ବିନୟ କୁମାର ମହାପାତ୍ର ସୁନ୍ଦରଗଡ଼ ଟାଉନ ଉପରେ ତା’ର ଇଲେକ୍ଟ୍ରୋନିକ୍ସ ଆପ୍ଲିଆନ୍ସର ବିରାଟ ସୋ ରୁମ ମହାପାତ୍ର ଏଣ୍ଡ ସୋନ୍ସ ବହୁତ କଷ୍ଟ ସହିଛି ସେ ଜୀବନରେ ନିଜ ଗୋଡରେ ନିଜେ ଠିଆ ହେବାକୁ ତାକୁ ଅନେକ ପରିଶ୍ରମ କରିବାକୁ ପଡିଛି ପ୍ରଥମେ ଯେତେବେଳେ ସେ ଏଇ ସହରକୁ ଆସିଥିଲା କେହି ଚିହ୍ନା ନଥିଲେ ଗାଁରୁ ଆସିଲା ବେଳେ ଖାଲି ଗୋଟେ ଠିକଣା ଧରି ଏକା ନିଶ୍ବାସରେ ପଳେଇ ଆସିଥିଲା ମନରେ ଦମ୍ଭ ଧରି ସେଇ ଠିକଣାକୁ ନେଇ ତହସିଲ ଅଫିସ ସାମନା ଚାହା ଦୋକାନରେ ବସି ଚାହା ପିଉ ପିଉ ସେ ଚାହା ଦୋକାନୀକୁ ପଚାରିଥିଲା, “ହୈ ହୋ ଭାଇ! ଏ ତହସିଲ ଅଫିସରେ ଡମ୍ବରୁ ବାବୁଙ୍କୁ ତୁମେ ଚିହ୍ନିଚ?”
ଅନ୍ୟ ଗରାଖ ମାନଙ୍କୁ ଚାହା ବଢେଇ ଦଉଦଉ ଚାହା ଦୋକାନୀ କହିଲା, “ହଁ, ଚିହ୍ନେ! କିନ୍ତୁ ତୁମେ କିଏ ଭାଇ? ତାଙ୍କ ପାଖରେ କଣ କାମ?”
“ଆରେ ଭାଇ ସିଏ ଆମ ଗାଁର ଲୋକ ଏଠି ଏଇ ସହରରେ ଅନେକ ଦିନ ହେଲାଣି ରହିଲେଣି ମୋ ବଡଭାଇଙ୍କ ପିଲା ଦିନର ସାଙ୍ଗ ତାଙ୍କୁ ଦେଖା କରିଥାନ୍ତି ଏତିକି କଥା”
ଏମିତି କଥାବାର୍ତ୍ତା ହେଲା ଭିତରେ ଜଣେ ଗରାଖ ବିନୟ ପାଖକୁ ଚାଲିଆସିଥିଲେ ବିନୟକୁ ଭଲକରି ତଳୁ ଉପରକୁ ଲକ୍ଷ୍ୟ କରୁ କରୁ ପଚାରିଲେ, “ତୁମେ ପ୍ରଥମଥର ଏଠିକି ଆସିଛ କି?”
“ଆଜ୍ଞା! ଆପଣ କେମିତି ଜାଣିଲେ?”
“ତୁମେ ଡମ୍ବରୁ ବାବୁଙ୍କୁ ଦେଖିଚ?”
“ହଁ! ମୋ ଭାଇଙ୍କ ସାଙ୍ଗ ଚିହ୍ନିବିନି?”
ସେ ଲୋକ ଜଣକ ମୁରୁକି ମୁରୁକି ହସୁଥିଲେ ଚାହା ଦୋକାନୀ ମଧ୍ୟ ନିଜ କାନ୍ଧ ଗାମୁଛାକୁ ପାଟିରେ ଦେଇ ନିଜ ହସ ଚାପୁଥିଲା ଏମିତି ସମସ୍ତେ ହସା ହସି ହେଉଥିବାର ଦେଖି ବିନୟ ଆଉ ସମ୍ଭାଳି ପାରିଲାନି ପଚାରିଦେଲା, “ଆପଣ?”
“ଆରେ! ମୁଁ ହେଲି ଡମ୍ବରୁ ବାବୁ ମୋତେ ଚିହ୍ନି ପାରିବୁନି ତୁ ତ ବହୁତ ଛୋଟ ହେଇଥିଲୁ, ବୋଧେ ସପ୍ତମ କି ଷଷ୍ଠ ପଢୁଥିଲୁ ମୁଁ ଗାଁରୁ ଚାଲି ଆସିଲିଣି ଆଉ କଣ ଖବର? ତୋ ଭାଇର ଦେହ କେମିତି ଅଛି?”
“ଭାଇ ଆଉ ନାହିଁ ଗଲା ବର୍ଷ ତା ପେଟରୋଗ ଏତେ ଜୋରରେ ହେଲା ଯେ, ତା’କୁ ନେଇ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ ଛ’ ମାସ ପଡିଲା ବହୁତ ପଇସା ଖର୍ଚ୍ଚ କଲୁ କିନ୍ତୁ ଶେଷରେ ଆମକୁ ଛାଡି ଚାଲିଗଲା” ଆଖିରେ ଲୁହ ଜକେଇ ଆସୁଥିଲା ବିନୟର
“ଓହୋ! ଏତେ କଥା ହେଇଯାଇଛି ଏ ଭିତରେ? ପିଲା ବେଳୁ ତା’ର ପେଟ କାଟେ ପାଠ ପଢୁ ପଢୁ ବାନ୍ତି କରେ ଶେଷରେ ସେଇଥିରେ ହିଁ......, ହଉ ଛାଡ଼ ତୁ କହ, କଣ କେମିତି ଆସିଲୁ? ଆଉ ମୋତେ କାହିଁକି ଖୋଜୁଥିଲୁ?”
“ଘରେ ବହୁତ ଅସୁବିଧା ଭାଉଜ ଆଉ ଭାଇଙ୍କ ଛୋଟ ଛୁଆ ଦୁଇଟିଙ୍କ ଅବସ୍ଥା ବହୁତ ଖରାପ ଜମିବାଡି ଅଧାରୁ ଅଧିକ ବିକ୍ରି ହେଇଗଲାଣି ଚଳିବାରେ ବହୁତ ଅସୁବିଧା ବୋଲି ଗାଁ ଛାଡି କିଛି କର୍ମସଂସ୍ଥାନ ପାଇଁ ଏଠିକୁ ଚାଲି ଆସିଛି ତୁମ ଠିକଣା ଘରେ ଭାଇଙ୍କ ଡାଇରିରେ ଥିଲା ସେଇ ସେତିକି, ତାକୁ ସମ୍ବଳ କରି ଏକମୁହାଁ ହେଇ ଘରୁ ବାହାରି ଆସିଛି ଯାହା ବୁଝିବ ବୁଝ”
ଆଉ ସମ୍ଭାଳି ପାରିଲେନି ଡମ୍ବରୁ ବାବୁ କୁଣ୍ଢେଇ ପକେଇଲେ ବିନୟକୁ ତାକୁ ନେଇ ଘରକୁ ଗଲେ ସେଠି କିଛି ଦିନ ବିନୟ ରହିଲା ତା ପାଇଁ କାମ ଯୋଗାଡ କରିଦେଲେ ବିଭନ୍ନ ଅଫିସରେ ଫରନିଚର ସପ୍ଲାୟରେ ବିନୟକୁ ଲଗେଇ ଦେଲେ ବିନୟ ବହୁତ କର୍ମଠ ଖୁବ ଅଳ୍ପ ଦିନ ଭିତରେ ସବୁ ସରକାରୀ ଅଫିସରେ ଚିହ୍ନା ପରିଚୟ ହେଇଯାଇଥିଲା ହାତକୁ ଅନେକ କାମ ଆସିଲା ଧୀରେ ଧୀରେ ନିଜର ଦୋକାନଟିଏ କଲା ସେମିତି ସେମିତି ହେଇ ଆଜି ସିଏ ଏ ସହରରେ ଜଣେ ନାମଜାଦା ବ୍ୟବସାୟୀ ନିଜର ବ୍ୟବସାୟକୁ ଏତେ ବଢେଇ ଦେଇଥିଲା ଯେ, ନିଜର ପେଟ୍ରୋଲ ପମ୍ପ, ଏଲେକ୍ଟ୍ରୋନିକ ଆପ୍ଲିଆନ୍ସର ବିରାଟ ସୋ ରୁମ, ଷ୍ଟିଲ ଫର୍ନୀଚର ତିଆରି ଫ୍ୟାକ୍ଟେରି, ବିଭିନ୍ନ ନାମୀ ଦାମୀ କମ୍ପାନୀର ଏଜେନ୍ସି ଅଫିସ ଇତ୍ୟାଦି ଇତ୍ୟାଦି ସେ ଭିତରେ ଡମ୍ବରୁ ବାବୁ ଅନ୍ୟ ସହରକୁ ବଦଳି ହେଇ ଚାଲି ଯାଇଥିଲେ
କିନ୍ତୁ ଯିବା ଆଗରୁ ବିନୟର ବାହାଘର ତାଙ୍କ ଚିହ୍ନା ହରିହର ବାବୁଙ୍କ ଝିଅ ‘ମିନୁ’ ସହିତ କରେଇଦେଇ ଯାଇଥିଲେ ମିନୁ ମଧ୍ୟ ବିନୟର ସଂଘର୍ଷର କାହାଣୀ ବହୁତ ଥର ଶୁଣି ତାକୁ ତାରିଫ କରେ ବିନୟକୁ ସବୁ ଦୁଃଖ ସୁଖରେ ସାଥୀ ହୁଏ ପ୍ରତି ଦୁଃଖ ସମୟରେ ଉତ୍ସାହିତ କରି, ଏ ଜୀବନ ଯୁଦ୍ଧରେ ପାଦେ ପାଦେ ଜଗିରୁହେ ବ୍ୟସ୍ତ ଜୀବନଶୈଳୀ ଭିତରେ ବିନୟ ନିଜକୁ ହଜେଇ ଦେଇଥାଏ ସକାଳୁ ଉଠୁ ଉଠୁ ବିଭିନ୍ନ କଥା ବୁଝିବାକୁ ତାକୁ ସମୟ ମିଳେନି ଅବଶ୍ୟ ଅନେକ ଲୋକ ତା ପାଖରେ କାମ କରନ୍ତି କିନ୍ତୁ ନିଜେ ଅଧିକାଂଶ କଥାକୁ ବୁଝିବାକୁ ଠିକ ଭାବେ ବିନୟ ବିଭିନ୍ନ ଆପୋଇଣ୍ଟମେଣ୍ଟ ପାଇଁ ସବୁ ଅଫିସକୁ ବୁଲୁ ବୁଲୁ ତା’ର ଦିନ କେତେବେଳେ ସରିଯାଏ ଜଣା ପଡ଼େନି ଏ ଅଫିସ ସେ ଅଫିସ ହେଇ ହେଇ ତା’ର ଦିନ ସରି ଯାଏ ଏମିତି ଏମିତି ତାଙ୍କ ଜୀବନ କାଟି ଚାଲିଥିବା ସମୟରେ ତାଙ୍କ ଜୀବନକୁ ନୂଆ ଅତିଥି ହେଇ ତାଙ୍କ କୁନି ପୁଅ ଆସି ଯାଏ ପୁଅକୁ ଦେଖି ବିନୟର ଖୁସି କହିଲେ ନସରେ ଦିନରାତି ପିଲାଟିକୁ ଧରି ଗେଲ କରୁଥାନ୍ତା କି, ଏୟା ଭାବେ କିନ୍ତୁ ନିଜ ବ୍ୟବସାୟକୁ ଏତେ ଦୂର ବଢେଇ ଦେଇଥାଏ ଯେ, ସମୟ ସବୁ ଅଫିସରେ କଟିଯାଏ ତଥାପି ଯେତେବେଳେ ସମୟ ଟିକେ ମିଳେ ଘରେ ପୁଅକୁ ଦେଖିବାକୁ ଚାଲିଆସେ ପୁଅର ନା ଦେଇଥାଏ ‘କୁନା’ ତୋଫା ଗୋରା, ଗୁଲୁଗୁଲିଆ ମୁହଁ, ସୁନ୍ଦର ନାକ, କୁଞ୍ଚୁ କୁଞ୍ଚିଆ ଚୁଟି ଆଉ ତା ହସ ସବୁବେଳେ ମନେ ପଡେ କାମ ବ୍ୟସ୍ତ ଭିତରେ ମଧ୍ୟ ଖୋଜି ବୁଲୁଥାଏ ବିନୟର ବାପମନ, ‘କୁନା’କୁ ବିନୟ ବେଳେ ବେଳେ ଭାବେ ଏ ସଂସାରରେ ବାପା ହେବାର ସୌଭାଗ୍ୟ ନିଆରା ନିଜର ସନ୍ତାନର କୁନି ଓଠର ହସ ପାଖରେ ଦୁନିଆର ସବୁ ମୂଲ୍ୟବାନ ବସ୍ତୁ ତୁଚ୍ଛ ମନେହୁଏ କାହିଁକି ଭଗବାନ ଏମିତି ମାୟା ଲଗେଇଦିଅନ୍ତି କେଜାଣି ?
ସବୁଦିନ ପରି ସେଦିନ ମଧ୍ୟ ଘରକୁ ଆସୁ ଆସୁ ବିନୟ ଖୋଜିଲା ‘କୁନା’କୁ ଘରେ କୁନାକୁ ନଦେଖି ତା’ର ପାଟିରୁ ବାହାରି ପଡିଲା, “କୁନା କାହିଁ ? ଦେଖାଯାଉନି ?” ସବୁ ଘର ବୁଲିଦେଇ ପଚାରୁଥିଲା ବିନୟ ଅଫିସରୁ ଫେରିବାପରେ ନିଜର ଏକମାତ୍ର ଗେହ୍ଲାପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି ରୋଷେଇଘରୁ କହୁଥିଲା ମିନୁ, “ଦେଖୁନ! ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ”
କିଛି ସମୟପରେ ବିନୟର ଉଚ୍ଚ ସ୍ବରରେ ଘର କମ୍ପି ଉଠୁଥିଲା “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି ସୋସାଇଟିରେ ବାଜେ ପିଲାଙ୍କ ସହିତ ବସି ବାଲି ଖେଳୁଥିଲା ଏଇୟା ସବୁ ଶିଖୁଛି ତମ ପୁଅ? ଦେଖ ତା ଦେହ... ବାଲିଧୁଳିରେ ଭର୍ତ୍ତି ଦେହ ଖରାପ ହେଉ, ମୋତେ କହିବ!”
ରୋଷେଇଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, “ଓହୋ, ପିଲାଟା ଟିକେ ଖେଳିଦେଲେ କଣ ହେଇଗଲା?ତମେ ଖେଳୁନଥିଲ କି? ଜନ୍ମରୁ ଏସି ରୁମରେ ବଢିଥିଲ ନା କଣ?”
ଆରେ ସତେ ତ? ସିଏ ମଧ୍ୟ ପିଲା ଦିନେ ଏମିତି କେତେ ବାଲିରେ ଖେଳିଛି କିନ୍ତୁ ଆଜି କାହିଁକି କୁନା ବାଲିରେ ଖେଳିଲେ, ଅନ୍ୟ ସୋସାଇଟି ପିଲାଙ୍କ ସହିତ ଖେଳିଲେ ତାକୁ ବାଧୁଛି? ସେ କଣ ସ୍ବାର୍ଥପର ହେଇଗଲାଣି ଏ ଭିତରେ? ନିଜ ପିଲାବେଳ କଥାକୁ ପରଖି ଦେଖୁଥିଲା ବିନୟ ଏତିକିବେଳକୁ ମିନୁ, କୁନାକୁ ନେଇ ସଫାସୁତୁରା କରି ପୁଣି ନୂଆ ଡ୍ରେସ୍ ପିନ୍ଧେଇ ଦେଇଥାଏ ଯେତେ ହେଲେବି ମା ପିଲାକୁ ଦଶମାସ ଧରି ନିଜ ଭିତରେ ବଢେଇ, ନିଜ ଦେହରୁ ରକ୍ତ ନିଗାଡି ଏଡୁଟିଏ କରିଛି ପିଲାର ମଇଳା କୋତରା ହେବା ସହିବ କେମିତି? ସିଏ କଣ ଚାହେଁ କୁନାର ଦେହ ଖରାପ ହେଉ? ନାଁ, କଦାପି ନୁହେଁ କିନ୍ତୁ କୁନାର ଶିଶୁ ସୁଲଭ ଚପଳତାକୁ ମଧ୍ୟ ବାଧା ଦେଇପାରେନି କାହିଁକିନା, କୁନାର ଖୁସିରେ ତା’ର ଖୁସି
କୁନା ସଫା ସୁତୁରା ହେଲା ପରେ ବିନୟ ତାକୁ ପାଖକୁ ନେଇ ଗେଲ କଲା ଆଉ ସେମିତି ଗେଲ କରୁ କରୁ ପଚାରିଲା, “ବାବା! ଘରେ ଭଲ ଲାଗୁନି କି? ବାହାରେ କାହିଁକି ବାଲିରେ ଖେଳୁଥିଲ?”
କୁନା ତା’ର ଶିଶୁ ସୁଲଭ ଢଙ୍ଗରେ ଉତ୍ତର ଦେଲା, “ତୁମେ ତ ନଥିଲ? ମାମା ତ ରୋଷେଇ କରୁଛି, ମୁଁ କାହା ସହିତ ଖେଳିବି? ମୋର ଖେଳିବା ସାଙ୍ଗ ଦରକାର!”
“ଓହୋ, ଏଇ କଥା? ଘରେ ଟିଭି ଦେଖୁନ, ଗେମ୍ସ ଖେଳୁନ?”
“ନାଇଁ! ଭଲ ଲାଗୁନି ପାପୁନ ତା କୁନି ଭଉଣୀ ସହିତ ଖେଳୁଛି, ମୁଁ ବି ତା ସହିତ ଖେଳିବି ମୋର କୁନି ଭଉଣୀ କାହିଁ?”
“ହଉ! ତୁମର କୁନି ଭଉଣୀ ଦରକାର ତ? ଆଣିବା!”
କିନ୍ତୁ ଏତିକିବେଳେ ବିନୟର ମନେ ପଡିଯାଉଥିଲା କୁନାର ସିଜେରିଆନ ସେକ୍ସନ ଡେଲିଭରୀ ବେଳେ ଡାକ୍ତର କହିଥିବା କଥା .......
“ବିନୟ ବାବୁ! ମିନୁ ମ୍ୟାଡାମଙ୍କ ସେକେଣ୍ଡ ଚାନସ ରିସ୍କ ନେବେନି.... ବହୁତ କ୍ରିଟିକାଲ କେସ...... ସେଥିପାଇଁ ମିନୁ ମ୍ୟାଡାମ ଆଉ ଆପଣଙ୍କ ଅନୁମତି ହେଲେ ଫ୍ୟାମିଲି ପ୍ଲାନିଗ ଅପରେସନ ମଧ୍ୟ କରିଦେବି କରିବି ତ?”
ଦୁହେଁ ସେତେବେଳେ ସମ୍ମତି ଜଣେଇଥିଲେ ଆଉ ଏକମାତ୍ର ପୁତ୍ର ସନ୍ତାନର ସୁଖ ପାଇଁ ସବୁ କଥା ମାନି ନେଇଥିଲେ
ତାହେଲେ ବିନୟ, କୁନିଭଉଣୀ କେଉଁଠୁ ଆଣିବ କୁନା ପାଇଁ ?
Go Back to Previous Page
ସ୍ମୃତିର କଳାବାଦଲ
ବିସ୍ମିତାରାଣୀ ସାହୁ
Read Article
ଧାରେ ହସରେ ଜୀବନ
ସୁବଳ ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ