ପବିତ୍ର ପ୍ରେମର ଜୀବନ୍ତ ଭାସ୍କର୍ଯ୍ୟ ‘ହେମନ୍ତ ରାଉତଙ୍କ ଗୀତିକବିତା’ ସଂକଳନ
ଓଡ଼ିଆ ଗୀତିକବିତା ସୃଜନ ପୃଥିବୀରେ କବି ହେମନ୍ତ କୁମାର ରାଉତ ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ ପ୍ରକୃତି ପ୍ରେମୀ ଭାବରେ ସେ ଯେତିକି ପରିଚିତ, କବିତା ଲେଖିବା ପାଇଁ ସେତିକି ଲୋକପ୍ରିୟ କେବଳ ଲୋକପ୍ରିୟତାର ମାପକାଠିରେ ନୁହେଁ, ବ୍ୟକ୍ତି ହୃଦୟର ମାପକାଠିରେ ସେ ଜଣେ ଅନନ୍ୟ ମଣିଷ ତାଙ୍କର ସମସ୍ତ କବିତା ସଂକଳନରେ ମାଟି, ଗାଁ, ପ୍ରକୃତି, ପ୍ରେମ ଯେପରି ଭାବରେ ପ୍ରତିଫଳିତ ହୋଇଛି, ତାହା ମଧ୍ୟ ଆଲୋଚ୍ୟ ‘ହେମନ୍ତ ରାଉତଙ୍କ ଗୀତିକବିତା’ ସଂକଳନରେ ପ୍ରତିବିମ୍ବିତ କବିତା ସଂକଳନର ଉତ୍ସର୍ଗରେ କବି ପ୍ରକୃତିକୁ ବନ୍ଦନା କରିବାକୁ ଭୁଲି ନାହାନ୍ତି;
“ସ୍ମୃତିର କୁହୁଡ଼ିରେ ଅହର
ଉବୁଟୁବୁ ହେଉଥିବା
ନୀଳତାରା ମାନଙ୍କୁ...”
ନୀଳ ତାରାମାନଙ୍କୁ କବିତା ସଂକଳନଟି ଉତ୍ସର୍ଗ କରି କବି ହେମନ୍ତ ପ୍ରକୃତି ପ୍ରେମର ପ୍ରେମିକପଣ ଜାହିର କରିଛନ୍ତି ଏହି କବିତା ସଂକଳନଟି ତାଙ୍କର ଗୀତିକବିତା ସଂକଳନ କ୍ରମର, ତୃତୀୟ ସ୍ଥାନ ଅଧିକାର କରେ ଏଥିରେ ସ୍ଥାନିତ କବିତା ବହୁ ପତ୍ରପତ୍ରିକାର ସ୍ଥାନ ମଣ୍ଡନ କରିଛି ୨୦୦୮ ମସିହାରେ ପୁସ୍ତକ ଆକାରରେ ଆତ୍ମପ୍ରକାଶ ହୁଏ ‘ଅପୂର୍ବା’ ପ୍ରକାଶନୀ ଦ୍ବାରା ପ୍ରକାଶିତ ହୋଇ ଲୋକପ୍ରିୟତାର ଶୀର୍ଷ ସ୍ଥାନ ଅଧିକାର କରିଛି ସଂକଳନରେ ଅନେକ ସୁନିର୍ବାଚିତ କବିତା ପ୍ରକାଶିତ ହୋଇଛି
‘ହେମନ୍ତ ରାଉତଙ୍କ ଗୀତିକବିତା’ ସଂକଳନର ପ୍ରଥମ କବିତା ‘ତାରା ଫୁଲଟିଏ ହୋଇ ଚାହିଁ ବସିଥିବି’ ଉକ୍ତ କବିତାରେ କବି ନିଜକୁ ପ୍ରକୃତି ପୁରୁଷ ରୂପେ ଚିତ୍ରଣ କରିଛନ୍ତି ଆକାଶ ନଈର ସେପାରେ ବସି ପ୍ରକୃତି ପ୍ରେମିକାକୁ ଝୁରି ହୋଇଛନ୍ତି କେତେବେଳେ ଜହ୍ନ ହୋଇ ତ କେତେବେଳେ ବଗିଚାର ଫୁଲଟିଏ ହୋଇ ପ୍ରକୃତି ପ୍ରିୟାକୁ ଅପେକ୍ଷା ରଖିବେ ବୋଲି କବି ଗାଇ ଉଠିଛନ୍ତି;
“ତାରାଟିଏ ହୋଇ ଚାହିଁ ବସିଥିବି
ଏଇ ତିମିରିତ ତୀରେ
କେତେ ଯେ ବରଷ ବହି ଯାଇଥିବ
ଫେରିବନି କୁହ ଥରେ
X X X X
ଜହ୍ନ ବଗିଚାରେ ଫୁଲଟିଏ ହୋଇ
ଗନ୍ଧ ଦେବି ମୁଁ ଭରି
ଜଳିଯାଏ ଯେବେ ପାଉଁଶର ରେଣୁ
ତୁମପରେ ଯିବି ଝରି” (ପୃ - ୯)
ସଂକଳନସ୍ଥ ଅଧିକାଂଶ କବିତାରେ ପ୍ରକୃତି ପୁରୁଷଙ୍କ ପ୍ରକୃତି ପ୍ରତି ପ୍ରେମବ୍ୟାକୁଳତା ପ୍ରକାଶ ପାଇଛି କେତେବେଳେ ହୃଦୟର କାଗଜରେ ଚିଠି ଲେଖିଛନ୍ତି ତ କେତେବେଳେ ଘାସଫୁଲ ହେବାପାଇଁ ମନ ବଳାଇଛନ୍ତି ଜୀବନରେ ଅନେକ ସମୟ ପ୍ରକୃତି ପ୍ରେମିକାକୁ ପାଇବା ପାଇଁ ଲୁହ ଗଡ଼ାଇଛନ୍ତି ପ୍ରକୃତି ପ୍ରିୟାକୁ କେବେ କେବେ ଆକାଶରେ ଖୋଜିଛନ୍ତି ତ କେତେବେଳେ ମେଘ ମଧ୍ୟରେ ଖୋଜିଛନ୍ତି ସମୟ ସୁଅରେ ଭାସି ଯାଇଛନ୍ତି କବି ମାତ୍ର ପ୍ରକୃତି ପ୍ରେମିକାକୁ ଖୋଜିବା ଶେଷ ହୋଇନାହିଁ କବିଙ୍କର ଆଶା ବାରମ୍ବାର ନିରାଶା ହୋଇଛି ବାରମ୍ବାର ନିରାଶ ହୋଇ ଗୀତିକବିତା ଗାନ କରିଛନ୍ତି କବିତା ମଧ୍ୟରେ ହଜିଯିବା ପାଇଁ ଚାହିଁଛନ୍ତି କବି ହେମନ୍ତ ‘ତୁମଠାରୁ ଯିବି ହଜି’, ‘କିଛି ତ ପାରୁନି କହି’, ‘ହୃଦ କାଗଜରେ ଲେଖିଦେଲି ଥରେ’, ‘ତୁମ ସୁନ୍ଦର ମୁହଁ କେମିତି ପାରିବି ଭୁଲି’ ଆଦି କବିତାରେ କବି ହେମନ୍ତଙ୍କ ଅକୁହା ଅଲିଭା ସ୍ମୃତି ବିଞ୍ଛି ହୋଇପଡ଼ିଛି
“ସାଗର ପରି ମୁଁ ନୀଳ ଗରଳରେ
ସେଇ ଦିନୁ ଜଳୁଥାଇ
ବାର ବାର ଆସି ଢେଉ ହୋଇ ଯେବେ
ତା’ପାଦ ଦେବାକୁ ଛୁଇଁ ” (ପୃ-୧୧)
X X X X
ହୃଦ କାଗଜରେ ଲେଖିଥିଲି ଥରେ
ଜଣକର ପରିଚୟ
ଜନମେ ଜନମେ ସେଇ ଥିଲା ମୋର
ଜୀବନେ ସବୁଠୁ ପ୍ରିୟ ” (ପୃ - ୧୨)
X X X X
“ସେଇ ଲୁହ ସବୁ ସ୍ମୃତି ହୋଇ ଆସି
ସାଜେ ନୀଳ ପ୍ରଜାପତି
ଡେଣାର ରେଣୁରେ ବଣା ହୋଇ ମୁଁ ଯେ
ଭୁଲିଯାଏ ଦିନରାତି,
ଲୁହ ଭିଜା ତୁମ ସୁନ୍ଦର ମୁହଁ କେମିତି
ପାରିବି ଭୁଲି” (ପୃ - ୧୩)
କବି ହେମନ୍ତଙ୍କ ଭାବ ଚେତନା ଅନନ୍ତ ଆକାଶକୁ ଉର୍ଦ୍ଧ୍ବଗାମୀ ହୋଇଛି ‘ଭସା ବାଦଲ ମୁଁ ଭାସି ଭାସି ଚାଲେ’ କବିତାରେ ଆପଣା ହୃଦୟର ଦୁର୍ବଳତାକୁ ଭିନ୍ନ ଢଙ୍ଗରେ ପ୍ରକାଶ କରିଛନ୍ତି ପ୍ରକୃତି ସ୍ବରୂପା ପ୍ରେମିକାକୁ ପାଇବା ପାଇଁ ବହୁବାର ଆକାଶରେ ଉଡ଼ିଛନ୍ତି, ମେଘରେ ଭାସିଛନ୍ତି, ଲୁହରେ ଲୋଟିଛନ୍ତି କେବେ ପୁଣି ଘାସ ଫୁଲରେ ଶବ୍ଦ ସଜାଇଛନ୍ତି କବି ସ୍ବପ୍ନରାଇଜରେ ଘୁରି ଘୁରି ଗାଇ ଉଠିଛନ୍ତି;
“ଭସା ବାଦଲ ମୁଁ ଭାସି ଭାସି ଚାଲେ
ଦିଶୁନି କୂଳ କିନାରା
ଲୁହ ସବୁ ମୋର ଦୂର ଆକାଶରେ
ଅସରନ୍ତି ଟିକି ତାରା...
X X X X
ଲୁହରେ ଲେଖିଛି ମାଟିର କାଗଜେ
ନୀଳ ଦୁଃଖ କବିତାର
ଘାସଫୁଲର ଏ ଶବ୍ଦ ସଜାଇ
ହଜିଅଛି ବହୁବାର
ସପନେ ତୁମକୁ ଗୋପନେ ଭିଜାଇ
ଖୋଜୁଛି ଦୁନିଆ ସାରା” (ପୃ - ୧୭)
ଜୀବନ ଆଉ ମରଣ ମଧ୍ୟରେ କବି ପ୍ରକୃତି ପ୍ରେମିକାକୁ ଖୋଜୁଛନ୍ତି ପ୍ରକୃତି ପ୍ରେମିକାର ସ୍ପର୍ଶ ପାଇବା ପାଇଁ ବାରମ୍ବାର ସପନ ଦେଖିବାରେ ବ୍ୟସ୍ତ କବି ଭୁଲି ପାରୁନାହାନ୍ତି ପ୍ରକୃତିର ସ୍ପର୍ଶକୁ ତେଣୁ ସପନରେ, ଗୋପନରେ, ଲୁହରେ, ଭାସିଯିବା ପାଇଁ ଚାହିଁଛନ୍ତି ସାରା ଜୀବନ କବି ଜଳିଛନ୍ତି ଦେହଟି ସିନା ପାଉଁଶ ହୋଇନାହିଁ ମନଟି କିନ୍ତୁ ମରିଯାଇଛି ସେ ସବୁ ଅନୁଭବର ଜ୍ବଳନକୁ କବିତାରେ ପ୍ରକାଶ କରିପାରୁ ନଥିବାର ସ୍ବୀକାରୋକ୍ତି ଟାଣିଛନ୍ତି
“ସାରା ଜୀବନ ମୁଁ କେତେ ଯେ ଜଳିଛି
ଏ ଜଳିବା କେବେ ଶେଷ
ଅତି ଅସହନ ଜୀବନ ଜ୍ବଳନ
ଭାଷାହୀନ ଅବଶୋଷ” (ପୃ-୨୪)
କବି ନିଜର କୋହଭରା ଅନୁଭବକୁ ଛାତିତଳେ ଚାପି ରଖିଛନ୍ତି ଆକାଶର ଲୁହରେ ବହୁଦିନ ଠାରୁ ଭିଜୁଛନ୍ତି, ତଥାପି ଆଶା ଛାଡ଼ି ନାହାନ୍ତି କେବଳ ସେହି ଆଶା ଟିକକ ପାଇଁ କବି ବଞ୍ଚିଛନ୍ତି କେତେବେଳେ ମେଘ ମଧ୍ୟରେ ପ୍ରକୃତି ପ୍ରେମିକାକୁ ଖୋଜୁଛନ୍ତି ତ କେତେବେଳେ କାଗଜ ଛାତିରେ ପୁଣି କେତେବେଳେ ଧୂଳି ଧରଣୀରେ ପ୍ରକୃତି ପ୍ରେମିକାକୁ ତୋଳି ଧରିବାର ପ୍ରୟାସ କରିଛନ୍ତି କବିଙ୍କର ଏହି ଭାବନା ‘ଆକାଶ ଲୁହରେ ସେଦିନ ଭିଜିଛି’, ‘ଆକାଶରେ ବଞ୍ଚିଛି ମୁହିଁ’, ‘ତାରାଫୁଲ ଯିବି ଛୁଇଁ’, ‘ଛାତିର କାଗଜେ ଗୋପନ ରଖିଛି’, ‘ଧୁଳୀ ଧରଣୀରେ ତୁମକୁ ଚାହିଁଛି’, ‘ବେଦନା ନେଇ ମୁଁ କେତେ କାଳ ଆଉ’, ‘ତଥାପି ପାରିବିନି ଭୁଲି ଆଉ’, ‘ଅଦେଖା ଲୁହ ମୋ କେହି ଦେଖିନାହିଁ’ ଆଦି କବିତାରେ ପ୍ରତିଫଳିତ ହୋଇଛି
କବି ହେମନ୍ତ ଜୀବନ ଯନ୍ତ୍ରଣାର ନୀଳଢେଉକୁ ବାରମ୍ବାର ଖୋଜୁଛନ୍ତି ଅନେକ ଆଶା ନିରାଶା ହେଲେ ମଧ୍ୟ ବିଶ୍ବାସଟିକୁ ହରେଇ ନାହାନ୍ତି ମୃତ୍ୟୁପରେ ପାଉଁଶ ହୋଇଗଲେ ହେଁ ପ୍ରକୃତି ପ୍ରେମିକାକୁ କୋଳେଇ ନେବେ ବୋଲି ଆଶା ପ୍ରକଟ କରିଛନ୍ତି
“ଯେବେ ଜଳିଯିବ ପାଉଁଶକୁ ମୋର
ଆଦରରେ ତୋଳି ନେବ
କବର ଯଦି ମୁଁ ନେବି ସେଇଦିନ
ମୁଠେଁ ମାଟି ଦେଇଦେବ” (ପୃ - ୯୩)
ବାସ୍ତବରେ କବି ହେମନ୍ତ ଜୀବନ ଆଉ ମରଣରେ ପ୍ରକୃତି ପ୍ରେମିକାକୁ ଛାଡ଼ିପାରିବେ ନାହିଁ ଏହାହିଁ ପ୍ରତିପାଦିତ ହୋଇଛି ‘ହେମନ୍ତ ରାଉତଙ୍କ ଗୀତିକବିତା’ ସଂକଳନରେ
ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ବାରିପଦା
ମୟୁରଭଞ୍ଜ, ଓଡ଼ିଶା
ଭ୍ରାମ୍ୟଭାଷ : ୮୨୪୯୭୮୧୨୪୫
Go Back to Previous Page
ଏକବିଂଶ ଶତାବ୍ଦୀରେ ଜଗନ୍ନାଥ ସଂସ୍କୃତି
ଗୁପ୍ତେଶ୍ବର ମହାପାତ୍ର
Read Article
ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ନୈତିକ ଶିକ୍ଷା
ପ୍ରବୀଣ କୁମାର କବି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ