ଧରିଛେ କଲମ୍ ଲେଖ୍ମି ବୋଲି
ମାଏଁଟ୍ ମାଆ ଭାଷାଥି ପଦେ
କାଣା ଲେଖ୍ମି ? ସୋର୍ ନାଇଁ ମୋର୍
ନାଇଁ ପଡୁଛେ ତୋ ମନେ
ହଁ.. ହଁ..! ପଡୁଛେ ମନେ
ଲେଖୁଛେ ଗୁଟେ କଥା
ଅଏନ୍ କଥାଟେ ଲେଖୁଛେ ଭାଇ
ବନେ କରି ଶୁନୁ ଥାହା
ଅଫିସର୍ ଯଦି ହେତି ?
ସତେ ! ଅଫିସର୍ ଯଦି ହେତି !
କଳା ଝିମ୍ ଝିମ୍ ଦାମକିଆ କୋଟ୍
ହଜାର୍ ଟଙ୍କିଆ ବୋଟ୍ ସୁଟ୍
ନାଇଁ ମୁଇ ପିନ୍ଧିଥିତି ,
ଶହ ଶହ ଟଙ୍କିଆ ଅତର୍ ମାଖି
ନାଇଁ ମୂଇ ବାସୁଥିତି
ଲାକ୍ ଲାକ୍ ଟଙ୍ଗାର୍ ଗାଡି ନେ ସତେ
ନାଇଁ ମୁଇ ବସୁଥିତି
ପ୍ଲାଟୁନ୍ ପ୍ଲାଟୁନ୍ ଗାର୍ଡ ଧରି
ନାଇଁ ମୁଇ ବୁଲୁଥିତି ।
ଏ.ସି ଘର୍ନେ ବସିକରି
ନାଇଁ ଛିନୁଥିତି ପିସି
ବଡ଼ବଡ଼କିଆ କେ ମୁଡ଼େ ବୁହି
ନାଇଁ ମାର୍ତି ଚାଷୀ ।
ଦିନ୍ କେ ଗୁଟେ ଗୁଟେ ଯୋଜ୍ନା ମୁଇ
ନାଇଁ ବରଂ କାରୁଥିତି
ଗୁଟେ ଯୋଜ୍ନା କର୍ତି ଭାଇ
"ମୁନୁଷ ପନ୍" ନାଁ ଦେତି ।
ମୁନୁଷ୍ ଭିତରେ ମୁନୁଷ୍ପନ୍
କୁଟ୍ କୁଟ୍ ଦେତି ଭରି
ଅଲ୍ଗା ଲୋକର୍ ଦୁଃଖେ ଜେନ୍ତା
ଆଁଏକ୍ ନୁ ଝର୍ତା ପାନି ।
ଦିନ୍କେ ଦୁଇଟା ଚାଷୀ ଭାଇ
ନାଇଁ ପିଉଥିତେ ବିଷ୍
ଚାଷୀର ହଁକ୍ ନେ ଲଢ୍ତି ମୁଁଇ
ସୁଝେ ଦେତି ସବୁ ରିସ୍ ।
ଗାଁ ଭୂଇଁ ଛାଡି ରାଜ୍ଧାନୀ ନେ
ନାଇଁ ରାହୁଥିତି ମୁଇ
ଦୁଃଖୀର ସାଙ୍ଗେ ଦୁଃଖ୍ ଭାଗ ମାଗି
ରହତି ଗାଁ ନେ ମୁଇ ।
ମୁନୁଷ୍ ଭିତରେ "ମୁନୁଷ୍ ପନ୍"
କୁଟ୍ କୁଟ୍ ଦେତି ଭରି
ଅଲ୍ଗା ଲୋକର୍ ଦୁଃଖେ ଯେନ୍ତା
ଆଁଏକ୍ ନୁ ଝରତା ପାନି ,
ଆଁଏକ୍ ନୁ ଝରତା ପାନି ।
ଅଫିସର ଯଦି ହେତି...
ଭାଇ...ଅଫିସର ଯଦି ହେତି !
#ବଲବନ୍ତ_ସାହୁ #Mob_9078105234
Go Back to Previous Page
କୁଇଲି
ଶଙ୍ଖସିନ୍ଧୁ ପୁରୋହିତ
Read Article
ଆହୁତିକୁଣ୍ଡର ଇତିହାସ
ଶ୍ରୀ ରବୀନ୍ଦ୍ରନାଥ ସାମଲ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ