ଉଆଁସ ଗଲାଣି ନଭେ ଦ୍ବିତୀୟାର ଜହ୍ନ,
ହେଉ ବି ଅସ୍ପଷ୍ଟ ଢାଳେ ଶୀତଳ କିରଣ
ଶୂନ୍ୟତାରୁ ଶଶିଙ୍କର ଅସ୍ଥିତ୍ବ ବିକାଶେ,
ଦେଖି ତାରେ ପ୍ରିୟତମା କଇଁ ଦେଖ ହସେ
ଲାଜର ଓଢ଼ଣି ଆଜି ମୁଖୁ ଟାଣି ନେଇ,
ଉତ୍କଣ୍ଠାରେ ଦିନ ଗଣେ କେବେ ଯେ ପୁନେଇଁ
ଅର୍ଦ୍ଧଚନ୍ଦ୍ର ବୋଲି ସିଏ ଅର୍ଦ୍ଧ ପ୍ରଷ୍ଫୁଟିତା,
ପୂର୍ଣ୍ଣିମା ଶଶାଙ୍କ ଦେବେ ତା'ଦେହେ ପୂର୍ଣ୍ଣତା
ଏକେ ଦେଖ ଧରିତ୍ରୀରେ ଆରେକ ଅମ୍ବରେ,
ଦୂରତା ବଢ଼ିନି ପ୍ରେମେ ଥିଲେ ବହୁଦୂରେ
ଲାଜୁକିରାଣୀ ସେ କଇଁ ହସଇ ମୁରୁକି,
ନୀଳାକାଶେ ନିଶାକର ଖୁସି ତା'ରେ ଦେଖି
ଅନାବିଳ ଆକର୍ଷଣେ ଦେହାତୀତ ପ୍ରେମ,
ଶିଖ ଆଉ ନପଡି ସେ ବସ୍ତୁବାଦୀ ପ୍ରେମେ
ଭ୍ରାମ୍ୟଭାଷ : ୯୮୬୧୭୩୨୨୫୬
Go Back to Previous Page
ତୃତୀୟ ପୁରୁଷ
ବିନୟ ମହାପାତ୍ର
Read Article
ଫଗୁଣ
ନଳିନୀପ୍ରଭା ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ