ବେଙ୍ଗ ନାନି ପୁଅ ନରି
ବଡ଼ ଚତୁର ସେ ଗାଁ ରେ ଆମରି
କେହି ହେବେନି ତା ସରି ।
ରସିକ ନାଗର ଟୋକାଟା ସିଏ ଲୋ
ଲୋକ ବିଗିଡ଼ନ୍ତି ଭାରି ।
ନିଶାର୍ଦ୍ଧରେ ସେ ପ୍ରେମିକା ପାଖକୁ
ଯାଇଥିଲା ଦେଖାକରି
ଧରା ପଡ଼ିଗଲା ପାଖ ଗାଁ ରେ ଲୋ
ଗାଁ ବାଲା ଦେଲେ କୋରି ।
ସେ ରାତି ଅଧରେ ମନ୍ଦିର କୁ ନେଇ
ବାହା କାମ ଦେଲେ ସାରି
ଘରକୁ ଫେରିଲା ନୂଆ ବୋହୁ ଧରି
ନାଁ ଟା ତାହାରି ଝରି ।
ବାସର ରାତିର ଖୁସି ମଉଳିଲା
ତିନି ମାସ ଥିଲା ଗର୍ଭ ସଞ୍ଚାରି
ପ୍ରେମ ଟା ମାତର, ଥିଲା ଦି ମାସର
ଏବେ ମୁଣ୍ଡ ଟା ବିନ୍ଧୁଚି ଭାରି ।
ଭାର୍ଯ୍ୟା କୁ କହୁଚି ଚିଡ଼ି
ତୋ ପଛରେ ପଡ଼ି
ମୋ ବେଳ ଖରାପ ଲୋ
କାମ ଜ୍ୱର ଗଲା ଛାଡ଼ି ।
ଏବେ ନାମ ନେଇଛି ସେ ଭେଣ୍ଡା
କାଉଟେ ହେଇକି ପାଳୁଛି ସିଏ ଲୋ
କୋଇଲି ବସା ର ଅଣ୍ଡା ।
ପାଇକତିଗିରିଆ
ଖୋର୍ଦ୍ଧା
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ