ଅସରନ୍ତି ଆଶା
ଆଉ ପ୍ରତ୍ୟାଶାର ନୀରବ
ବହନ୍ତି ପ୍ରବାହ ଧାରାଟିଏ ତୁ...
ସଜ୍ଜଳ ସଲଜ୍ଜ ଜ୍ୟୋତ୍ସ୍ନା
କିରଣରେ ପ୍ରତିକିତ
ନାରୀ ମୂର୍ତ୍ତିଟେ ପରି
ଝିଲିମିଲି ଦିଶୁଥିବା ତୋ ରତ୍ନଗଭା
ନୀଳ ଜଳରାଶି
କୋଟି ଜନମନ ନିଏ ଆକର୍ଷି
ତୋ ପଠାର ସୈକତରେ
ଯେତେ ପାଦ ମୋର ପଡ଼ିଯାଏ
ମନେ ହୁଏ, ପୁଣିଥରେ
ଫେରିଛି ମୋ... ପିଲାବେଳ!
କେତେ ଯେ ସମୟ କଟିଛି
ତୋ ବୁକୁର ପାଦପରେ
ସବୁବେଳେ ଝୁରିହୁଏ ଏଇ ମୋର ମନ
ତଥାପି...
ଏ ସମୟଟା ବଡ଼ କୃପଣ
ଥରଟିଏ ଯଦି ଫେରାଇ ଦିଅନ୍ତା
ମୋ ପିଲାବେଳ
ଧନ୍ୟ ହୁଅନ୍ତା, ଚିରଦିନ ପ୍ରତୀକ୍ଷାରେ ଥିବା
ମୋ ବିକ୍ଷିପ୍ତ ମନ
ଧରେ ଅଧେ ଏବେ ଏବେ
ମନେ ପଡ଼େ ମୋର
ଝାପସା ହୋଇ ଦିଶିଯାଏ ସେ ପୁରୁଣାଦିନ
ସକାଳୁ ସଦ୍ୟସ୍ନାତ ସାରି...
ତୋ ତଟ ଦେଶରୁ ଫେରୁଥାଏ
ନବ ବଧୁଟିଏ...
ପାଦରେ ତା’ ପାଉଁଜିର ନିକ୍ବଣ...
ହାତରେ ତା ଚୁଡ଼ିର ସମ୍ଭାର
ଓଢ଼ଣା ଫାଙ୍କରୁ ଚାନ୍ଦପରି ଦିଶୁଥାଏ
ନବୀନ ବଧୁର ମୁହଁ...
ମନେ ଅଛି ଏବେ ବି ମୋର
ମଳୟେ ସମୟେ ତୋ’ ପଠାରେ
ଯେବେ ଯେବେ ଭେଟ ହୁଏ
ଶୂନ୍ୟତା ସାଥିରେ
ତୋଳିଧରେ ପବନଟା
ବୁକୁଟାକୁ ମୋର...
ମୁହୂର୍ତ୍ତକ ପାଇଁ ହେଉପଛେ
ଜୀବନଟା ଲାଗେ ସତେ
ମନମୁଗ୍ଧକର
ଭଲଲାଗେ ଭ୍ରମିବାକୁ
ତୋ’ ତଟିନୀ ବେଳାରେ
ପରଦେଶୀ ବନ୍ଧୁପରି...
ହେଲେ, କିନ୍ତୁ
ସମୟଟା ମାଡ଼ିଚାଲେ
ଦିଗବଳୟର ଆକାଶରେ
ଛୋତ ଜହ୍ନପରି କ୍ଷୀପ୍ରଗତିରେ
ଗବେଷକ, ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ
ଭ୍ରାମ୍ୟଭାଷ : ୯୮୫୩୯୨୬୭୭୫
Go Back to Previous Page
ପ୍ରେମ ଋତୁରେ
ସତ୍ୟବ୍ରତ ବାରିକ
Read Article
ମାଆର ପଣତ ତଳେ
ଶୈବାଳିନୀ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ