ମୋର ସକଳ ତେଜ, ପ୍ରଜ୍ଞା ଓ ଶ୍ରୀ
ତୁମକୁ ସମର୍ପି ଦେଲି,
ଉତ୍ତିଷ୍ଠ ହୁଅ;
ଓଁକାର ମୟ ପାଲଟିଯାଉ
ଏ ଅଚଳାମାଟି...
ମୋର ସମସ୍ତ ଅକରୁଣା, ଅହଂକାର ଓ ନିର୍ମମତା
ତୁମକୁ ଭେଟିଦେଲି,
ସଂହାରି ଆବର୍ତ୍ତରେ
ବଳି ପଡ଼ିଯାଉ ସମସ୍ତ ପାଶବିକତା;
ଶୀତଳ ହୋଇଉଠୁ
ଏ ଧୂସର ଧରିତ୍ରୀ...
ମୋର ସବୁତକ ମଧୁର ପ୍ରେମ
ବାସନା ଓ ଅଭିମାନ
ସବୁ ତ ଅର୍ପିଦେଲି ତୁମକୁ,
ଅନନ୍ତ ପୁଲକର ଗରିମାରେ
ମଧୁକ୍ଷରା ପାଲଟି ଉଠୁ
ଏ ଚିତ୍ରିତ ପୃଥିବୀ...
ପ୍ଲଟ୍ ନଂ : ୬୬୨/୨୦୦୪/୧, ପାର୍କ୍ ପାରାଡ଼ାଇଜ୍ କଲୋନୀ
ରଘୁନାଥପୁର, ଭାୟା: ବାରଙ୍ଗ, ଥାନା : ନନ୍ଦନକାନନ
ଜିଲ୍ଲା : ଖୋର୍ଦ୍ଧା, ୭୫୪୦୦୫, ଓଡ଼ିଶା
Go Back to Previous Page
ବୀରତ୍ବ
ଡ: ସଂଘମିତ୍ରା ମହାପାତ୍ର
Read Article
ସେ ମୁଁ ଓ ଶୂନ୍ୟତା
ସମ୍ବିତ ପ୍ରସାଦ କର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ