ଓଡ଼ିଆପୁଅ, ଓଡ଼ିଆପୁଅ
କୋଢ଼ିଆ ନ ହୋଇ ଖଟୁଥାଅ ଭାଇ
ମୁଣ୍ଡଟେକି ଚଳ ନ କରି ଭୟ ଓଡ଼ିଆପୁଅ... (୧)
ଓଡ଼ିଆପୁଅ, ଓଡ଼ିଆପୁଅ
ବାରମାସେ ତେର ପର୍ବପାଳିଣ
ଖୁସି ମନାଇଣ ସୁଖରେ ରୁହ ଓଡ଼ିଆପୁଅ... (୨)
ଓଡ଼ିଆପୁଅ, ଓଡ଼ିଆପୁଅ
ଅତୀତ ଗୌରବ, ଜାତି ଇତିହାସ
ମନେ ରଖିଥିବୁ ସଦା ନିଶ୍ଚୟ ଓଡ଼ିଆପୁଅ... (୩)
ଓଡ଼ିଆପୁଅ, ଓଡ଼ିଆପୁଅ
କହେ ଉତ୍କଳ, ଓଡ଼ିଶା, କଳିଙ୍ଗ
ଏକା ମାଟି ନାମ ଅନେକ ଦିଅଁ ଓଡ଼ିଆପୁଅ... (୪)
ଓଡ଼ିଆପୁଅ, ଓଡ଼ିଆପୁଅ
ପାଇକ ସମର, ସ୍ବାଧୀନ ସଂଗ୍ରାମ
ବୀରଯୋଦ୍ଧା ଗୀତ ତୁ ରଚୁଥାଅ ଓଡ଼ିଆପୁଅ... (୫)
ଓଡ଼ିଆପୁଅ, ଓଡ଼ିଆପୁଅ
ମନେ ନାହିଁ କିରେ, ବାଲି ସୁମାତ୍ରାକୁ
ଯାଉଥିଲୁ ଦିନେ ବାହି ଯେ ନାବ ଓଡ଼ିଆପୁଅ... (୬)
ଓଡ଼ିଆପୁଅ, ଓଡ଼ିଆପୁଅ
ଏକା କୋଣାରକ ମୁଣ୍ଡି ମାରିଥିଲା
ବାରବରଷର ବାଳୁତ ପୁଅ ଓଡ଼ିଆପୁଅ... (୭)
ଓଡ଼ିଆପୁଅ, ଓଡ଼ିଆପୁଅ
ଏ ମାଟିରେ ପରା ଭିଜିଛି ତ କେତେ
ତୋ ପୂର୍ବପୁରୁଷ ଲହୁ ଓ ଲୁହ ଓଡ଼ିଆପୁଅ... (୮)
ଓଡ଼ିଆପୁଅ, ଓଡ଼ିଆପୁଅ
କାଞ୍ଚି ଗୋଦାବରୀ ଜିତିଥିଲା ଦିନେ
ଗଜପତି ଧରି ଯେ ଗଜହୟ ଓଡ଼ିଆପୁଅ... (୯)
ଓଡ଼ିଆପୁଅ, ଓଡ଼ିଆପୁଅ
ନିଜକୁ କେବେ ତୁ ଭାବିବୁନି ହୀନ
ତୋର ସମ ଏ ସଂସାରେ କେ କହ? ଓଡ଼ିଆପୁଅ... (୧୦)
ସି-୮୬, ଲିଙ୍ଗରାଜ ବିହାର
ପୋଖରୀପୁଟ, ଭୁବନେଶ୍ବର-୨୦
ଭ୍ରାମ୍ୟଭାଷ: ୯୯୩୮୧୬୭୩୩୧
Go Back to Previous Page
ଅଫେରା ପଥିକ
ସସ୍ମିତା ସାହୁ
Read Article
ଘର
ସୁବ୍ରତ କୁମାର ସେନାପତି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ