ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଋତୁରାଜ ବସନ୍ତ ଠିକ୍ ସମୟରେ ଆସି ପୃଥିବୀପୃଷ୍ଠରେ ବିରାଜମାନ କରିଛନ୍ତି ପୃଥିବୀ ମାଆର ପୁରୁଣା ବସନକୁ ପରିବର୍ତ୍ତନ କରି ନୂଆ ବସନ ପିନ୍ଧାଇ ଦେଇଛନ୍ତି
ଚାରିଆଡ଼େ ରଙ୍ଗ ବେରଙ୍ଗର ପତ୍ରବସନ ସତରେ ଲାଗୁଛି ପୃଥିବୀ ମା’ ପାଇଁ ଋତୁରାଜ ବସନ୍ତ ଆଣିଥିବା ନୂଆ ଉପହାର ବହୁତ ସୁନ୍ଦର ହୋଇଛି ବେଳେ ବେଳେ ହଳଦିଆ ବସ୍ତ୍ର ପରିହିତା ପୃଥିବୀ ମା’ର ବାହାଘର ପରି ଲାଗୁଛି ଏଇ ବସନ୍ତରେ ପତ୍ର ମଧ୍ୟ ଫୁଲପରି ସୁନ୍ଦର ଦିଶୁଛି ଯେମିତି ଆମ୍ବ ଆଦି କେତେକ ଗଛର ପତ୍ର ପ୍ରଥମେ ନାଲି ଦେଖାଯାଇ ସୁନ୍ଦର ଦିଶୁଛି ଦୂରରେ ଦେଖିଲେ ଲାଗୁଛି ପତ୍ରଭର୍ତ୍ତି ଗଛ ମଧ୍ୟ ଫୁଲ ଭର୍ତ୍ତି ଗଛପରି ଲାଗୁଛି ଗଛ ତଳେ ପଡ଼ିଥିବା ଓ ପଡୁଥିବା ପତ୍ରଗୁଡ଼ିକର ଦୃଶ୍ୟମଧ୍ୟ ଅତି ଚମତ୍କାର ଦିଶୁଛି ଗଛତଳେ ପଡ଼ିଥିବା ପତ୍ର ଗୁଡ଼ିକର ସମାହାର ପତ୍ରରେ ସଜା ହୋଇଥିବା ଗାଲିଚା ପରି ସୁନ୍ଦର ଦିଶୁଛି ଶିମିଳି, ପଳାଶ ଆଦି କେତେକ ଗଛର ଫୁଲ ପୃଥିବୀମା’ର ଓଠକୁ ନାଲି କରିଦେଲା ପରି ଲାଗୁଛି କାଠ ଚମ୍ପା, କୁରେଇ, ଶାଳ, ଆମ୍ବ ଆଦି ଗଛର ଫୁଲରେ ମା’ର ଗଭାକୁ ଫୁଲର ଗଜରା ପିନ୍ଧେଇ ଦେଇଛି ଋତୁରାଜ ମହୁଲ ଗଛରୁ ମହୁଲ ଫୁଲ ପଡ଼ିବାର ଦୃଶ୍ୟ ଦେଖିଲେ ମନେ ହେଉଛି ଦେବତାମାନେ ସ୍ବର୍ଗରୁ ପୁଷ୍ପ ବୃଷ୍ଟି କରୁଛନ୍ତି
ଏଇ ସବୁର ଦୃଶ୍ୟ ବିନୟ ବାବୁ ସକାଳବୁଲା ଓ ସନ୍ଧ୍ୟାଭ୍ରମଣ ସମୟରେ ବେଶ ଉପଭୋଗ କରନ୍ତି ବୁଲିବା ସମୟରେ ତାଙ୍କ ସାଙ୍ଗରେ ଯାଆନ୍ତି ତାଙ୍କ ଅଫିସର ସେଠି ବାବୁ ଓ ମହାନ୍ତି ବାବୁ ବସନ୍ତ ଋତୁକୁ ଅନ୍ୟ ଋତୁ ଅପେକ୍ଷା ଖୁବ୍ ଭଲ ପାଆନ୍ତି ବିନୟ ବାବୁ ସେ ଋତୁରାଜ ବସନ୍ତକୁ ମନେ ମନେ ଖୁବ୍ ପ୍ରଶଂସା କରନ୍ତି ଆଉ ବେଳେ ବେଳେ ନିନ୍ଦା ମଧ୍ୟ କରନ୍ତି ସେ କାହିଁକି ନା ଏ ବସନ୍ତ ଅନେକ ମିଠା ଖଟା ସ୍ମୃତି ବିନୟ ବାବୁଙ୍କୁ ଅତୀତରେ ଦେଇଛି ଯାହାକୁ ସେ କେବେ ମଧ୍ୟ ଭୁଲିବାକୁ ଚାହିଁଲେ ବି ଭୁଲି ପାରୁନାହାନ୍ତି
ବିନୟବାବୁ ଛଅ ମାସ ତଳେ ଏ ଜି. ଉଦୟଗିରି ସହରକୁ ନୂଆ ଟ୍ରେଜେରୀ ଅଫିସର ହୋଇ ଆସିଛନ୍ତି ପ୍ରକୃତିଘେରା ଏ ସହରକୁ ଯେବେ ପ୍ରଥମେ ଦେଖିଛନ୍ତି ସେ ମନେ ମନେ ଆତ୍ମ ବିଭୋର ହୋଇଛନ୍ତି ଆଉ ବସନ୍ତରେ ଏ ସହରର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଛି ଏହି ଦୃଶ୍ୟରୁ ସେଠିବାବୁ ଓ ମହାନ୍ତି ବାବୁ କିଛି ଆନନ୍ଦ ପାଉଛନ୍ତି ନା ନାହିଁ ସେ ଜାଣନ୍ତି ନାହିଁ ସେ କିନ୍ତୁ ହଜି ଯାଇଥିବା ପ୍ରେମ ଓ ଲିଭି ଯାଇଥିବା ସ୍ମୃତିକୁ ହୃଦୟରେ ମର୍ମେ ମର୍ମେ ଉପଲବ୍ଧି କରୁଛନ୍ତି
X X X X
କଲେଜ ଦିନର କଥା....
ବିନୟ ବାବୁ ଫୁଲବାଣୀ ସ୍ବୟଂଶାସିତ କଲେଜରେ ପଢ଼ିବା ସମୟରେ ଜଣେ ସୁନ୍ଦରୀ ଝିଅର ପ୍ରେମରେ ପଡ଼ିଥିଲେ ସେ ଆଉ ଅନ୍ୟ କେହି ନୁହେଁ ତାଙ୍କ କଲେଜର ଯୁକ୍ତ ଦୁଇରେ ଟପ୍ପର ହୋଇଥିବା ତାଙ୍କ ଶ୍ରେଣୀର ଝିଅ ମାନସୀ ମାନସୀ ରୂପରେ ଯେମିତି ସୁନ୍ଦର ଗୁଣରେ ମଧ୍ୟ ବହୁତ ସୁନ୍ଦର ପାଠରେ ସେ କାହା ପଛରେ ନାହିଁ ତାଙ୍କ ପଛରେ ସମସ୍ତେ ଏମିତି କି ବିନୟ ବାବୁ ମଧ୍ୟ ପ୍ରତ୍ୟେକ ପରୀକ୍ଷାରେ ବିନୟବାବୁ
ମାନସୀର ପଛରେ ହିଁ ଥାଆନ୍ତି ତେଣୁ ସାଙ୍ଗମାନେ ତାଙ୍କୁ ସବୁବେଳେ ଚିଡ଼ାନ୍ତି ସେମାନେ କହନ୍ତି, ‘ଲେଡ଼ିସ ଫାଷ୍ଟ୍’ ଏହି କଥା ଯୁକ୍ତ ତିନି ଦ୍ବିତୀୟ ବର୍ଷ ଯାଏଁ ଚାଲେ ଏହି ଭିତରେ ସେ କେତେବେଳେ ମାନସୀ ପ୍ରେମରେ ପଡ଼ିଛନ୍ତି ସେ ବି ଜାଣନ୍ତି ନାହିଁ କାରଣ ସାଙ୍ଗମାନେ ଥଟା ମଜାରେ ମାନସୀ ବିଷୟରେ ଅଧିକ କିଛି ଭାବିବାକୁ ପଡ଼ିଲା ଆଉ ଭାବିବା ଭିତରେ ସେ କେତେବେଳେ ମାନସୀ ପ୍ରେମରେ ପଡ଼ିଯାଇଥିଲେ ଆଉ ଏଇ ଭଲପାଇବା ସୃଷ୍ଟି ହୁଏ ମେଡ଼ିକାଲରୁ
ମାନସୀର ମା’ ଦିନେ ମେଡ଼ିକାଲରେ ପଡ଼ିଥିଲେ ମାନସୀ ନିଜ ମା’ର ସମସ୍ତ ପ୍ରକାର ସୁବିଧା ପାଇଁ ମେଡ଼ିକାଲରେ ହିଁ ରହିଥିଲା ମାନସୀ କଲେଜ ନ ଆସିବାର କାରଣ ବିନୟ ତାଙ୍କ ସାଙ୍ଗମାନଙ୍କ ଠାରୁ ପଚାରି ବୁଝି ଜାଣିପାରିଲା ତା’ ମା’ ମେଡ଼ିକାଲରେ ଅଛନ୍ତି ସେ କାଳବିଳମ୍ବ ନ କରି ସିଧା ମେଡ଼ିକାଲ ମୁହାଁଇଲା ମେଡ଼ିକାଲରେ ସେ ଦେଖିଲା ମାନସୀ ଆଉ ମିଲି ଜଗିଛନ୍ତି ମା’କୁ ବିନୟ ମଧ୍ୟ ତାଙ୍କ ସାଙ୍ଗରେ ଦଶଦିନ କାଳ ତାଙ୍କ ପାଖରେ ରହିଲା ଶେଷରେ ମାନସୀର ମା’କୁ ଡାକ୍ତର ପକ୍ଷାଘାତ ରୋଗୀ ବୋଲି ଘୋଷଣା କରନ୍ତି ତେଣୁ ସେମାନେ ଆଉ ଅଧିକ ଦିନ ମେଡ଼ିକାଲରେ ନ ରଖି ଘରକୁ ନେଇ ଯାଆନ୍ତି
ମାନସୀର ଘର ଫୁଲବାଣୀ ସହରଠାରୁ ଦୁଇ କିଲୋମିଟର ଭିତରେ ତାଙ୍କ ଘରେ ରହନ୍ତି ତାଙ୍କ ବା ମା ଓ ସାନ ଭଉଣୀ ମିଲି ମାନସୀର ବାପା ଜଣେ ସରକାରୀ ଶିକ୍ଷକ ତାଙ୍କ ଘରେ କେହି ପୁଅ ପିଲା ନ ଥିବାରୁ ଘର ବାହାରର ସବୁକାମ ମାନସୀ ହିଁ କରେ ମାନସୀର ସାନ ଭଉଣୀ ମିଲି ଯେବେଠାରୁ ବିନୟକୁ ଜାଣିଛି ତାକୁ ଭାଇ କରିଛି ଆଉ ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମାରେ ବିନୟ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଛି ମାନସୀର ମା’ଙ୍କ ଦେହ ଖରାପ ହେବାଠାରୁ ତା’ର ପାଠପଢ଼ାରେ ମନ ଲାଗେ ନାହିଁ କି ପାଠ ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ସୁଯୋଗ ପାଏନି ଘରର ସବୁ କାମ ତାକୁ ହିଁ କରିବାକୁ ପଡ଼େ ମା’ଙ୍କର ସେବା ଶୁଶ୍ରୁଷା, ଘରର ରୋଷେଇ କାମ, ଅନ୍ୟାନ୍ୟ ଯାବତୀୟ କାମ ... ବାପା ଆଉ ମିଲି ସାହାଯ୍ୟ କରନ୍ତି କିନ୍ତୁ ମାନସୀ ମିଲିକୁ ପାଠ ପଢ଼ିବାକୁ ତାଗିଦ କରେ କାରଣ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷାରେ ତାଉ ପ୍ରଥମ ଶ୍ରେଣୀରେ ପାସ କରିବାକୁ ପଡ଼ିବ ତେଣୁ ମାନସୀ ମିଲିକୁ ଏ ସବୁରୁ ଦୂରରେ ରଖେ ବାପା ଦିନରେ ସ୍କୁଲ ଯାଆନ୍ତି ସବୁ କାମ ବୋଝ ମାନସୀ ଉପରେ ହିଁ ଥାଏ
ବିନୟ ବେଳେ ବେଳେ ମାନସୀ ଘରକୁ ଯାଏ ସମସ୍ତଙ୍କ ଭଲମନ୍ଦ ବୁଝାବୁଝି କରେ ସେଦିନ ବିନୟ ମାନସୀର ମା’ଙ୍କୁ ନିଜ ମା’ ପରି ସେବାକଲା ଏହାର ଅର୍ଥ ନୁହେଁ ଯେ ସେ ମାନସୀକୁ ଭଲ ପାଇବାକୁ ଦେଖାଇବାକୁ ଚାହୁଁଥିଲା ଅସଲ କାରଣ ହେଲା ବିନୟର ମା’ ତା ପିଲାଦିନେ ହିଁ ଇହଧାମ ତ୍ୟାଗ କରିଦେଇଥିଲେ ତେଣୁ ଏତେ ଦିନପରେ ଯଦି ଜଣେ ମା’ର ସେବା କରିବାର ସୁଯୋଗ ମିଳିଛି ସେ ବା କାହିଁକି ହାତଛଡ଼ା କରିବ? ମାନସୀ କିନ୍ତୁ କଣ କହି ଧନ୍ୟବାଦ ଦେବ ଜାଣିପାରୁନଥିଲା ମାନସୀ ଭାବେ ଜଣେ ସାଙ୍ଗ କ’ଣ ଆଉ ଜଣେ ସାଙ୍ଗର ମା’କୁ ଏତିକି ସେବା କରିପାରେ? ଏଯାଏଁ ମାନସୀ ମଧ୍ୟ ଜାଣିନାହିଁ ବିନୟ ତାକୁ ଭଲପାଏ ବୋଲି ବିନୟ କେବେ ମୁହଁ ଖୋଲି ତା ଭଲପାଇବା କଥା କହିନାହିଁ ହୃଦୟର କଥା ସେ କେବଳ ହୃଦୟରେ ରଖିଛି ସେ ବା କିପରି କହନ୍ତା? ସେ ଜାଣିଛି ଦୁଃଖ କଣ ଦୁଃଖ କିପରି ଆସେ ଦୁଃଖ ମଣିଷର ସବୁ ହସଖୁସି କିପରି ଛଡ଼େଇ ନିଏ
ଆଉ ସେ କଣ ଏତେ ଅବିବେକୀ ଲୋକ ଯେ ଦୁଃଖ ସମୟରେ ତା’ର ଭଲ ପାଇବା ଉପସ୍ଥାପନ କରିବ କେବେ ନୁହେଁ
ଦୁଃଖସମୟରେ ସୁଯୋଗ ଖୋଜିବାର ପିଲା ସେ ନୁହେଁ ସେ କେବଳ ଏତିକି ବିଶ୍ବାସ କରେ ଯେ ତାଙ୍କ ଭଲ ପାଇବା ଯଦି ସତ୍ୟ ଓ ଶାଶ୍ବତ ତେବେ ମାନସୀ ନିଶ୍ଚୟ ତା’କୁ ଭଲ ପାଏ ବୋଲି ଦିନେ ନା ଦିନେ କହିବ
ବିନୟ ବାବୁଙ୍କର ଗ୍ରାଜୁଏସନ୍ ସେହି କଲେଜରେ ସରିବାପରେ ଭୁବନେଶ୍ବର ବିଜେବି କଲେଜରେ ଏମ୍. ଏ ପଢ଼ିବାକୁ ଗଲେ ଏହା ଭିତରେ ବିନୟବାବୁଙ୍କ ଜୀବନରେ କୋଡ଼ିଏଟି ବସନ୍ତ ଅତିକ୍ରାନ୍ତ ହୋଇ ସାରିଥିଲା ତଥାପି ମଧ୍ୟ ତାଙ୍କ ପ୍ରେମର ବୃନ୍ଦାବନରେ ବଉଳ ଧରିନଥିଲା କି କୋଇଲିର କୁହୁତାନ ଶୁଣା ଯାଇନଥିଲା ବଉଳ ଧରନ୍ତା ବା କିଭଳି, କୋଇଲି କିପରି ଗାଆନ୍ତା? ସେ ତ ନିଜ ଭଲପାଇବାକୁ ନିଜ ଭିତରେ ହିଁ ସୀମିତ କରି ରଖନ୍ତି ଭୁବନେଶ୍ବର ଯିବାପରେ ବିନୟର ଜୀବନଶୈଳୀ ବହୁ ପରିବର୍ତ୍ତନ ହୋଇଛି ସେ ଆଉ ଆଗଭଳି ଭଲ ପାଇବାରେ ଦୁର୍ବଳ ନ ହୋଇ ପାଠ ପଢ଼ାରେ ସମୟ ଦେଇଛନ୍ତି ଓଏଏସ୍ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି ପ୍ରଥମକରି ସେ ଫୁଲବାଣୀ ସହରରେ ଆସିଷ୍ଟାଣ୍ଟ୍ ଟ୍ରେଜେରୀ ଅଫିସର ଭାବରେ ଚାକିରୀ ପାଇଛନ୍ତି କିନ୍ତୁ ମାନସୀ କଷ୍ଟେମଷ୍ଟେ ଯୁକ୍ତ ତିନିରେ ବାଣିଜ୍ୟ ବିଭାଗରେ ସମ୍ମାନର ସହ ପ୍ରଥମ ଶ୍ରେଣୀରେ ପାସ କରିଛି ଏହାପରେ ମାନସୀର ପାଠପଢ଼ା ଓ ପୁସ୍ତକର ଡୋରୀ ବନ୍ଧା ହୋଇଛି ସେ ମଧ୍ୟ ବିନୟକୁ ଭଲ ପାଏ କିନ୍ତୁ କରିବ କଣ, ଘର ଜଞ୍ଜାଳରେ ରହି ନିଜ ମନକଥା କହି ପାରିନି
ସେ ଦିନର ଗୋଟାଏ ଘଟଣା ଗୋଟାଏ ବଡ଼ ଦୁର୍ଘଟଣାର ରୂପ ନେଲା ସେଦିନ ଖରାବେଳ ଥିଲା ଘରେ ମାନସୀ ଓ ତା ମା’କୁ ଛାଡ଼ିଦେଲେ ଆଉ କେହି ନଥିଲେ ହଠାତ୍ ତାଙ୍କ ମା’ଙ୍କର ମୁଣ୍ଡ ବୁଲାଇଲା ତେଣୁ ସେ ମୁଣ୍ଡରେ ପାଣିମାରି ଔଷଧ ପାଇଁ ବଜାର ଯାଇ କିଛି ଔଷଧ କିଣି ଘରକୁ ଫେରିବା ସମୟରେ ଏକ ଅଜଣା ଗାଡ଼ି ସହ ଧକ୍କା ହୋଇଗଲା ମାନସୀ ଅଚେତ ଅବସ୍ଥାରେ ସେଠାରେ ପଡ଼ି ରହିଲା କିଛି ସମୟ ପରେ ଦଳେ ଲୋକ ମାନସୀକୁ ନେଇ ମେଡ଼ିକାଲରେ ଭର୍ତ୍ତି କରିଦେଲେ ସନ୍ଧ୍ୟା ବେଳକୁ ବାପା ଆଉ ମିଲି ମଧ୍ୟ ଖବର ପାଇ ମେଡ଼ିକାଲରେ ପହଞ୍ଚିଲେ ଘରେ ତେଣେ ଅସହାୟ ମା’ର ଅବସ୍ଥା ମଧ୍ୟ ଅସମ୍ଭାଳ ରାତି ପ୍ରାୟ ସାଢ଼େ ଆଠଟା ବେଳକୁ ମାନସୀ ତା ବାପାମା’ ଓ ସାନ ଭଉଣୀ ମିଲିକୁ ସବୁଦିନ ପାଇଁ ଛାଡ଼ି ଏ ସଂସାରରୁ ବିଦାୟ ନେଲା ତା ପରଦିନ ଶବବ୍ୟବଚ୍ଛେଦ କରାଯାଇ ଗାଁ ମଶାଣୀରେ ପୋଡ଼ି ଦିଆଗଲା ବିନୟ ସବୁ ଖବର ଶୁଣି ମାନସୀ ଘରେ ପହଞ୍ଚିଲାବେଳକୁ ମାନସୀର ଯୂଇର ନିଆଁ ଲିଭି ସାରିଥିଲା ବିନୟ ସେଦିନ ବହୁତ ମର୍ମାହତ ହୋଇଥିଲା ଆଉ ମାନସୀର ପରିବାର କଥା ତା’ଠୁ ବେଶୀ ବିନୟ ସେଦିନ ଶପଥ କଲା ସେ ଜୀବନରେ କେବେ କାହାକୁ ବାହା ହେବନାହିଁ
ଏହି ଘଟଣାର ପାଞ୍ଚବର୍ଷ ପରେ ବିନୟ ଜଣେ ଅଫିସରର ଝିଅ ମିନତୀ ଓରଫ୍ ମିନୁକୁ ବିବାହ କରିଲେ ବିନୟ କଣ ପୂର୍ବର ସବୁ ଶପଥ ବର୍ଷ କେଇଟାରେ ଭୁଲିଗଲେ ତାହା ପୁଣି ଅଫିସର ହେବାପରେ? ଏ କଥା ସମସ୍ତଙ୍କ ମନକୁ ଆସିପାରେ କିନ୍ତୁ ବିନୟ ଏତେ ସହଜରେ ବାହାଘର ପାଇଁ ରାଜି ହୋଇନଥିଲେ ତାଙ୍କ ବାପାଙ୍କର ଓ ବନ୍ଧୁବର୍ଗଙ୍କର ବୁଝାସୁଝା ପରେ ସେ ବିବାହ ପାଇଁ ରାଜି ହୋଇଥିଲେ ଏତେ ବିନୟ ବାବୁଙ୍କର ପରିବାର କହିଲେ ତାଙ୍କ ବାପା, ମିନୁ ଓ ଦୁଇବର୍ଷର ପୁଅ କୁନା ଓ ତାଙ୍କ ସାନଭାଇ ବିଜୟ ସେ କୁନାଲ୍ ଓରଫ କୁନାକୁ ନିଜ ଜୀବନଠୁ ବି ଅଧିକ ଭଲ ପାଆନ୍ତି ସେ ହେଉଛି ତାଙ୍କର ଏକୋଇରବଳା ବିଶିକେସନ ତେଣୁ ତାକୁ ଭଲ ପାଇବେନି ତ ଆଉ କାହାକୁ ଭଲ ପାଇବେ? ପ୍ରତ୍ୟେକ ଦିନ ଅଫିସରୁ ଆସିଲେ ଅଧଘଣ୍ଟା କୁନା ପାଖରେ କଟେ ତା ପରେ ଯାଇ ଅନ୍ୟ କଥାବାର୍ତ୍ତା
ଗତ ମଙ୍ଗଳବାର ଦିନ ବିନୟବାବୁ ଅଫିସରୁ ଫେରି ଘରେ ଚାରିଆଡ଼େ ଦେଖିଲା, କୁନା ନାହିଁ ସେ ବଡ଼ ଜୋରରେ ପାଟି କଲା, “କୁନା କାହିଁ? ଦେଖାଯାଉନି?” ସବୁ ଘର ବୁଲିଦେଇ ପଚାରିଥିଲା ବିନୟ ଅଫିସରୁ ଫେରିବା ପରେ ନିଜର ଏକମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ, ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ”
କିଛି ସମୟପରେ ବିନୟର ଉଚ୍ଚ ସ୍ବରରେ ଘର କମ୍ପି ଉଠୁଥିଲା “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି ସୋସାଇଟିର ବାଜେ ପିଲାଙ୍କ ସହିତ ବସି ବାଲି ଖେଳୁଥିଲା ଏଇୟା ସବୁ ଶିଖୁଛି ତମ ପୁଅ? ଦେଖ ତା ଦେହ ... ବାଲିଧୁଳିରେ ଭର୍ତ୍ତି ଦେହ ଖରାପ ହେଉ ମୋତେ କହିବ”
ରୋଷେଇ ଘରୁ ବାହାରି ଆସୁ ଆସୁ ମିନୁ କହୁଥିଲା, ଓହୋ, ପିଲାଟା ଟିକେ ଖେଳିଦେଲେ କଣ ହୋଇଗଲା? ତମେ ଖେଳୁନଥିଲ କି? ଜନ୍ମରୁ ଏସି ରୁମରେ ବଢ଼ିଥିଲ ନା କଣ? ଏଇ ପଦିଏ କଥା ବିନୟ ବାବୁଙ୍କ ଦେହରେ ନିଆଁ ଜାଳିଦେଲା ପରି ଲାଗିଲା ମିନୁ ଜାଣିଛି ବିନୟଙ୍କ ଅତୀତ କଥା ବିନୟ ବାବୁଙ୍କ ପରିବାର ମଧ୍ୟ ବହୁତ ଗରିବ ଥିଲେ ସେ ଜାଣେ ତା ବାପା କେତେ କଷ୍ଟରେ ତାକୁ ପାଠ ପଢ଼ାଇ ବଡ଼ ମଣିଷ କରାଇଛି ତେଣୁ ଏଇ ପଦିଏ କଥାରେ ବିନୟର ରାଗ ପଞ୍ଚମରେ ଓ ସେ ବଡ଼ ଜୋରରେ ପାଟି କରିବା ଭିତରେ ବାହାର ଆଡୁ ଏକା ସଙ୍ଗେ ସେଠିବାବୁ ଓ ମହାନ୍ତି ବାବୁଙ୍କ ପାଟି ଶବ୍ଦରେ ତାଙ୍କର ଗଳା ନରମି ଗଲା ବିନୟ ମନେ ମନେ ଚିନ୍ତା କଲା ମିନୁ ଯାଗାରେ ମାନସି ଥିଲେ ସେ ଏ ସବୁ କଥା କହି ନଥାନ୍ତା ତା’ପରେ ବିନୟ ଭଗବାନଙ୍କୁ ସ୍ମରଣ କରି କହିଲା ପ୍ରଭୂ ତୁମେ ପୁଣି ନୂଆ ଏକ ଜନ୍ମର ନୁଆ ଏକ ବସନ୍ତରେ ତାଙ୍କୁ ଏକାଠି କରି ସ୍ବାମୀସ୍ତ୍ରୀ ହେବାର ସୌଭାଗ୍ୟ କାମନା କଲା
ରାସୁଡ଼ି, ଡଙ୍କୁଣୀ, ଫୁଲବାଣୀ, କନ୍ଧମାଳ ଜିଲ୍ଲା
ଭ୍ରାମ୍ୟଭାଷ : ୮୭୬୩୭୬୮୯୨୬
Go Back to Previous Page
ଶେଷ ପରୀକ୍ଷା
ବଲବନ୍ତ ସାହୁ
Read Article
ପାଗଳ
ଜୀତେନ୍ଦ୍ର କୁମାର କହଁର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ