ ଦିନ ଆଉ ଆଜି ମଧ୍ୟରେ ଅନେକ ପାର୍ଥକ୍ୟ, ଅନେକ ପରିବର୍ତ୍ତନ ହୋଇ ସାରିଛି I ଏହି ପରିବର୍ତ୍ତନ ଧାରାରେ ନିଜକୁ ମୁଁ ସାମିଲ କରିବାର ପ୍ରୟାସ କରୁଥିଲି, କରୁଛି ଆଉ କରୁଥିବି I ସେ ଦିନ ଆଉ ଆଜି ଭିତରେ ଆସନ୍ତାକାଲିକୁ ଖୋଜିବାକୁ ହେବ ମିନୁ I ନଚେତ ....
Go Back to Previous Page
ଧାରେ ହସରେ ଜୀବନ
ସୁବଳ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ