ନାରୀ ଓ ଲଜ୍ଜା :ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି
ଲଜ୍ଜା ଏକ ଏଭଳି ଗୁଣ ଯାହା ନାରୀର ସଜ୍ଞାକୁ ପୂର୍ଣ୍ଣ କରେ। ଲଜ୍ଜା ବିନା ନାରୀ, ନାରୀ ପଦବାଚ୍ୟ ନୁହେଁ ଏଣୁ ଲଜ୍ଜାକୁ ନାରୀର ଆଭୁଷଣ ବୋଲି କୁହାଯାଏ। ଯେଉଁ ନାରୀଟି ଲଜ୍ଜାହୀନ ସେ ଉଦ୍ଦଣ୍ଡି ନାମରେ ନାମିତ ଅଥବା ବେଶ୍ୟା ଭାବେ ପରିଚିତ। ସାଧାରଣତଃ ନାରୀଟିଏ ସରଳ, ବିନମ୍ର, ସହିଷ୍ଣୁ, ଚତୁର, କର୍ମବୀର ଓ ଲଜ୍ୟାଶୀଳ ହେଲେ ତାକୁ ସର୍ବଗୁଣସମ୍ଫନ୍ନା ବୋଲି କହନ୍ତି।
ଏହି ଦୁର୍ବଳତାର ସୁଯୋଗ ନେଇ କିଛି ମଣିଷ ନାରୀଟିଏ ଉପରେ କରନ୍ତି ଅତ୍ୟାଚାର ଓ ଶୋଷଣ ଭଳି ଜଘନ୍ୟ ଅପରାଧ। ଯଦି ଏହି ଘଟଣା ଘରର କୋଣସି ସଦସ୍ୟଙ୍କ ଦ୍ବାରା ହୁଏ, ତା’ହେଲେ ଲୋକଲଜ୍ଜା ଭୟରେ ସେହି କାନ୍ଥ ମଧ୍ୟରେ କଥାଟି ଦବିଯାଏ। ଯଦି କୋଣସି ବେସରକାରୀ କାର୍ଯ୍ୟନୁଷ୍ଠାନରେ ହୁଏ ତା’ ହେଲେ ସେହି ସ୍ଥାନ ଛାଡି ଅନ୍ୟ କୋଣସି କାର୍ଯ୍ୟରେ ଯୋଗଦିଏ। ଯଦି କୋଣସି ସରକାରୀ କାର୍ଯ୍ୟନୁଷ୍ଠାନରେ ହୁଏ ତା’ ହେଲେ ସେ ମୁଣ୍ଡପୋତି ସହିବାକୁ ବାଧ୍ୟ ହୁଏ ଅଥବା ଆତ୍ମହତ୍ୟା କରେ। ସମାଜର ଅଧିକାଂଶ ମହିଳା କୋଣସି ନ କୋଣସି କ୍ଷେତ୍ରରେ ଶାରୀରିକ ଶୋଷଣ ଭୋଗିଥାନ୍ତି। କିଛି ଲୋକଲୋଚନକୁ ଆସେ, ଆଉ କିଛି କଥା ଆସିବା ପୂର୍ବରୁ ଦବିଯାଇଥାଏ ।
ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଆମ ଦେଶ ଶିକ୍ଷାରେ ବୈଷୟିକ ଜ୍ଞାନ କୌଶଳରେ, ପରିବହନ, କୃଷି, ପ୍ରତିରକ୍ଷା ବ୍ୟବସ୍ଥା ତଥା ଯୁଦ୍ଧକ୍ଷେତ୍ରରେ, ସ୍ବାକ୍ଷରତାରେ, ଆର୍ଥିକ ସମ୍ବଳରେ, ଭାଷାରେ ସ୍ୱାସ୍ଥ୍ୟରେ ଅନ୍ୟ ଦେଶ ଅପେକ୍ଷା ଅନେକ ଆଗୁଆ ହୋଇଛି ସତ କିନ୍ତୁ ଗୋଟିଏ ନାରୀକୁ ସୁରକ୍ଷା ଦେବାରେ ଅଛି ଅନେକ ପଛୁଆ, ଏହା କେବଳ ଗୋଟିଏ ନାରୀଟିଏ ହିଁ ଅନୁଭବ କରିପାରିବ। ଇଂରେଜ ମାନଙ୍କଠୁ ଦେଶ ସ୍ୱାଧୀନତା ପାଇଛି ସତ କିନ୍ତୁ ମହିଳାମାନେ ଆଜି ବି ପରାଧିନ। କାରଣ ଜୀବନ କାଳ ଭିତରେ ଅଧିକାଂଶ ମହିଳା ଏଭଳି ଅନେକ ଇଚ୍ଛା ବିରୋଧୀ କାର୍ଯ୍ୟ କରନ୍ତି ଯାହା ଏକ ଆଲୋଚ୍ୟର ବିଷୟବସ୍ତୁ।
ଏପରି ଅନେକ ମହିଳା ନିର୍ଯ୍ୟାତନା ସହ୍ୟ କରି ଲଜ୍ଜାର ବଶବର୍ତ୍ତୀ ହୋଇ ମୁଣ୍ଡପାତି ଚୁପ୍ ରୁହନ୍ତି ଆଉ ଯେଉଁମାନେ ଲଜ୍ଜା ଛାଡି ନ୍ୟାୟ ପାଇବା ଆଶାରେ ଆଇନ୍ ର ଆଶ୍ରୟ ନିୟନ୍ତି, ନ୍ୟାୟ ମିଳିବା ତ ଦୁରେ ଥାଉ ସେମାନେ ମୃତ୍ୟୁକୁ ଆପଣାନ୍ତି।
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ହତ୍ୟାକାଣ୍ଡ ହେଉ ଅଥବା କୁନ୍ଦୁଲି ପୀଡ଼ିତାଙ୍କ କଥା ସିଧାସଳଖ ଆମର ନ୍ୟାୟିକ ବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦେଶ କରୁଛି। ଭାରତୀୟ ପିଙ୍ଗଳକୋଡର ଧାରା ଉପଧାରାକୁ ଅତିକ୍ରମ କରି ଅପରାଧୀ ଠାବ କଲାବେଳକୁ ଘଟୁଛି ଅନେକ ବିଳମ୍ବ। ପ୍ରମାଣ ଅଭାବରୁ ବେଳେବେଳେ ଅପରାଧୀ ଆଇନ ହାତରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି।
ସରକାରଙ୍କୁ ବିନମ୍ର ନିବେଦନ କି ଯେ ଏଭଳି ଅବଳା, ଚପଳା, ଦଳିତ ମହିଳାମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦେବା ପାଇଁ ଚିନ୍ତା କରନ୍ତୁ। ଆମ ଆଇନ୍ ବ୍ୟବସ୍ଥାକୁ କେତେକାଂଶରେ ପରିବର୍ତ୍ତନ କରି ଦୁଷ୍ଟାନ୍ତ ମୂଳକ ଦଣ୍ଡର ବ୍ୟବସ୍ଥା କରାଗଲେ, ଅପରାଧ ଘଟାଇବା ପୂର୍ବରୁ ଅପରାଧୀ ଅନ୍ତତଃ ଦୁଇ ଥର ଚିନ୍ତା କରିବାକୁ ବାଧ୍ୟ ହୁଅନ୍ତା।
ଶୋଷିତ ମହିଳାଙ୍କୁ ବାରମ୍ବାର ପ୍ରଶ୍ନ ପଚାରି ମାନସିକ ଅବସ୍ରାଦଗ୍ରସ୍ତ କରାଇବା କେତେ ଯୁକ୍ତି ଯୁକ୍ତ ଏହା ଆପଣମାନେ ବିଚାର କରନ୍ତୁ।
ବର୍ତ୍ତମାନ କୁହନ୍ତୁ ମହିଳା ଜଣକ ଏହି ଶୋଷଣକୁ ସହି, ଭୁଲିଯାଇ ପୁନର୍ବାର ନୂତନ ଭାବେ ଜୀବନ ସହ ସଂଗ୍ରାମ କରି ବଂଚିବାଠିକ୍ ହେବ । ‘ନା’ ଆଇନ୍ ର ସହାୟ଼ତା ନେଇ ଦୋଷୀକୁ ଦଣ୍ଡ ଦେବା ଅଥବା କଥା ଲୋକଲୋଚନକୁ ଆଣି ପରିଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବା ଠିକ୍ ହେବ।
Go Back to Previous Page
ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷା
ପ୍ରବୀଣ କୁମାର କବି
Read Article
ଟାଇପ୍ ରାଇଟରର ଜନ୍ମକଥା
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ