କେବେ ତୁମେ ଅଙ୍କା ବଙ୍କା
କେବେ ତୁମେ ସିଧା ,
କେବେ ପୁଣି ସରଳ ତ
କେବେ ଅସୁବିଧା ।
କେବେ ତୁମେ କଳଙ୍କ
କେବେ ତୁମେ ସ୍ୱଚ୍ଛ ,
କେବେ କେଉଁ ପାତ୍ରେ ରୁହ
କେଉଁ ରୂପେ ଦିଶ ।
କେବେ ତୁମେ ଦିନ ତ
କେବେ ତୁମେ ରାତ୍ରି ,
କେବେ ତୁମେ ନିସଙ୍ଗ ତ
କେବେ ସହଯାତ୍ରୀ ।
କେବେ ତୁମେ ମନ୍ଥର ତ
କେବେ ତୁମେ ଦ୍ରୁତ ,
କେବେ ତୁମେ ବନ୍ଧ୍ୟା ତ
କେବେ ପରିବ୍ୟାପ୍ତ ।
କେବେ ତୁମେ ଜଟିଳ ତ
କେବେ ତୁମେ ସରଳ ,
କେବେ ତୁମେ ପିୟୁଷ ତ
କେବେ ହଳାହଳ ଗରଳ ।
କେବେ ତୁମେ ସ୍ୱଳ୍ପ ସନ୍ତୁଷ୍ଟ
କେବେ ତୁମେ ନିବିଡ ପ୍ରଗାଢ ,
କେବେ ତୁମେ ନୀଡ଼ ତ
କେବେ ତୁମେ ଝଡ ।
କେବେ ତୁମେ ଲଳିତ ତ
କେବେ ତୁମେ ଶକ୍ତ ,
କେବେ ତୁମେ ପୁଷ୍ପିତ ତ
କେବେ କଣ୍ଟକିତ ...
କଲ୍ୟାଣ ପୁର, ନୟାଗଡ
ମୋ-9861060152
Go Back to Previous Page
ଘର
ସୁବ୍ରତ କୁମାର ସେନାପତି
Read Article
କହିବାକୁ କିଛି ବି ନାହିଁ
କାର୍ତ୍ତିକ ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ