ଆଜି ବି ମୁଁ ଦେଖେ କାହିଁ
ସେଇ ଆଙ୍କିଥିବା ତୁମ ଛବି,
ଅଶ୍ରୁଳ ଆଖିରେ ନିଶିର ନିଃଶବ୍ଦ ପ୍ରହରେ
ତୁମ କଥା ଭାବି ଭାବି।
ରୋମନ୍ଥିତ ହୁଏ ଯେତେ
ତୁମକୁ ନେଇ ମୋର ସ୍ମୃତି,
ଭୁଲିବାକୁ ଚାହିଁଲେବି
ପାରେନାହିଁ କରି ବିସ୍ମୃତି ।
କାଳର କରାଳରେ ପର ହେଲା
ହାତ ପାପୁଲିରୁ ଜହ୍ନ,
ନିମିଷକେ ଉଜୁଡ଼ିଲା
ଭାଙ୍ଗିଗଲା ସବୁ ସ୍ୱପ୍ନ।
ଚାହିଁଥିଲି ରଖିବାକୁ ହୃଦୟରେ
ତୁମକୁ ସାରା ଜୀବନ,
ହେଲେ ବଞ୍ଚିଛି ମୁଁ ଆଜି
ନେଇ କେବଳ ତୁମ ସ୍ମୃତି ଚିହ୍ନ।
ତୁମ ସ୍ମୃତିର ସ୍ପର୍ଶ
କାହିଁ ଆଜି ମୋତେ ଏତେ ବାଧେ,
ତୁମେ ନାହଁ ବୋଲି ହୃଦୟ ମୋ
ବାହୁନି ବାହୁନି କାନ୍ଦେ।
ଅଜବ ବି ଏ ଦୁନିଆ ସତେ
ମରୀଚିକା ଲାଗେ ଏଠି ସତ,
ସାଥିର ସାଥିରେ ଚାଲି କିଛି ବାଟ
ପୁଣି ଏକା ଚାଲିବାଟା ଭାରି କଷ୍ଟ।
ଆସିବନି ପୁଣି ଜାଣିବି କାହିଁ ସାଇତିଛି
ତୁମେ ଦେଇଥିବା ସେଇ ପ୍ରଥମ ଗୋଲାପ,
ଜାଣିନି ଥିଲା କେଉଁ ଜନ୍ମର କି ପାପ
ବିରହ କରିଲା କୋଳାଗ୍ରତ।
ପ୍ରତି କ୍ଷଣେ ଝୁରେ ତୁମକୁ
ନ ଚାହିଁ ବି କାହିଁ ସତେ,
ଏ କି ମୋଡରେ ଉପନୀତ ଆଜି
ଚତୁର୍ପାଶ୍ୱେ ଚିର ତମସାଛନ୍ନ ଲାଗେ।
ନ ଆସ ପଛେ ତୁମେ ପୁଣି ମୋ ଜୀବନେ
ଆସୁଛ କାହିଁ ମୋ ସ୍ମୃତି ଅବା ସପନେ,
ଖିନ ଭିନ୍ କରି ଚାଲି ଯାଅ ପୁଣି
ଅସଂଖ୍ୟ ବେଦନା ଭରି ମୋ ମନେ।
ତୁମ ହସ ଖୁସିର ପ୍ରହରୀ ସାଜିବା
ବୋଧହୁଏ ଭୁଲ ଥିଲା ମୋ’ର,
ସେଥିପାଇଁ ତ ତୁମଠୁ ଆଜି ତୁମ ପାଇଁ
ମୁଁ ଏତେ ଦୂର।
ଏତେ ଦୂରେ ସତେ ଆଜି
ଚାହିଁଲେ ବି ଫେରି ପାରିବିନି ଆଉ ମୁଁ,
ଅମାନିଆ ମନ ବାର୍ ବାର୍ ପଚାରେ
କେମିତି ଅଛି ତୋ ପ୍ରିୟା ଥରେ କହ ତୁ।
ଭୁଲି ହୁଅନ୍ତା କି ଅଭୁଲା ଅତୀତ
ଥରେ ଇଛା କରିଦେଲେ ସତେ,
ଭୁଲି ଯା’ନ୍ତି ମୁଁ ତୁମ ସ୍ମୃତି ସବୁ
ଅକୁହା ଯନ୍ତ୍ରଣା ଯେତେ।
ମୋ ଅକୁହା ଯନ୍ତ୍ରଣା ଯେତେ। ।
କଲାଡି, ଫୁଲବାଣୀ, ଓଡ଼ିଶା
ଦୂରଭାଷ- ୯୪୩୯୫୪୨୫୨୧
ଖୁବ୍ ଫେରିଯାଏ ମନଟା
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ହୋଲି
କଳ୍ପତରୁ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ