କବିତ୍ବ ଦିବ୍ୟଚେତନାର ବାଙ୍କମୟ ଅଭିବ୍ୟକ୍ତି ଜୀବନର ସୂକ୍ଷ୍ମତମ ଲଳିତ ଭାଷ୍ୟ, ସମାଜର ବାଣୀମୟ ମର୍ମଚିତ୍ର କବିର ଦିବ୍ୟ ଲେଖନୀ ବଞ୍ଚିରହେ କାଳକାଳକୁ, ସମୟର ଚଲାପଥରେ ତାର ପଦଚିହ୍ନ ହୁଏ ଚିର ଭାସ୍ବର ସମୟ ପରେ ସମୟ ଗଡ଼ିଚାଲେ ସମୟର ଭାଷାକୁ କବି ଗ୍ରହଣ କରି ନେଇ ଗଢ଼ିଦିଏ କାଳାତୀତ ମାନବିକ ଭାବ ସ୍ପନ୍ଦନ, ଅନାଗତ ସମୟରେ ପ୍ରେରଣା ହୋଇ କବି ତିଆରି କରେ ଦିବ୍ୟ ମାନବିକ ଚିନ୍ତନ ଓ ଚେତନ ଓଡିଆ ସାହିତ୍ୟର ଇତିହାସ ପର୍ଯ୍ୟାଲୋଚନା କଲେ ସର୍ବପ୍ରଥମେ ମାଟିର ମହାକବି ସାରଳା ଦାସ ଆଲୋଚନା ପରିସରକୁ ଆସନ୍ତି ମାଟି ମଣିଷକୁ ସେ ଦେଲେ ସମ୍ମାନ, ତାକୁ ସେ ଦେବତାରେ ପରିଣତ କଲେ ଦେବତାକୁ ନେଇ ଆସିଲେ ମାଟିକୁ ସବୁ ଧର୍ମକୁ ସେ କଲେ ସମନ୍ବୟ ଓଡିଆ ଜାତିକୁ ସେ ଦେଲେ ତାର ଭାଷାର ଐଶର୍ଯ୍ୟ, କଳାର କୌଣାର୍କ, ସଂସ୍କୃତିର ଭାଷ୍ୟ, ଧର୍ମର ଚିନ୍ତନ, ଜାତୀୟ ସ୍ବାଭିମାନର ପରିଚୟ ପଞ୍ଚଦଶ ଶତାବ୍ଦୀ ପରେ ଷୋଡଶ ଶତାବ୍ଦୀର ପ୍ରଥମ ପାଦକୁ ପଞ୍ଚସଖା ଗୋଷ୍ଠୀ ସାରଳା ସାହିତ୍ୟ ସରଣୀ ଉପରେ ରଚିଲେ ଯୋଗ, ଜ୍ଞାନ, ଭକ୍ତି ପ୍ରଣିତ ନୂତନ ସାହିତ୍ୟ ସାମ୍ରାଜ୍ୟ ଏହି ସାମ୍ରାଜ୍ୟ ସାରଳା ସାହିତ୍ୟ ସାମ୍ରାଜ୍ୟର ଭୌଗଳିକ ସୀମାକୁ ଅତିକ୍ରମ କରିଗଲା ସାରଳାଙ୍କ ଭାଷାକୁ ଗ୍ରହଣ କରି, ରୂପଚର୍ୟା ବିଶିଷ୍ଟ ରସବିଭବଯୁକ୍ତ ରୂପ ବୈଚିତ୍ରର ପରିପ୍ରକାଶ ସାରଳାଙ୍କ ଦାଣ୍ଡିବୃତ୍ତକୁ ବଳରାମ ଦାସ ଗ୍ରହଣ କଲେ ରାମାୟଣରେ କେବଳ୍ ଜଗନ୍ନାଥ ଦାସ ଓଡିଆ ସାହିତ୍ୟକୁ ଦେଲେ ଅପରୂପ ନବାକ୍ଷରୀ ବୃତ୍ତ ସାରଳାଙ୍କ ପୁରାଣ ଯୁଗଯୁଗକୁ ରହିଲା ତା ସାଙ୍ଗରେ ସୃଷ୍ଟି ହେଲା ଭଜନ, ଜଣାଣ, ମାଳିକା, ସଂହିତା, ଗୀତା, ଟୀକା, ବୋଲି, ଚଉତିଶା, ଚଉପଦୀ ଆଦି ନାନା ରୂପ ବିଭବ ସାରଳାଙ୍କ ଭାବ ଜଗତ ଏ ଯୁଗରେ ତତ୍ବ ଜଗତରେ ରୂପାନ୍ତରିତ ହୋଇଗଲା
ଷୋଡଶ ଶତାବ୍ଦୀ ଓଡିଶାର ଭାଗ୍ୟାକାଶରେ ଗୌରବ ଓ ବିପର୍ଯ୍ୟରର ଶତାବ୍ଦୀ ପଞ୍ଚଦଶ ଶତାବ୍ଦୀର ଶୌର୍ଯ୍ୟ-ବୀର୍ଯ୍ୟ-ସମୃଦ୍ଧି ଷୋଡଶ ଶତାବ୍ଦୀକୁ ହୋଇଛି କ୍ରମ ବିଡମ୍ବିତ ଗଜପତି ପ୍ରତାପରୁଦ୍ର ଦେବଙ୍କର ସାମରିକ ଶକ୍ତିର ବିପର୍ଯ୍ୟୟ, ଦକ୍ଷିଣ ଓ ଉତ୍ତର ପଟୁ ଓଡିଶାକୁ ବାହ୍ୟ ଶତ୍ରୁଙ୍କର କ୍ରମାଗତ ଆକ୍ରମଣ, ରାଜ ସିଂହାସନ ପାଇଁ ସଂଘର୍ଷ, ମୁକୁନ୍ଦଦେବଙ୍କର ତିରୋଧାନ ଓ ମୋଗଲ ଶାସନର ଶାୟାରେ ଓଡିଶାର ଗୌରବ ବିଲୋପ, ଅଖଣ୍ଡ ଉତ୍କଳର ଖଣ୍ଡ ଖଣ୍ଡ ସ୍ବାଧୀନ ରାଜ୍ୟ ଗଠନ, ଓଡିଶାର ଗୌରବ ନୀଳାଚଳ କ୍ଷେତ୍ରରେ ଯବନ ମାନଙ୍କର ପ୍ରଖର ଆକ୍ରମଣ, ଅଥଚ ଏ ଯୁଗର ଭାଷା ଓ ସାହିତ୍ୟ ସୃଷ୍ଟିକଲା ନୂତନ ସଂହତି ସ୍ବାଧୀନ ଓଡିଶାର ଭୌଗଳିକ ସୀମାକୁ ମଧ୍ୟ ଏହା ଅତିକ୍ରମ କରି ଆହୁରି ବୃହତର ଅଂଶକୁ ସ୍ପର୍ଶ କରିଥିଲା ବିପର୍ଯ୍ୟୟ ଭିତରେ ଏହା ତିଆରି କଲା ଏକ ନୂତନ ଭାବ-ସାମ୍ରାଜ୍ୟ, ପଞ୍ଚ ସଖା ସାହିତ୍ୟ ସେ ଯୁଗର ବାଣୀମୂର୍ତ୍ତି ଚିତ୍ର କେବଳ ନୁହେଁ, ଅନାଗତ ଭବିଷ୍ୟତର ଜାତୀୟ ପ୍ରେରଣା – ଓଡିଆ ଜାତି ହୃଦୟର ଆହ୍ବାନ, ମାନବ ମୈତ୍ରୀ ବୋଧର ନିଦର୍ଶନ
ଶ୍ରୀମଦଭାଗବତକୁ ନବାକ୍ଷରୀ ବୃତ୍ତରେ ଜଗନ୍ନାଥ ଦାସ ଅନୁବାଦ କଲେ ଏହା ଅନୁବାଦ ହେଲେ ହେଁ ଅନୁସୃଷ୍ଟି ଲଳିତ ପଦାବଳୀ ଏବଂ ଶାଶ୍ବତ ନୀତି ବାଣୀର ପ୍ରୟୋଗ ଯୁଗ ଯୁଗ ଧରି ପାଠକ ମାନଙ୍କୁ ଅଭିଭୁତ କରୁଛି ଏହି ଗ୍ରନ୍ଥ ହେଉଛି ଓଡିଆ ଜାତିର ଜୀବନ, ବେଦ, ଭକ୍ତି, ଜ୍ଞାନ, ମୋକ୍ଷ, ଜୀବନବାଦର ଏହା ଏକ ଉତକୃଷ୍ଟ ଆଲେଖ୍ୟ ଓଡିଶାରେ ଷୋଡଶ ଶତାବ୍ଦୀ ରାଜନୀତିକ କ୍ଷେତ୍ରରେ ବିପର୍ଯ୍ୟର କାଳ ହେଲେ ହେଁ ସାହିତ୍ୟ କ୍ଷେତ୍ରରେ ଆସିଥିଲା ସୁବର୍ଣ୍ଣଯୁଗ ଧର୍ମ, ଦର୍ଶନ ଭିତ୍ତିକ ସାହିତ୍ୟରେ ଏହି ଯୁଗ ଥିଲା ଅଗ୍ରଣୀ ଓଡିଶାର ସନ୍ଥ କବିମାନଙ୍କ ଅବଦାନ ଚିର ସ୍ମରଣୀୟ ଯୁଗଯୁଗ ଧରି ସେମାନେ ଓଡିଆ ଜାତିକୁ ଦେଇ ଆସିଛନ୍ତି ପ୍ରେରଣା ଧର୍ମର ସଂକୀର୍ଣ୍ଣନା ଓ ଆଚାରଗତ ବ୍ୟୁହ ଭେଦ କରି ସର୍ବମାନବ କଲ୍ୟାଣକାରୀ ଉଦାର ମାନବ ଧର୍ମର ପ୍ରବକ୍ତା ରୂପେ ପରିଚିତ ନ୍ଦ୍ବନ୍ଦ ଓ ସଂଘର୍ଷର ଉପସଂହାର କରି ଯୁଗାନ୍ତକାରୀ ବୈପ୍ଳବିକ ପଦକ୍ଷେପ ଦେବାରେ ସିଦ୍ଧହସ୍ତ ଥିଲେ
ଜଗନ୍ନାଥ ଦାସ ଥିଲେ ମେଧାବୀ ପିଲାଦିନରୁ ଭକ୍ତି ପରାୟଣ ଏବଂ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ପ୍ରତିଦିନ ଶୁଦ୍ଧପୂତ୍ତ ହୋଇ ବଟଗଣେଶଙ୍କଠାରେ ଭାଗବତର ଅର୍ଥ ବ୍ୟାଖ୍ୟା କରୁଥିଲେ ଶହ ଶହ ଲୋକ ତାଙ୍କର ଅପୂର୍ବ ଭାଗବତ ବ୍ୟାଖ୍ୟା ଶୁଣି ଚମକୃତ ହେଉଥିଲେ ତାଙ୍କର ଖ୍ୟାତି ସୂର୍ଯ୍ୟର ରଶ୍ମୀ ସମାନ ବହି ଚାଲିଥିଲା ଦ୍ବାଦଶ ସ୍କନ୍ଧର ଅର୍ଥ କରୁଥିବା ବେଳେ ଏକଦା ଶ୍ରୀ ଚୈତନ୍ୟ ଶିଷ୍ୟମାନଙ୍କ ସହିତ ସେଠାରେ ଉପସ୍ଥିତ ହୋଇ ହୃଦୟର ସହିତ ଆଲିଙ୍ଗନ କରି “ଅତି ବଡ” ଉପାଧିରେ ଭୂଷିତ କରିଥିଲେ ଉତ୍କଳର ସର୍ବଶ୍ରେଷ୍ଠ ଜନପ୍ରିୟ ପୁସ୍ତକ ଜଗନ୍ନାଥଙ୍କର ଭାଗବତ ଗ୍ରନ୍ଥ ଘରେ ଘରେ ହିଁ ପ୍ରସିଦ୍ଧ ଓଡିଆ ଜାତିର ଜୀବନ ବେଦ, ଓଡିଆ ଆତ୍ମୀୟତାର ଜୈତ୍ରବାଣୀ, ଘୋର ଦୁର୍ଦିନ ମଧ୍ୟରେ ଏହି ଗ୍ରନ୍ଥ ହିଁ ହୋଇଥିଲା ସକଳ ପ୍ରତିବେଶୀମାନଙ୍କର ହୀନ ଚକ୍ରାନ୍ତକୁ ବ୍ୟର୍ଥ କରିବାପାଇଁ ଉପାଦୀୟ ପ୍ରେରଣା ଏହାହିଁ ଓଡିଆ ଜାତୀୟତାର ଏକ ଅମଳିନ କିର୍ତ୍ତୀସ୍ତମ୍ଭ ଓଡିଶାର ଜାତୀୟ ଚରିତ୍ର ଗଠନ କରିବାରେ ଏହା ଏକ ନିର୍ଭର ଯୋଗ୍ୟ ଭିତ୍ତିଭୂମି ନିର୍ମାଣ କରିଛି ସେତେବେଳେ ଏହା ଚାହାଳୀରେ ପିଲାମାନଙ୍କର ପ୍ରଧାନ ପାଠ୍ୟ ପୁସ୍ତକ ଥିଲା ଯେଉଁ ପିଲା ଅଧ୍ୟାୟେ ଭାଗବତ ବୋଲି ପାରିଲା ତାର ବିଦ୍ୟା ଶେଷ ହେଉଥିଲା ଅନେକ ଲୋକଙ୍କର ସକାଳେ ସ୍ନାନ କରି ସନ୍ଧ୍ୟାବେଳେ ଭାଗବତ ପାଠ କରିବା ମଧ୍ୟ ନିତ୍ୟ ନୈମିତ୍ତିକ କାର୍ଯ୍ୟଥିଲା ଏହି ସବୁଥିରୁ ଭାଗବତର ଲୋକପ୍ରିୟତା ସହଜରେ ଅନୁମାନ କରାଯାଇଥାଏ ଭାଗବତ ରଚନା କରି ଜଗନ୍ନାଥ ଦାସ ନିଜ ଜାତିର ସବୁ ଶ୍ରେଣୀର ଲୋକଙ୍କୁ ମାତୃଭାଷା ଓଡିଆକୁ ଶିକ୍ଷା କରିବାପାଇଁ ପ୍ରେରଣା ଦେଇଥିଲେ ଜଗନ୍ନାଥ ଦାସଙ୍କ ଭାଗବତ ପଢିବା ପାଇଁ ଲୋକମାନେ ଉତ୍ସାହରେ ଓଡିଆ ଶିକ୍ଷା କରିବାକୁ ଲାଗିପଡିଲେ ଓଡିଶାର ପ୍ରତ୍ୟେକ ହିନ୍ଦୁ ଗ୍ରାମରେ ଜଗନ୍ନାଥ ଦାସଙ୍କ ଭାଗବତ ସଂରକ୍ଷିତ ସର୍ବତ୍ର ଅଛି ଭାଗବତ ଟୁଙ୍ଗୀ ଏବଂ ସନ୍ଧ୍ୟାରେ ସେଠି ଭାଗବତ ପଠନ ହୁଏ ବାସ୍ତବରେ ଜଗନ୍ନାଥ ଦାସ ଏବଂ ତାଙ୍କର ଭାଗବତ ଓଡିଆ ଜାତୀୟ ଜୀବନ ଓ ସଂସ୍କୃତିକୁ ଗଢିଛି, ତାକୁ ଦେଇଛି ଏକ ସମୃଦ୍ଧ ଗୌରବମୟ ପରମ୍ପରା ଉତ୍କଳର ଗ୍ରାମୀଣ ଆଧ୍ୟାତ୍ମିକ ଆନ୍ଦୋଳନ ଓ ସାଂସ୍କୃତିକ ଚେତନା ପ୍ରବାହର ପ୍ରଧାନ କେନ୍ଦ୍ର ହୋଇପଡିଥିଲା ଭାଗବତ ଘର ଏବଂ ଭାଗବତ ପାଠ
ଜାତୀୟ ସ୍ତରରେ ଅନେକ କ୍ଷେତ୍ରରେ ଓଡିଶା ମାନଦଣ୍ଡ ସୃଷ୍ଟି କରିଛି ଓଡିଶାର ମଡେଲ୍ ବିଶ୍ବରେ ମାନଦଣ୍ଡ ସୃଷ୍ଟି କରି ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଶଂସିତ ହେଉଛି ଦାରିଦ୍ର ଦୂରୀକରଣ ଯୋଜନାର ସଫଳ ରୂପାୟନ ହେଉ କିମ୍ବା ଜନଜାତି ଏବଂ ମହିଳାଙ୍କୁ ବିକାଶ ପ୍ରକ୍ରିୟାରେ ଅନ୍ତର୍ଭୂକ୍ତ କରିବା କାର୍ଯ୍ୟକ୍ରମ, ଦୁର୍ନିତୀ ବିରୋଧରେ ସଂଗ୍ରାମ କିମ୍ବା ଜନସାଧାରଣଙ୍କୁ ସବୁ ବର୍ଗରେ ସଶକ୍ତ କରିବାର ଉଦ୍ୟମ, ସବୁଥିରେ ଓଡିଶାର ଦକ୍ଷତା ସ୍ମରଣୀୟ
ଲକ୍ଷ୍ନୌ, ଉତ୍ତର ପ୍ରଦେଶ
Go Back to Previous Page
ପ୍ରାଚ୍ୟର ରାଫେଲ୍ ହରିଶ
ମୀନକେତନ ପଟ୍ଟନାୟକ
Read Article
ମୂଲ୍ୟ ଏବଂ ଆଧ୍ୟାତ୍ମିକତାର ବିକାଶ
ସୁଧାଂଶୁ ଶେଖର ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ