ବରଷକ ପରେ ଆସିଛି ହୋଲି
ପିଲାଠୁ ବୁଢ଼ାଏ ହୁଅନ୍ତି ବାଇଆ,
ହୋଲି ରଙ୍ଗ ଟିକେ ଖେଳିବେ ବୋଲି
ରଙ୍ଗ ରଙ୍ଗେଇ ହୁଅନ୍ତି ଖାଲି... ୧
କୃଷ୍ଣ ଖେଳିଥିଲେ ଏହି ଦିନ ଅବିର
ଗୋପୀ ଗୋପା ସଙ୍ଗେ ହୋଇ ବିଭୋର
ଏବେ, କୃଷ୍ଣଙ୍କ ବିମାନେ ଉଇ ଲାଗିଲାଣି
ତାଙ୍କ କଥା ମନେ ନାହିଁ କାହାର... ୨
ସଭିଏଁ ଆଦାୟ କରିଲେ ବଟି
ଯିଏ ଯାହା ଦେଲେ ପକେଟ କାଟି
ଗାଁ ମୁଣ୍ଡେ ହେଲେ ସର୍ବେ ଏକାଠି
ଡିଜେ ଡକାଇଲେ ପୁଣି ଝଅଟି... ୩
ପିଲାଏ ଯେତେକ ଥିଲେ ଯେ ନଟି
ସୁରା କିଣିବାକୁ, ଧାଇଁଲେ ଭାଟି
କେତେକ ପିଲାଏ ଭାଙ୍ଗ ନ ପାଇ
ପଣା କରିଦେଲେ ଗଞ୍ଜେଇ ବାଟି... ୪
ଖିଆପିଆ କାମ ଯେବେ ସରିଲା
ମୁଣ୍ଡକୁ ସଭିଙ୍କ ଯେବେ ନିଶା ଘାରିଲା
ରଙ୍ଗ ଅବିରକୁ ନିଜେ ବୋଳି ହ୍ବନ୍ତି
ଭାବନ୍ତି, ଆଉ କାହା ଗାଲେ ରଙ୍ଗ ବାଜିଲା... ୫
ପିଲେ ରଙ୍ଗ ଖେଳିବାକୁ ହୋଇଲେ ସଜ
ଦାଣ୍ଡେ ରଙ୍ଗ ଖେଳି କଲେ ମଉଜ
କେତେକ ନିଶାରେ ପାଗଳ ହୁଅନ୍ତି
ସ୍ତ୍ରୀକୁ ଡାକନ୍ତି, ଶୁଣିବକି ହେ... ସୁନାଭାଉଜ... ୬
ଡିଜେ ବାଜିବାରୁ ବଢ଼ିଲା ତାତି
ସଭିଏଁ ନାଚନ୍ତି ନିଶାରେ ମାତି
ବଣେ ମାତିଲେ, ଯେସନେ ପାଗଳ ହାତୀ
ବାଟକି ଅବାଟ ନ ମାନିଲେ କିଛି
ଲଢ଼େଇ କରିଲେ ପଟେଇ ଛାତି... ୭
ଗୌରୀ ନାନୀ, ଘର ତାହାର ମଝି ସାହିର
ଷୋଡ଼ସ ବୟସୀ ରୂପେ ସେ ଭାରି ସୁନ୍ଦର
କେତେ ଟୋକା ନିତି ଛଟପଟ ହ୍ବନ୍ତି
ପଡ଼ିଗଲେ ପ୍ରେମଜାଲେ ତାହାର... ୮
ଡିଜେ ଅଟକିଲା ତା ଘର ଆଗର
ସଭିଏଁ ଖୋଜନ୍ତି ମାଧୁରୀ କାହିଁ
ଗୌରୀ ସାଙ୍ଗରେ ରଙ୍ଗ ଖେଳିବାକୁ
ନମ୍ବର ଲଗାନ୍ତି ସଭିଏଁ ଯାଇ... ୯
ଗୌରୀ ସାଙ୍ଗରେ ରଙ୍ଗ ଖେଳୁ ଖେଳୁ
ଆରମ୍ଭ ହୋଇଲା ମହାସମର
ବୁଝିଲେନି ଆଉ କିଏ କାହାର
ହୋଲି ରଙ୍ଗ ସେଠୁ ଧୋଇଗଲା ସବୁ
ଉଜାଡ଼ି ବହିଲା ରୁଧିର ଧାର... ୧୦
ବେଳଗଲା ବୁଡ଼ି ସଞ୍ଜ ଯେବେ ହୋଇଲା
ରଙ୍ଗ ଖେଳାଖେଳି ସେବେ ସରିଲା
ଆମ ପରମ୍ପରା ଭୁଲିଲେ ସଭିଏଁ
ହୋଲି କଥା ଇତିହାସେ ରହିଲା... ୧୧
ନିଲୋକ, ବନ୍ତ, ଭଦ୍ରକ
ଭ୍ରାମ୍ୟଭାଷ : ୮୦୯୩୦୨୭୪୯୪
ଇମେଲ୍ : mishra7593@gmail.com
Go Back to Previous Page
ସ୍ମୃତିର ସ୍ପର୍ଶ
ଜୀତେନ୍ଦ୍ର କୁମାର କହଁର
Read Article
ନୁଁଗୁରାଙ୍କ ରାତିଅଧିଆ ପ୍ରେମ
ରାଜେନ୍ଦ୍ର ନାରାୟଣ ସେନାପତି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ