ଓଢ଼ଣୀକୁ ଟାଣି ନଇଁ ନଇଁ ଦିନେ
ତମ ସାଥେ ଯିବି ଚାଲି
ଶୁଭ ଶଙ୍ଖନାଦେ ଖୁସି ଅଗଣାରେ
ପଡୁଥିବ ହୁଳୁହୁଳି
ପ୍ରେମିକାରୁ ତୁମ ପାଲଟିବି ମୁହିଁ
ଜୀବନର ଅର୍ଦ୍ଧାଙ୍ଗିନୀ
ପୂନେଇ ରାତିରେ ଚନ୍ଦ୍ରମାର ସାଥେ
ମଧୁ ଛିଞ୍ଚୁଥିବି ପୁଣି
ଶାଶୁଶଶୁରଙ୍କ ମନ ନେଇ କି ମୁଁ
ନିତି କରୁଥିବି ପୂଜା
ନଣନ୍ଦ, ଦିଅର ସଭିଙ୍କର ମନୁ
କାଢ଼ିଦେବି ଦୁଃଖ ସଦା
ଚଉଁରା ମୂଳରେ ଦେବୀ ସଞ୍ଜବତୀ
ବସେଇବି ଗୁରୁବାର
ଭାବ ଭକତିରେ ଶ୍ରଦ୍ଧା ଶକତିରେ
ପୂଜିବି ତବ ପୟର
ଯେତେ ଦୁଃଖ କଷ୍ଟ ଝଡ଼ଝଞ୍ଜା ଆସୁ
ସବୁକୁ ଯିବି ମୁଁ ସହି
ଏତିକି ମିନତି ମୋ କପାଳରେ
ଆଶିଷ ଦେଉଥ ରହି
ସିନ୍ଥିର ସିନ୍ଦୁର ବଜର ହେଉ ଗୋ
ତୁମେ ହିଁ ମୋ ଭଗବାନ
ତମରି ପୟରେ ପୂଜୁଥିବା ବେଳେ
ଛାଡୁ ମୋ ପିଣ୍ଡରୁ ପ୍ରାଣ
କେ.ପାଲି, ବୀରମହାରାଜପୁର, ସୁବର୍ଣ୍ଣପୁର
ଓଡ଼ିଶା
ଭ୍ରାମ୍ୟଭାଷ : ୭୬୮୩୮୯୩୮୨୨
Go Back to Previous Page
ପ୍ରେମର ଅବିର
କାହ୍ନୁଚରଣ ସାହୁ
Read Article
ପ୍ରେମ ଋତୁରେ
ସତ୍ୟବ୍ରତ ବାରିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ