୧୪ ଏପ୍ରିଲ ଜାତୀୟ ଅଗ୍ନିଶମ ଦିବସ ଉପଲକ୍ଷେ
ଅଗ୍ନି ଓ ଏହାର ଉପଶମ
“ହେ ଅଗ୍ନି ତୁମ୍ଭେ ଆମ୍ଭଙ୍କୁ ଶକ୍ତିଶାଳୀ ହେବାପାଇଁ ସହାୟକ ହୁଅ I ଆମ୍ଭର ପାପନାଶ କର I ଆମ୍ଭେ ତୁମ୍ଭ ନିକଟରେ ନତମସ୍ତକ ହେଉଛୁ I”
-ଋଗ୍ବେଦ
ଅଗ୍ନି ଆମର ଚିର ସାଥି I ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅଗ୍ନି ଆମର ଆବଶ୍ୟକତା I ଅଗ୍ନି ଆମର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ସହାୟକ I ସକାଳୁ ଉଠି ଚୁଲା ଲଗାଇ ଚା ବନାଇବା ଠାରୁ ଆରମ୍ଭ କରି, ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ପ୍ରସ୍ତୁତି, ପୂଜା ପାଠ ସମୟରେ ହୋମ, ବାହା ବ୍ରତ ଘରେ ବାଣ ଓ ସାଂସ୍କୃତିକ ଉତ୍ସବ ସମୟରେ ମଧ୍ୟ ଆମେ ଅଗ୍ନି ଉପରେ ନିର୍ଭର କରିଥାଉ I ତେଣୁ ଆମେ ଏହାକୁ ଅଗ୍ନି ଦେବତାର ଆଖ୍ୟା ଦେଇଥାଉ I ମାତ୍ର ଆମର ଏହି ଅତ୍ୟନ୍ତ ଆପଣାର ବନ୍ଧୁ ବେଳେ ବେଳେ ପରମ ଶତ୍ରୁତାର ପରିଚୟ ମଧ୍ୟ ଦେଇଥାଏ, ଏବଂ ଖୁବ୍ କମ ସମୟ ମଧ୍ୟରେ ଆମର ସବୁ ଜିନିଷକୁ ଜାଳି ପୋଡି ଭସ୍ମ କରି ଦେଇଥାଏ I
ଅଗ୍ନି ତ୍ରିଭୁଜ
ଅଗ୍ନି କଣ ଓ କିପରି ହୁଏ ଏହାର ସୃଷ୍ଟି :
ଅଗ୍ନି ବା ଚଳନ୍ତି ଭାଷାରେ ନିଆଁ ଏକ ରାସାୟନିକ ପ୍ରକ୍ରିୟା I ସାଧାରଣତଃ ଏହା ଉତ୍ତାପ, ଦହନିୟ ବସ୍ତୁ ଏବଂ ଅମ୍ଳଜାନର ଏକ ନିର୍ଭରଯୋଗ୍ୟ ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ I ତେଣୁ ନିଆଁ ଲାଗିଲେ ଉପରୋକ୍ତ ତିନୋଟି ବସ୍ତୁରୁ ଗୋଟିକୁ ବାହାର କରିଦେଲେ ନିଆଁ ଆପେ ଆପେ ଲିଭିଯାଏ I
ଆବହମାନ କାଳରୁ ଅଗ୍ନି ଆମର ସହାୟକ I ଆମେ ଅଗ୍ନିକୁ ପୂଜା କରୁ I ଯଦିଓ ପ୍ରତ୍ୟେକ ଅଗ୍ନିରୁ ଉତ୍ତାପ ସୃଷ୍ଟି ହୁଏ, କିନ୍ତୁ ପ୍ରତ୍ୟେକ ଅଗ୍ନି ଏକ ପ୍ରକାର ନୁହେଁ; ବା ତାକୁ ନିର୍ବାପନ କରିବା ପାଇଁ ମଧ୍ୟ ଏକା ପ୍ରକାର ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର କରIଯାଏ ନାହିଁ I ଏଣୁ ସଭିଙ୍କୁ ଅଗ୍ନିର ପ୍ରକାରକୁ ଚିହ୍ନିବାକୁ ହେବ ଏବଂ ତା ପାଇଁ ଉପଯୁକ୍ତ ପ୍ରକାରର ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ଶିଖିବାକୁ ହେବ I ମନେ ରଖନ୍ତୁ ଜଳୁଥିବା ଖଣ୍ଡିଏ ସିଗାରେଟ ମଧ୍ୟ ଧ୍ବଂସର କାରଣ ହୋଇପାରେ I
ନିଆଁ କିପରି ଲିଭି ଥାଏ :
ସାଧାରଣତଃ ନିମ୍ନଲିଖିତ ପ୍ରକ୍ରିୟା ଦ୍ୱାରା ନିଆଁକୁ ଅତି ସହଜରେ ଲିଭାଯାଇପାରେ :-
୧. ଉତ୍ତାପକୁ ଦୂର କରି : ଜଳ କିମ୍ବା କୌଣସି ଥଣ୍ଡା ପଦାର୍ଥକୁ ଉତ୍ତାପ ଉପରେ ପ୍ରୟୋଗ କରି I
୨. ଦହନୀୟ ବସ୍ତୁକୁ ହଟାଇ ଦେଇ : ଭାଲଭ୍ ବା ପାଇପ ଲାଇନକୁ ବନ୍ଦ କରି ବା ଦହନୀୟ ବସ୍ତୁକୁ ନିଆଁ ଠାରୁ ଅଲଗା କରି I
୩. ଅମ୍ଳଜାନକୁ ହଟାଇ ଦେଇ : ନିଆଁ ଉପରେ ଫେଣ (ଫୋମ), ବାଲି, ବା କାର୍ବନ ଡାଇ ଅକ୍ସାଇଡ ପକାଇ ତା ଉପରେ ଗୋଟିଏ କମ୍ବଳ ଭଳି ଆସ୍ତରଣ ସୃଷ୍ଟିକରି I
୪. ପ୍ରକ୍ରିୟାକୁ ବନ୍ଦ କରି : ଶୁଖିଲା ପାଉଡର ବା ସିଜ୍ ଫାୟାର ବ୍ୟବହାର କରି I
ଭାରତୀୟ ମାନଦଣ୍ଡ ଅନୁଯାୟୀ ନିଆଁକୁ ୫ ଭାଗରେ ବିଭକ୍ତ କରାଯାଇଛି I ନିମ୍ନରେ ସେମାଙ୍କର ବିଶେଷ ବିବରଣୀ ଦିଆଯାଇଛି :
-----------------------------------------------------------------------------------------------------------
ନିଆଁର ଶ୍ରେଣୀ କେଉଁ ପ୍ରକାରର ନିଆଁ
------------------------------------------------------------------------------------------------------------
କ (ଏ) କାଗଜ, କାଠ, କନା, ଓ ଫାଇବର ଇତ୍ୟାଦି I
------------------------------------------------------------------------------------------------------------
ଖ (ବି) ତୈଳ ଜାତୀୟ ପଦାର୍ଥ ଯଥା : ପେଣ୍ଟ, ଗ୍ରୀସ୍, ପେଟ୍ରୋଲ, ଡିଜେଲ, କିରାସିନ ଇତ୍ୟାଦି I
----------------------------------------------------------------------------------------------------------
ଗ (ସି) ଚାପ ଜନିତ ଗ୍ୟାସିୟ ପଦାର୍ଥ ଯଥା : କୁକିଙ୍ଗ ଗ୍ୟାସ, ଡି. ଏ. ଗ୍ୟାସ ଇତ୍ୟାଦି I
------------------------------------------------------------------------------------------------------------
ଘ (ଡି) ଧାତୁ ଜନିତ ନିଆଁ ଯଥା : ମାଗ୍ନେସିଅମ୍, ଟିଟାନିୟମ୍, ଲିଥିୟମ୍, ଫସଫୋରସ୍, ଓ ଆଲୁମିନିଅମ୍ ପାଉଡର ଇତ୍ୟାଦି I
------------------------------------------------------------------------------------------------------------
ଜ୍ଞ (ଇ) ଇଲେକ୍ଟ୍ରିକାଲ ନିଆଁ ଯଥା : ସର୍ଟ ସର୍କିଟ ବା ଫ୍ଲାସିଙ୍ଗ ଦ୍ୱାରା ହେଉଥିବା ନିଆଁ I
----------------------------------------------------------------------------------------------------------
ଉପରୋକ୍ତ ନିଆଁ ସବୁକୁ ଲିଭାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ପୋର୍ଟେବଲ୍ ନିଆଁ ଲିଭାଇବା ସିଲେଣ୍ଡର ମIନ ବ୍ୟବହାର କରାଯାଇଥାଏ I
ବିଭିନ୍ନ ପ୍ରକାରର ନିଆଁ ଲିଭାଇବା ଉପକରଣ :
୧. ସୋଡ଼ା ଏସିଡ ଅଗ୍ନି ନିର୍ବାପକ ଯନ୍ତ୍ର :
ଏହା ୯ ଲିଟର କ୍ଷମତା ବିଶିଷ୍ଟ ଗୋଟିଏ ସିଲିଣ୍ଡର I ଏହାକୁ କେବଳ 'କ' ଶ୍ରେଣୀ ନିଆଁରେ ବ୍ୟବହାର କରାଯାଇଥାଏ I ଏହା ୬ ମିଟର ଦୂରତାକୁ ୬0 ସେକଣ୍ଡ ପାଇଁ ପାଣି ଫିଙ୍ଗି ଥାଏ I
ବ୍ୟବହାର କରିବା ପ୍ରଣାଳୀ : ନିଆଁ ଲାଗିବାର ଜାଣିଲେ ପ୍ରଥମେ ସିଲିଣ୍ଡରକୁ ଧରି ଭଲ ଭାବରେ ହଲାଇ ଦିଅନ୍ତୁ ଓ ଉପରର ପ୍ଳାନଜର୍କୁ ତଳେ ପିଟି ଓଲଟାଇ ଧରି ନଜଲ୍କୁ ନିଆଁ ପାଖରେ ଦେଖାନ୍ତୁ I ପରେ ବାମରୁ ଡାହାଣ ଓ ଡାହାଣରୁ ବାମ ପାଣିର ସ୍ରୋତକୁ ଦେଖାନ୍ତୁ I ଏହା ଉତ୍ତାପକୁ କାଟିବା ଫଳରେ ନିଆଁ ଲିଭିଯାଏ I ନିମ୍ନ ରେ ସୋଡ଼ା ଏସିଡ୍ ଅଗ୍ନି ନିର୍ବାପକ ଯନ୍ତ୍ରର ଚିତ୍ର ଦିଅIଯାଇଛି I
ସୋଡ଼ା ଏସିଡ ଅଗ୍ନି ନିର୍ବାପକ ଯନ୍ତ୍ର
୨ . ଫୋମ୍ କମ୍ପାଉଣ୍ଡ ଏକ୍ସଟିନଗୁଇସ୍ର ବା ଅଗ୍ନି ନିର୍ବାପକ ଯନ୍ତ୍ର :
ଏହା ମାତ୍ର ୯ ଲିଟର କ୍ଷମତା ବିଶିଷ୍ଟ ସିଲିଣ୍ଡର I ଏହାକୁ କେବଳ 'ଖ' ଶ୍ରେଣୀ ନିଆଁରେ ବ୍ୟବହାର କରାଯାଇଥାଏ I ଏହା ୬ ମିଟର ଦୂରତ୍ବକୁ ପୁରା ୩୬ ସେକଣ୍ଡ ପର୍ଯ୍ୟନ୍ତ ଫେଣ ଫୋପାଡ଼ି ଥାଏ I
ବ୍ୟବହାର କରିବା ବିଧି : କୌଣସି ତୈଳ ଜାତୀୟ ପଦାର୍ଥରେ ନିଆଁ ଲାଗିଲେ ସିଲିଣ୍ଡରର ନଜଲ୍କୁ ସଫା କରି ଏହାର ଉପର ନବ୍କୁ ଉପରକୁ ଉଠାନ୍ତୁ, ତାପରେ ସିଲିଣ୍ଡରକୁ ଓଲଟାଇ ତେଲ ପାତ୍ରର ଗୋଟିଏ କୋଣକୁ ପ୍ରୟୋଗ କରନ୍ତୁ I ଫୋମ୍ ତେଲ ଉପରେ ଗୋଟିଏ କମ୍ବଳ ପରି ଆସ୍ତରଣ ସୃଷ୍ଟି କରେ ଓ ନିଆଁକୁ ଲିଭାଇ ଦିଏ I ଏହା ନିଆଁକୁ ଅମ୍ଳଜାନ ଦେବା ବନ୍ଦ କରିଥାଏ ଫଳରେ ନିଆଁ ଲିଭିଯାଏ I ନିମ୍ନରେ ଫୋମ୍ କମ୍ପାଉଣ୍ଡ ଏକ୍ସଟିନଗୁଇସ୍ର ଚିତ୍ର ପ୍ରଦାନ କରାଯାଇଅଛି I
ଫୋମ କମ୍ପାଉଣ୍ଡ ଏକ୍ସଟିନଗୁଇସର ବା ଅଗ୍ନି ନିର୍ବାପକ ଯନ୍ତ୍ର
୩ . ଡ୍ରାଇ କେମିକାଲ ପାଉଡର ଅଗ୍ନି ନିର୍ବାପକ ଯନ୍ତ୍ର :
ଏହା ଗ୍ୟାସ୍ ଜନିତ ନିଆଁ, ପେଟ୍ରୋଲିୟମ୍ ଜନିତ ନିଆଁ, ଓ ବିଦ୍ୟୁତ ଜନିତ ନିଆଁ ଲାଗି ବ୍ୟବହୃତ ହୋଇଥାଏ I ଏହା ୧ କେ .ଜି ଠାରୁ ଆରମ୍ଭ କରି ୪ କେ.ଜି ପର୍ଯ୍ୟନ୍ତ କ୍ଷମତା ବିଶିଷ୍ଟ ହୋଇଥାଏ I
ବ୍ୟବହାର କରିବା ବିଧି : ନିଆଁ ଲାଗିଲେ ସିଲିଣ୍ଡରକୁ ଆଣି ପ୍ରଥମେ ସୁରକ୍ଷା କ୍ଲିପ୍କୁ ଖୋଲି ଏହାର ନବ୍କୁ ପିଟନ୍ତୁ I ଏଥିରୁ ନିର୍ଗତ ନଳୀକୁ ୫ ରୁ ୬ ଫୁଟ ଦୂରତାରେ ରଖି ନିଆଁକୁ ଦେଖIନ୍ତୁ I ଏହାର ପ୍ରେସର୍ ଯୋଗୁ ନିଆଁର ଅମ୍ଳଜାନକୁ ଏହା ବିଛିନ୍ନ କରିଥାଏ, ଫଳରେ ନିଆଁ ଲିଭିଯାଏ I ନିମ୍ନରେ ଡ୍ରାଇ କେମିକାଲ ପାଉଡର୍ ଏକ୍ସଟିନ୍ଗ୍ବିସର୍ର ଚିତ୍ର ଦିଅIଯାଇଅଛି
ଡ୍ରାଇ କେମିକାଲ ପାଉଡର ଅଗ୍ନି ନିର୍ବାପକ ଯନ୍ତ୍ର
୪. କାର୍ବନ ଡାଇ ଅକ୍ସାଇଡ (ଅଙ୍ଗାରକାମ୍ଳ) ଅଗ୍ନି ନିର୍ବାପକ ଯନ୍ତ୍ର :
ଏହା ତୈଳ ଜାତୀୟ ନିଆଁ, ଗ୍ୟାସ ଜାତୀୟ ନିଆଁ, ଓ ଇଲେକ୍ଟ୍ରିକIଲ୍ ଜାତୀୟ ନିଆଁରେ ବ୍ୟବହୃତ ହୋଇଥାଏ I ସାଧାରଣତଃ ଏହା କେମିକାଲ ଓ ଧାତୁ ଜନିତ ନିଆଁ ସବୁରେ ବ୍ୟବହାର କରାଯାଏ I
ବ୍ୟବହାର କରିବା ବିଧି : ପ୍ରଥମେ ସୁରକ୍ଷା ନବ୍କୁ ଖୋଲନ୍ତୁ ଓ ଭାଲବ୍କୁ ଧୀରେ ଖୋଲି ନିଆଁକୁ ଦେଖାନ୍ତୁ I ପରେ ଯେତିକି ପ୍ରେସର ଦରକାର ସେତିକି ଦିଅନ୍ତୁ I ଯେହେତୁ ଅଙ୍ଗାରକାମ୍ଳ ଦହନୀୟ ନୁହେଁ ଏହା ଅମ୍ଳଜାନକୁ କାଟିଥାଏ ଫଳରେ ନିଆଁ ଲିଭିଯାଏ I ନିମ୍ନରେ କାର୍ବନ ଡାଇ ଆକ୍ସାଇଡ୍ ଏକ୍ସଟିନ୍ ଗୁଇସ୍ର ଚିତ୍ର ଦିଅIଯାଇଅଛି I
କାର୍ବନ ଡାଇ ଅକ୍ସାଇଡ (ଅଙ୍ଗାରକାମ୍ଳ) ଅଗ୍ନି ନିର୍ବାପକ ଯନ୍ତ୍ର
ଭି.ଆଇ.ଏମ. - ୨୬୮
ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
Go Back to Previous Page
ବନ୍ଦେ ଉତ୍କଳ ଜନନୀ
ସିପ୍ରା ନାମତା
Read Article
ହିନ୍ଦୁଶବ୍ଦର ଐତିହାସିକ ତଥ୍ୟ
ବାଲ୍ମୀକି ନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ