ତୁମେ କଣ୍ଟକବିହୀନ ଗୋଲାପକୁ
ଆଣି ମୋ ଅତିକ୍ରାନ୍ତ ପଥରେ ବିଛାଅନି,
ଭଲ ଭାବରେ ଜାଣିଛ... ମୁଁ ଆଉ ଫେରିବିନି ୧
ଭ୍ରମରର ଗୁଣ ନେଇ ସୁବାସିତ ଫୁଲର
ମହକରେ ଭାସିଯିବି ନାହିଁ,
ପ୍ରଜାପତିର ଗୁଣ ନେଇ ସ୍ବଇଚ୍ଛାରେ ଉଡ଼ିଯିବି
ଅନୁଶୋଚନାର ପାହାଡ଼ ଡେଇଁ୨
ମୋର ଛାଡ଼ି ଆସିଥିବା ପଥକୁ ଅନୁସରଣ କରିବା ବୃଥା
ସେଥିରେ ବିଚ୍ଛୁରିତ ଭାବରେ ଲୋଟି ରହିଛି
କଣ୍ଟା ଆଉ କଣ୍ଟା...୩
ଭାବିବ ନାହିଁ ମୋତେ ଗଙ୍ଗା
ଯେପରି ବୁଡ଼ ପକାଇ ନିଜର ପାପକୁ କରିଦେବ ମୋଚନ
ମୁଁ ତ ପାହାଡ଼ କୋଣରୁ ଉଙ୍କିମାରୁଥିବା ଅଙ୍କାବଙ୍କା ସରୁ ନଈଟିଏ
ଯିଏ ଅନ୍ୟର ଆଢୁଆଳରେ ଚୁପଚାପ
ସମୁଦ୍ରର ମହାଗର୍ଭରେ ନିଜକୁ କରିଦେବ ଲୀନ...୪
ମୋତେ ଗୋଲାପ ଭାବି କୁହୁଡ଼ିରେ ପହଁରିବା ନିରର୍ଥକ
ମୁଁ ତ ବଣମଲ୍ଲୀଟିଏ ଗୋଲାପପରି ମହକ ଥାଇ ବି
ଅନ୍ୟର ସ୍ବାର୍ଥପାଇଁ ନିଜକୁ ଜଳାଞ୍ଜଳି
ଦେବାରେ ମୁଁ ଅସମର୍ଥ...୫
ମହାଦ୍ରୁମ ଭାବି ମୋ ଠାରୁ ଶୀତଳ ଛାୟାର
ଆଶା କରିବା ଭ୍ରମ
ମୁଁ ତ ଅଙ୍କୁରିତ ଚାରାଟିଏ...
ଯିଏ ଉତ୍ତପ୍ତ ସୂର୍ଯ୍ୟାଲୋକେ ନିଜର
ସ୍ଥିତି ପାଇଁ ଚଲାଇ ଚାଲିଛି ସଂଗ୍ରାମ...୬
ମୁଁ ତ ଅଫେରା ପଥର ପଥିକ
ମୋର ଫେରିବା ବାଟକୁ ଚାହିଁବା
ତୁମ ପାଇଁ ହେବ ନିରର୍ଥକ
ତୁମ ପାଇଁ ହେବ ନିରର୍ଥକ...୭
ବ୍ୟାସ ନଗର, ଯାଜପୁର
ଇମେଲ୍ : sahuusasmita837@gmail.com
Go Back to Previous Page
ଲେଖିବାର ମାନେ
ଡଃ ଅସିତ କୁମାର ସ୍ବାଇଁ
Read Article
ଓଡ଼ିଆ ପୁଅ
ଡ: ସତ୍ୟନାରାୟଣ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ