କହିବାକୁ କିଛି ବି ନାହିଁ
ଶୁଣିବାକୁ କେହି ବି ନାହିଁ
ବୁଝିବା ତ ବହୁତ ଦୁରର କଥା
ସମସ୍ତେ ଆଜି ନିଜ ନିଜ ଭିତରେ ବନ୍ଦୀ...
ସମସ୍ତେ ବ୍ୟସ୍ତ,
ନିର୍ବାଚନୀ ନଦୀ ପାର କରିବାର
ଆଲୋଚନା ଓ ପର୍ଯ୍ୟାଲୋଚନାରେ...
ସମସ୍ତର ଗୋଟିଏ ଲକ୍ଷ୍ୟ... ‘ଉନ୍ନତି’
କିନ୍ତୁ କାହାର?
ସମସ୍ତଙ୍କର ଗୋଟିଏ କଥା
“ଏ ଧର୍ମ ଯୁଦ୍ଧରେ ଆପଣ ସାରଥୀ
ମୁଁ କେବଳ ନିମିତ୍ତମାତ୍ର”
ତା’ହେଲେ ଏ ‘ମୁଁ’ ଟି କିଏ...
ସେ ‘ମୁଁ’ ଟି ବି ଆମେ ହିଁ ତ?
ସତରେ ଆମେ କେତେ ସ୍ବାର୍ଥପର ଆଜି!!!
ଦେଶର ଜିଏସଟି କମିଲା
ତ ମୋର କଣ ଗଲା?
ସୀମାରେ ଯବାନ ଶହୀଦ ହେଲେ
ତ ମୋର କଣ ଗଲା?
ଦେଶ ବାହାର ଭିତର ଶତୃ କବଳିତ ହେଲା
ତ ମୋର କଣ ଗଲା?
ରାଜ୍ୟର ଐତିହ୍ୟ, ସଂସ୍କୃତି, ପରମ୍ପରା କଳାର
ନଗ୍ନରୂପ ବିଦେଶୀଙ୍କୁ ଆକର୍ଷିତ କଲା
ତ ମୋର କଣ ଗଲା?
ଶ୍ରୀ ମନ୍ଦିରରୁ ପଥର ଖସିଲା
ନୀଳଚକ୍ରରୁ ବାନା ଚିଲ ନେଇଗଲା
ବିଶ୍ବପ୍ରସିଦ୍ଧ ଜଗନ୍ନାଥଙ୍କ ଅବଢ଼ା
ସେବାୟତଙ୍କ କୋପରେ ବନ୍ଦ ହୋଇଗଲା
ତ ମୋର କଣ ଗଲା?
ଦେଶ ଓ ଜାତିର ଆଗାମୀ ଭବିଷ୍ୟତ,
ମୋର ମୋର ଭିତରେ
‘ଆମର’ର ମହତ୍ବ ହିଁ ଭୁଲିଗଲାଣି
ସେଥିପାଇଁ କଣ ‘ଆମର’
କିଛି ବି ଉତ୍ତରଦାୟିତ୍ବ ନାହିଁ?
ବିଶ୍ବ ବଞ୍ଚିଲେ ଯେ ଦେଶ ବଞ୍ଚିବ,
ଦେଶ ବଞ୍ଚିଲେ ଯେ ରାଜ୍ୟ ବଞ୍ଚିବ,
ରାଜ୍ୟ ବଞ୍ଚିଲେ ଯେ ମଣିଷ ଜାତି ବଞ୍ଚିବ,
ମନୁଷ୍ୟତା ବଞ୍ଚିଲେ ହିଁ ଯେ ଆମେ ବଞ୍ଚିବା,
ଆମେ ବଞ୍ଚିଲେ ହିଁ ଯେ ମୁଁ ଟି ବଞ୍ଚିବ,
ଏ କଥାଟି ଆମେ କେବେ ଆଉ ବୁଝିବା?
ବିଶ୍ବପରା ଆଜି ବିନାଶର
ଅନ୍ତିମ ଦ୍ବାରଦେଶରେ...!!!
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା
Go Back to Previous Page
କେବେ କେବେ ତୁମେ
ଅଶୋକ କୁମାର ସେଠୀ
Read Article
ପ୍ରେମର ଅବିର
କାହ୍ନୁଚରଣ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ