ଜୟା ଓ ଜ୍ୟୋତି ଦୁହେଁ ଭାରି ସାଙ୍ଗ ଦୁହେଁ ଦୁହିଁଙ୍କୁ ଚିହ୍ନିଛନ୍ତି ପ୍ରାୟ ସ୍କୁଲରେ ପଢ଼ିବା ସମୟରୁ ଦୁହିଁଙ୍କ ଭିତରେ ସମ୍ପର୍କର ସେତୁ ପ୍ରଗାଢ଼ ଆଜି ଡାକ୍ତରଖାନାରୁ ଡ୍ୟୁଟି ସାରି ଘରେ ପହଞ୍ଚୁ ପହଞ୍ଚୁ ଟିକେ ଡେରି ହୋଇଗଲା ଦୁହିଁଙ୍କର ଆସି ସାଙ୍ଗେ ସାଙ୍ଗେ ନିଜର ପୋଷାକ ବଦଳାଇ ମୁହଁ ହାତଧୋଇ ଦୁଇଟି ଚୌକିରେ ବସିଗଲେ ସବୁଦିନପରି ଜୟା କିଛି ସମୟ ପରେ ସେଠାରୁ ଉଠି ରୋଷେଇ ଘରକୁ ଯାଇ ଚା’ ତିଆରି କଲା ଚା’ ସହିତ କିଛି ବିସ୍କୁଟ୍ ଆଣି ଜ୍ୟୋତିକୁ ଦେଲା, ଆଉ ପାଖରେ ବସି ଚା’ ପିଇଲା ଚା’ ପିଇ ସାରିବାପରେ ଜୟା ରୋଷେଇ ଘରକୁ ଯାଇ ଡିନର୍ ପ୍ରସ୍ତୁତ କରିବାକୁ ଲାଗିଲା
ଜ୍ୟୋତି ଜୟା ପଛେ ପଛେ ରୋଷେଇଘରକୁ ଯାଇ କହିଲା, “ତୁ ତ ସବୁଦିନ ରୋଷେଇ କରୁଛୁ ଆଜି ମୁଁ ରୋଷେଇ କରିବି ସବୁଦିନ ତୁ ଏମିତି ଖଟୁଥିବୁ ଆଉ ମୁଁ ବସି ବସି ଗିଳୁଥିବି? ମୋତେ ଜମାରୁ ଭଲ ଲାଗୁନି” ଜୟା ହସିଦେଇ ତା’ ମୁଣ୍ଡକୁ ଟିକେ ଆଉଁସି ଦେଇ କହିଲା, “ଶୁଣ, ତୁ ସାନ ମୁଁ ଥାଉ ଥାଉ ତୁ କାହିଁକି କାମ କରିବୁ? କାମ କରିବା ଦିନ କ’ଣ ସରିଗଲାଣି? ଯେତେବେଳେ ଦରକାର ପଡ଼ିବ ତୁ କରିବୁ ଏବେ ନୁହେଁ ଆମେ ଦୁଇଜଣ ଯେତେବେଳେ ପାଠ ପଢୁଥିଲେ ମା ରୋଷେଇ କରୁଥିଲେ ମୋତେ ଭଲ ଲାଗୁଥିଲା ବୋଲି ମୁଁ ମାଆ ପଛେ ପଛେ ଯାଈ ସାହାଯ୍ୟ କରିବା ଆଳରେ ସବୁ ଶିଖୁଥିଲି ତୁ ତ ପିଲାବେଳୁ ରୋଷେଇଘରେ ପାଦ ଦେଇନୁ ଏବେ ଏତେ ବ୍ୟସ୍ତ କାହିଁକି? ଯା ତୁ ବସି ଖବର କାଗଜ ପଢ଼ିବୁ ରୋଷେଇ ସରିଗଲେ ଆସିବୁ”
ଜୟା ଓ ଜ୍ୟୋତି ଦେଖିବାଉ ଗଲେ ଦୁଇ ସାଙ୍ଗ ଆଉ ଦୁଇ ଭଉଣୀ ମଧ୍ୟ ଏକାଠି ସ୍କୁଲରେ ପାଠ ଶେଷ କରି କଲେଜରେ ଯୁକ୍ତ ଦୁଇ ପଢ଼ିଲେ ଦୁଇଜଣ ଭଲ ପଢୁଥିଲେ, ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ବି ସଫଳ ହେଲେ ଆଉ ଏକାଠି ପଢ଼ିଲେ ହଷ୍ଟେଲରେ ବି ଗୋଟିଏ ରୁମରେ ରହି ପଢୁଥିଲେ କଲେଜରେ ସବୁ ଜାଣନ୍ତି ଏମାନେ ଦୁଇ ଭଉଣୀ ବୋଲି ପାଠ ଯଦି ପଢୁଥିବେ ତ ପଢୁଥିବେ ରାତି ପାହିଗଲେ ବି ସେମାନଙ୍କୁ ଜଣାପଡ଼େନି ସବୁବେଳେ ପରସ୍ପରର କଥା ବୁଝାବୁଝି କରି ରହୁଥିଲେ ପରସ୍ପରକୁ ଛାଡ଼ି ଏକା ରହିବା ଭଳି ଅବସ୍ଥା ସେମାନେ କେବେ ଦେଖି ନାହାନ୍ତି କଲେଜ ହେଉ ବା ବଜାର ସବୁଠି ଦୁଇଜଣ ହଳ ହୋଇ ଥିବେ ଯେଉଁଦିନ ଘର ଛାଡ଼ି ଡାକ୍ତରୀ ପଢ଼ିବାକୁ ଆସିଥିଲେ ମା କହିଥିଲେ ଜୟାକୁ ଜ୍ୟୋତିର ଧ୍ୟାନ ନେବାପାଇଁ ଆଉ ସେ ସେଥିରେ କେବେ ବି ଅବହେଳା କରିନାହିଁ ଡାକ୍ତରୀପାଠ ସାରିଦେଇ ତିନିବର୍ଷ ହେଲା ଏକାଠି ଚାକିରୀ କରୁଛନ୍ତି ଆଉ ଆଗକୁ ପଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି
ରୋଷେଇ ଶେଷ ହେଲା, ଦୁଇଜଣ ଏକାଠି ଖାଇ ଟିକିଏ ବିଶ୍ରାମ ନେଲେ ତା’ପରେ ବସି ପାଠ ପଢ଼ିବାକୁ ଲାଗିଲେ କିଛି ସମୟପରେ ଜ୍ୟୋତି ଲକ୍ଷ୍ୟକଲା ଜୟା କେମିତି ଗୋଟିଏ ଅନ୍ୟମନସ୍କ ହୋଇଯାଇଛି ଯେମିତି କିଛି ଗୋଟିଏ ବିଷୟରେ ଗମ୍ଭୀରତାର ସହ ଚିନ୍ତା କରୁଛି ତେଣୁ ସେ ଜୟାକୁ ହଲେଇ ଦେଇ ପଚାରିଲା, “କଣ ହେଇଛି? ତୁ ଏତେ ଅନ୍ୟମନସ୍କ ହୋଇ କଣ ଭାବୁଛୁ?” ତା କଥା ଶୁଣି ଜୟା ପ୍ରକୃତିସ୍ଥ ହୋଇ କହିଲା, “ଆଜି ମହିଳା ୱାର୍ଡ଼ରେ ଜଣେ ରୋଗୀକୁ ଦେଖି ମୋର ପୂର୍ବକଥା ସବୁ ମନେ ପଡ଼ିଗଲା”
“ଓହୋ, ମୋର ୱାର୍ଡ଼ରେ ଆଜି ବହୁତ ଭିଡ଼ ଥିଲା ତେଣୁ ତୋ ୱାର୍ଡ୍ ଆଡ଼େ ଆଉ ଯାଇ ପାରିଲିନି କହିଲୁ ସେ ରୋଗୀର କଣ ହୋଇଛି?” ଜ୍ୟୋତି ପଚାରିଲା
କିଛି ସମୟର ଅସହ୍ୟ ନିରବତାପରେ ଦୀର୍ଘଶ୍ବାସ ନେଇ କହିଲା, “ହଉ କହୁଛି ଶୁଣ ଆଜି ମହିଳା ୱାର୍ଡ଼ରେ ମୁଁ ନମିତା ନାମକ ରୋଗୀକୁ ଭେଟିଲି ସେ ଗୋଟେ ହତଭାଗିନୀ ଝିଅ ସମୟକ୍ରମେ ତା ଭାଗ୍ୟ ଆକାଶରେ କଳାବାଦଲ ଘୋଟିଯାଇଛି ଅଳ୍ପଦିନ ତଳେ ତା ବିବାହ ହୋଇଛି ସ୍ବାମୀ, ଶାଶୁଶଶୁର, ଦାଦା ଶଶୁର, ଦିଅର, ନଣନ୍ଦରେ ତାର ସଂସାର ଦୁଇଦିନ ତଳେ ଖୁଡ଼ିଶାଶୁଙ୍କ ସାଙ୍ଗରେ ପାଖ ଗାଁକୁ ଭୋଜି ଖାଇବାକୁ ଯାଇଥିଲା ଭୋଜିଖାଇ ରାତିରେ ଘରକୁ ଫେରିବା ବାଟରେ କିଛି ଅସାମାଜିକ ଯୁବକଙ୍କ ପାଶବିକ ଅତ୍ୟାଚାରର ଶୀକାର ହେଲା ଖୁଡ଼ିଶାଶୁଙ୍କୁ ସେଇ ଯୁବକମାନେ ନିସ୍ତୁକ ମାଡ଼ମାରି ଗଛରେ ବାନ୍ଧି ଦେଇଥିଲେ ଏହି ଝିଅଟି ବେହୋସ ହୋଇଯାଇ ଥିବାରୁ ସେମାନେ ଭାବିଲେ ଝିଅଟି ମରିଯାଇଛି, ତେଣୁ ସେମାନେ ସେଠାରୁ ଫେରାର ହୋଇଗଲେ ଖୁଡ଼ିଶାଶୁଙ୍କ ଚିତ୍କାର ଶୁଣି କେତେ ସମୟ ପରେ ଲୋକମାନେ ଆସି ସେମାନଙ୍କୁ ଉଦ୍ଧାର କଲେ ସେ ଦୁହେଁ ଏବେ ଆମ ଡାକ୍ତରଖାନାରେ ଭଲ ଅଛନ୍ତି ହେଲେ ନମିତାର ଆଖିରୁ ଲୁହ ଶୁଖୁନି ସେ କେବଳ କାନ୍ଦି ଚାଲିଛି ଯେତେ ବୁଝେଇଲେ ବି ବୁଝୁନି ପୋଲିସକୁ କିଛି କହିଲେ ପ୍ରାଣରେ ମାରିଦେବେ ବୋଲି ସେଇ ଯୁବକମାନେ ଧମକ ଦେଇ ଯାଇଛନ୍ତି ଆଉ ତା’ ସ୍ବାମୀକୁ ଦେଖିଲେ ତା ଆଖିରୁ ଝିଅଟି ପାଇଁ ଦୁଃଖ, କ୍ଷୋଭ, ଆଉ ଘୃଣାର ମିଶାମିଶି ଭାବନା ପ୍ରକାଶ ପାଉଛି ଯେମିତି ଏଇ ଘଟନା ପଛରେ ସେ ନିରୀହ ଝିଅଟିର ହିଁ ସବୁ ଦୋଷ ଘର ଲୋକମାନେ ପୋଲିସରେ ଖବର ଦେବାପରେ ତଦନ୍ତ ଚାଲିଛି ଆଜି ପୋଲିସ ଝିଅଟିର ଜମାନବନ୍ଦୀ ନେବାକୁ ଆସିଥିଲେ ପୋଲିସକୁ ଦେଖି ସେ ଯେଉଁ ଅନ୍ତର ଥରିଲା ଭଳି କାନ୍ଦିଲା ପୁରା ୱାର୍ଡର ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ମୁଁ ତ ତା କାନ୍ଦ ଦେଖି ପଳାଇଲି ଏତିକି କହି ଜୟା ଭୋ ଭୋ ହୋଇ କାନ୍ଦିଲା ତାକୁ ଏମିତି କାନ୍ଦିବାର ଜ୍ୟୋତି କେବେ ଦେଖିନଥିଲା
ଜ୍ୟୋତି ତାକୁ ଅନେକ ବୁଝେଇଲା ପରେ ସେ ତୁନି ହେଲା ସେ ଏମିତି ବିକଳ ହୋଇ କାନ୍ଦୁଥିଲା ବୋଲି ଜ୍ୟୋତି ପଚାରିବାରୁ ଜୟା ତାକୁ ଲୁହଛଳଛଳ ନୟନରେ ଚାହିଁ କହିଲା, ତୁ ମୋର ଦୁଃଖଭରା କାହାଣୀ ଜାଣିନାହୁଁ ମୋ ଜୀବନରେ ବି ଏମିତି ଏକ ଦୁର୍ଘଟଣା ଘଟିଥିଲା ମୁଁ ମା’ଙ୍କୁ ସବୁ କଥା କହିଛି ତୋତେ ମା’ କି ମୁଁ ଏ ବିଷୟରେ କିଛି କହିନଥିଲୁ ତୁ ତ ଏବେ ଆଉ ଛୋଟ ପିଲା ହୋଇନାହୁଁ, ତେଣୁ ତୋ ଆଗରେ କଥାଟା ଲୁଚେଇବା ଆବଶ୍ୟକ ନାହିଁ ହେଲେ ମୋତେ କଥା ଦେ ଯେପରି ତୁ ଏ କଥା ଆଉ କାହାକୁ କେବେ ନ କହୁ ଜ୍ୟୋତି ଜୟାର ଦୁଇ ହାତକୁ ଧରି କହିଲେ, ମୁଁ ସତ୍ୟ କରି କହୁଛି ମୋ ଜୀବନରେ ଥିବା ଯାଏ ମୁଁ ଏ କଥା କାହାରି ଆଗରେ କହିବିନି
ଜୟା ଟିକେ ବିରାମ ନେଇ କହିଲା, ହଉ ତେବେ ଶୁଣ ମୁଁ ଗାଁ ସ୍କୁଲରେ ନବମଶ୍ରେଣୀରେ ପଢୁଥିଲି ପ୍ରଥମରୁ ନବମଶ୍ରେଣୀ ପର୍ଯ୍ୟନ୍ତ ମୁଁ ସବୁବେଳେ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରୁଥିଲି ତେଣୁ ସବୁ ଶିକ୍ଷକମାନେ ମୋତେ ବହୁତ ଭଲ ପାଆନ୍ତି ଛାତ୍ରଛାତ୍ରୀଙ୍କର ମଧ୍ୟ ମୁଁ ପ୍ରିୟଥିଲି ସ୍କୁଲରେ ଯେତେ ପ୍ରତିଯୋଗୀତା ହୁଏ ପ୍ରାୟ ମୁଁ ପ୍ରଥମ ହେଉଥିଲି ମୋତେ ଜଣାନଥିଲା ଯେ ଯେଉଁ ପିଲାଟି ଦ୍ବିତୀୟ ହୁଏ ତା ବଡ଼ଭାଇମାନେ ମୋତେ ଇର୍ଷ୍ୟା କରନ୍ତି ବୋଲି ସେ ସବୁବେଳେ ଚେଷ୍ଟା କରୁଥାନ୍ତି ନିଜକୁ ପ୍ରଥମ କରିବାପାଇଁ ଦିନେ ରବିବାର ହୋଇଥାଏ ମୁଁ ମାମୁଁଙ୍କ ଘରକୁ ଯାଇଥିଲି ସଞ୍ଜବେଳେ ମାମୁଁଙ୍କ ସ୍କୁଟରରେ ବସି ଆମେ ଘରକୁ ଫେରୁଥାଉ ଆମ ସାଇଡ଼ରେ ଗୋଟିଏ କାର୍ ଆସି ଅଟକିଗଲା ମାମୁଁ ସ୍କୁଟର ଅଟକାଇଲେ, କାର ଭିତରୁ ଜଣେ କେହି ପାଖ ଗାଁକୁ ଯିବାପାଇଁ ରାସ୍ତା କେଉଁପଟେ ବୋଲି ପଚାରିଲା ଏହି ସମୟରେ କାର କବାଟ ଖୋଲି ଚାରିଜଣ ଲୋକ ଆଗେଇ ଆସି ମାମୁଁଙ୍କୁ ଅତର୍କିତ ଆକ୍ରମଣ କଲେ ଫଳରେ ମାମୁଁ ବେହୋସ ହୋଇ ସେଇଠି ପଡ଼ିଗଲେ ମୁଁ କିଛି ବୁଝିବାପୂର୍ବରୁ ସେମାନେ ଜଣ ଜଣ କରି ମୋ ଉପରେ ପାଶବିକ ଅତ୍ୟାଚାର କରିବାକୁ ଲାଗିଲେ ମୁଁ ଭୟ ଓ ଯନ୍ତ୍ରଣାରେ ଚେତା ହରାଇଲି ବୋଧେ ସେମାନେ ମାମୁଁଙ୍କୁ ଉଠେଇକି ଆଉ କେଉଁଠିକୁ ନେଇ ଯାଇଥିଲେ ମୋର ଚେତା ଫେରିବା ବେଳକୁ କେବଳ ସ୍କୁଟରଟା ପଡ଼ିଥିଲା, ମାମୁଁଙ୍କ ଦେଖା ନଥିଲା ମୁଁ କଣ କରିବି କିଛି ଚିନ୍ତା କରି ପାରିଲି ନାହିଁ ମୋତେ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା କିଛି ସମୟ ପରେ ଭାବିଲି, ଯଦି ଏ କଳଙ୍କର ଟିକାକୁ ନେଇ ଘରକୁ ଯିବି ଆଉ ଘରଲୋକ ମୋତେ ଗ୍ରହଣ ନ କରିବେ ତେବେ କଣ ହେବ? ଯଦି ଘର ଲୋକ ମୋତେ ଗ୍ରହଣ କରନ୍ତି ତେବେ ଏ କଳଙ୍କର ଦାଗପାଇଁ ସେମାନେ କାହାକୁ ମୁହଁ ଦେଖାଇ ପାରିବେନି ପୋଲିସ ପାଖକୁ ଯାଇ ସମାଜ ଆଗରେ ନିଜକୁ ପ୍ରକାଶ କରିବା ଅପେକ୍ଷା ବରଂ ମୃତ୍ୟୁଭଲ ପ୍ରଥମେ ଭାବିଲି ଆତ୍ମହତ୍ୟା କରିବି ତା ପରେ ଭାବିଲି ଆତ୍ମହତ୍ୟା କରିବା ମହାପାପ ତା ଛଡ଼ା କେବଳ ଭୀରୁ, କାପୁରୁଷ ମାନେ ହିଁ ଆତ୍ମହତ୍ୟା କରନ୍ତି ତା ଛଡ଼ା ଏ ଯେଉଁ ଘଟଣା ଘଟିଲା ସେଥିରେ ମୋର ବା ଦୋଷ କଣ?ତେଣୁ ସେଠୁ ଚାଲି ଚାଲି ଦଶ କିଲୋମିଟର ଦୂରରେ ଥିବା ଷ୍ଟେସନକୁ ଗଲି ସେଠି ଦେଖିଲି ଗୋଟିଏ ଟ୍ରେନ୍ ଲାଗିଛି ଆଉ ଆଗପଛ ବିଚାର ନ କରି ମୁଁ ଟ୍ରେନରେ ଚଢ଼ିଗଲି
ମୁଁ ଜାଣିନଥିଲି ମୋତେ ମୋ ଭାଗ୍ୟ କେଉଁଆଡ଼େ ନେବ ବିଷାଦର ଅନ୍ଧକାରକୁ ଚିରି ମୁଁ ବଞ୍ଚିବାକୁ ଚାହୁଁଥିଲି ଆତ୍ମସମ୍ମାନର ସହ ତା ପରଦିନ ଚାରିଟା ବେଳକୁ ଗାଡ଼ି କେଉଁଠି ଅଟକିଲା ସେଠୁ ଗାଡ଼ିରୁ ଓହ୍ଲାଇ ମୁଁ ଲକ୍ଷ୍ୟହରା ଯାତ୍ରୀଟିଏ ପରି ଚାଲିଲି ଆଗକୁ ଆଗକୁ ମୋ ଭାଗ୍ୟକୁ ମାଙ୍କୁ ଦେଖିଲି ସେ ସ୍କୁଲରୁ ଫେରୁଥାନ୍ତି ଏକୁଟିଆ ତାଙ୍କୁ ଦେଖି ସେଇ ରାସ୍ତା ଉପରେ ମୁଁ ତାଙ୍କ ଗୋଡ଼ତଳେ ପଡ଼ିଗଲି ସେ ମୋତେ ଦେଖି କଣ ଭାବିଲେ କେଜାଣି ମୋତେ ତଳୁ ଉଠାଇ ମୁଣ୍ଡକୁ ଆଉଁସି ଦେଲେ ଆଉ ନିଜ ସହିତ ଘରକୁ ନେଇ ଆସିଲେ ଘରେ ପହଞ୍ଚିବାପ୍ରେ ସେ ମୋତେ ତୋର ଡ୍ରେସ୍ଟିଏ ଦେଇ କହିଲେ, ମା ଆଗ ଯା ଗାଧୋଇପଡ଼ି ସଫା ଡ୍ରେସଟି ପିନ୍ଧି ଆସ କିଛି ଖାଇବୁ ପଛରେ ତୋ କାହାଣୀ କହିବୁ
ମୁଁ ମା’ଙ୍କ ମମତାମୟୀ ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ଭାବିଲି ସତରେ ଏ ଦୁନିଆରେ ଏମିତି ଲୋକ ଅଛନ୍ତି? ଗୋଟିଏ ଅଜଣା ଅଶୁଣା ଝିଅକୁ ଏତେ ସ୍ନେହ ଦେଇ ପାରନ୍ତି ମୁଁ ମା’ଙ୍କ କଥାମାନି ଗାଧୋଇ ସାରି ତୋ ଡ୍ରେସ ପିନ୍ଧିଲି ତା ପରେ ମା ଯାହା ଖାଇବାକୁ ଦେଲେ ତାକୁ ସୁନାପିଲା ପରି ସବୁ ଖାଇଦେଲି ଖାଇସାରି ଶୋଇପଡ଼ିଲି ରାତିରେ ତୁ ଶୋଇବାପରେ ମା’ଙ୍କୁ ମୋର ଦୁଃଖର କାହାଣୀ ସବୁ କହିଲି ସେ ସବୁ କଥା ଶୁଣିବାପରେ ମୋତେ ବହୁତ ବୁଝାଇଲେ ତାପରେ ମୋତେ ପଚାରିଲେ ମୁଁ କଣ କରିବାକୁ ଚାହୁଁଛି? ମୁଁ ମା’ଙ୍କୁ କହିଲି କେଉଁଠାରେ କିଛି କାମ କରି ନିଜ ପେଟ ପୋଷିବି ଏହା ଶୁଣି ମା ମୋତେ କହିଲେ, ତୋର କେଉଁଠି କାମ କରିବା ଦରକାର ନାହିଁ ତୁ ମୋ ସହିତ ଏଇଠି ରହିବୁ ମୋ ଝିଅ ହୋଇ ଏଇଠି ତୁ ପଢ଼ିବୁ
ମା’ଙ୍କ କଥା ଶୁଣି ମୁଁ କାନ୍ଦି ପକାଇଲି ମୋ ଭାଗ୍ୟକୁ ମୁଁ ଆଉ କଣ ନିନ୍ଦିବି ସେଇ ଭାଗ୍ୟବଳରେ ମୁଁ ମାଙ୍କୁ ପାଇଲି ତୁ ବି ସେତେବେଳେ ନବମଶ୍ରେଣୀରେ ପଢୁଥିଲୁ ମା ମୋତେ ବି ନେଇ ତୋ ସ୍କୁଲରେ ନାଁ ଲେଖେଇ ଦେଲେ ମୋ ପାଇଁ ସ୍କୁଲ ଡ୍ରେସ୍ ତିଆରି କରିଦେଲେ ତାପରେ ଆମେ ଦୁଇଜଣ ସାଙ୍ଗ ହୋଇ ପାଠ ପଢ଼ିଲେ ମା ତୋତେ କହିଲେ କି ମୁଁ ତାଙ୍କର ଦୂର ସମ୍ପର୍କୀୟ ଭଉଣୀଙ୍କ ଝିଅ ତେଣୁ ସମ୍ପର୍କରେ ମୁଁ ତୋର ଭଉଣୀ ଆଉ ଏବେ ମୁଁ ତୁମ ଘରେ ରହି ଆଗକୁ ପାଠ ପଢ଼ିବାକୁ ଆସିଛି ତାପରେ ଆମେ ଦୁହେଁ ଭଉଣୀ ବେଷ୍ଟ୍ ଫ୍ରେଣ୍ଡସ୍ ହୋଇଗଲେ ମାଙ୍କୁ ନ ଜଣାଇ ମୁଁ ଆମ ଘରକୁ ଚିଠିଟିଏ ଲେଖି ସବୁ ଘଟନା ବିଷୟରେ ଜଣାଇଦେଲି ଏହା ମଧ୍ୟ ଲେଖିଲି, ମୋତେ ଖୋଜିବାକୁ ଚେଷ୍ଟା କରିବନି କାରଣ ଏ ଚିଠି ପାଇଲା ବେଳକୁ ମୁଁ ଆଉ ଏ ଦୁନିଆରେ ନଥିବି ଦିନପରେ ଦିନ ଆଉ ମାସପରେ ମାସ ବିତିଗଲା ବାକି ସବୁ ତ ତୁ ଜାଣୁ ବାପା ସିନା ଅକାଳରେ ଦୁର୍ଘଟଣାରେ ଚାଲିଗଲେ ହେଲେ ମା କେତେ ଧୈର୍ଯ୍ୟର ସହ ସାହସର ସହିତ ସବୁ ଦାୟିତ୍ବକୁ ଭଲ ଭାବରେ ତୁଲାଇଛନ୍ତି ସବୁ ବନ୍ଧୁବାନ୍ଧବଙ୍କ ଆଗରେ ମୋତେ ନିଜର ଝିଅ ବୋଲି ହିଁ ପରିଚିତ କରାଇଛନ୍ତି
ଆଜି ଯେତେବେଳେ ନମିତାକୁ ଦେଖିଲି ମୋତେ ମୋର ସେଇ ପୁରୁଣା ଦିନ ସବୁ ମନେ ପଡ଼ିଗଲା ଯଦି ମା’ଙ୍କ ସହ ଭେଟ ନ ହୋଇଥାନ୍ତା ଆଜି ମୁଁ କେଉଁଠି ଥାଆନ୍ତି କହି ପାରିବିନି ମୋର ଅବସ୍ଥା ଯେ କଣ ହୋଇଥାନ୍ତା ମୁଁ ଆଜି ଭାବିପାରୁନି
ତୁ କହ ଜ୍ୟୋତି, ଏମିତି ଦୁର୍ଘଟଣା ପାଇଁ ସବୁବେଳେ ନାରୀଟେ ହିଁ କାହିଁକି କଷ୍ଟ ଭୋଗିବ? ଏଥିରେ ଗୋଟେ ନାରୀ କିମ୍ବା ଝିଅର କି ଦୋଷ? ଏ ସମାଜରେ କଣ ଗୋଟିଏ ଝିଅକୁ ଶାନ୍ତିରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ନାହିଁ? ବେଳେ ବେଳେ ମୁଁ ଭାବେ ଏହା କଣ ଭାଗ୍ୟର ବିଡ଼ମ୍ବନା ନା ସମାଜ ପରିଚାଳିତ ନିୟମ ଯାହା ସବୁବେଳେ ନାରୀ ଆଡ଼କୁ ଆଙ୍ଗୁଠି ଦେଖାଏ ଏ ପୁରୁଷପ୍ରଧାନ ସମାଜରେ ଗୋଟିଏ ନାରୀକୁ ସମ୍ମାନର ସହ ବଞ୍ଚିବାର ଅଧିକାର କେବେ ମିଳିବ?
ସବୁ ପୀଡ଼ିତାଙ୍କୁ ମା’ଙ୍କ ଭଳି ଦେବୀ ମିଳିବା ସହଜ ନୁହେଁ ଆଉ ଯଦି ମା’ଙ୍କ ଭଳି ଜଣେ ଜଣେ ଦେବୀ ଯଦି ଦୁଃସ୍ଥ, ଅସହାୟଙ୍କୁ ମିଳିବେ ତା ହେଲେ ବୋଧହୁଏ ମୋ ଭଳି ସମସ୍ତଙ୍କ ଭାଗ୍ୟ ବଦଳିଯିବ
ପ୍ଲଟ୍ ନଂ - ୨୧୭ / ପି, ୟୁନିଟ୍ - ୯ (ଫ୍ଲାଟ୍), ବାୟାବାବା ମଠ ଲେନ୍, ଭୁବନେଶ୍ବର - ୨୨
Go Back to Previous Page
ଯନ୍ତ୍ରଣା
ମଧୁସ୍ମିତା ପଟ୍ଟନାୟକ
Read Article
କଦୃ ଏବଂ ସରକାରୀ ନେତା
ଦେବାଶିଷ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ