ଆରମ୍ ହେଲା ହର୍ସରି ପୁରାନ୍
ମୁଲ୍ କରୁଛେ ହସର ଗିଆନ
ହସଁରୀ ଦେବୀ ହସଁରୁ ଦେବତା
ହସିରା ଲାଗି ମାନତା ଶୁନତା
ପୂଜୁଛେ ତମକେ ଜୁଡ଼େ ହାତନେ
ପୂଜାବିଧି ମୁଇଁ କରି ନାଇଜାନେ
ହସୁଥିସ ହସଁରି ଫଲ ଖାଇ
ଲିଆ ଘନା ଲେଖେଁ ଗଦଗଦେଇ
ସୁତ୍ ମୁରୁଖ୍ ଟିକେ ନାଇଁ ବୁଧି
ଖରସିନ୍ ଭରି ହେଇଛେ ଗୁଦି
ଭସତ ବେଡ଼ା ଭାବଭକତି ନେ
କୁଲା କୁଲା ଭୁଗା ଭୁଗା ଭରନେ
ଟୁଁଣେ କୁଚି ମଡ଼ା କୁଁଦା ହେଇଛେ
ଗଦ ଗଦ ହେଇ ହସ ବୁଲୁଛେ
ଜୁହାର୍ ଜୁହାର୍ ହସଁରୀ ଦେବୀ
ଜୁହର୍ ତମର ମାଁ ବୁଆକେ ବି
କାଁଦୁଛେ ସଉକେ ଘରବସିଆ
ଖିଲ୍ ଖିଲେଇ ମୋର ଆଗେ ଠିଆ
ପର ନାଇ କର ଭାବି ପଡ଼ିଆ
ଡଣାସନ୍ ହେଇ ମାରେ ମୁଡ଼ିଆ
ହଁସ ଖୁସିନେ ଅମରୁତ ରସ
କପଡ଼ା କୁଚି କେତେ ନାଇ ହସ
ଜୁହାର ଛିନ ହସଁରୁ ଦେବତା
ଗୋଡ଼ ମୁଡ଼ ତକ ନଡ଼ିଆ କତା
ନି ହସ ତୁଁଣ ଚିଟ ମୁଳ ମୁଳ
ଜୀବନ ଆଏ ଇଁ ହଁସର ମୂଳ
ହସବେ ବଏଲେ ଲାଘ ଲାଗବ
ପଛେକା ମତେ ଦୁଷ୍ ନାଇ ଦେବ
ହସ ମୁଖ ମୁଳ ମୁଳ ଚେହେରା
ଅଁଳା ଜିଆଁ ଗଡ଼ ଗଡ଼ି ବଏରା
ବଏରି ନାଇ ହୁଅ ହସି ହସି
ବେକ କେ ନୋ ନିଅ ଗୋଡ଼ର ଫାଶି
ହସଁରି ଫୁଲ ହସଁରି ପୁରାନ
ହସି ଖୁସି ଭରା ଜୀଁଉ ଜୀବନ
ସଇଁତନା, ବଲାଙ୍ଗିର, ୩୨
ଭ୍ରାମ୍ୟଭାଷ : ୭୯୭୮୭୮୪୧୩୦
Go Back to Previous Page
ଜୀବନ୍ ପାଏନ୍ ଫୁଟକା
ଆଶୁତୋଷ ମେହେର
Read Article
କୁଇଲି
ଶଙ୍ଖସିନ୍ଧୁ ପୁରୋହିତ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ