ବିଶ୍ବରେ ବିରଳ ଆମରି ଉତ୍କଳ
ଅଧୁନା ଓଡ଼ିଶା ଭୂଇଁ
ଆରାଧ୍ୟ ଦେବତା ଜଗତର କର୍ତ୍ତା
ଭକ୍ତମନ ଥାନ୍ତି ମୋହି
ବୈଷ୍ଣବର ସାଥେ ଶୈବ ଆଉ ଶାକ୍ତ
ସର୍ବଧର୍ମ ସମନ୍ବୟ
ସଦା ପ୍ରଚଳିତ ବିଶ୍ବେ ପ୍ରତିଷ୍ଠିତ
ପରମ୍ପରା ଲୋକନାଟ୍ୟ
କଟକେ ପାଟୁଆ, ଢେଙ୍କାନାଳେ ଝାମୁ
ଉଡ଼ା ପୂଜା ବାଲେଶ୍ବରେ
ଦଣ୍ଡନାଚ ନାମେ ଏକ ପରମ୍ପରା
ଖ୍ୟାତ ଅଟେ ଗଞ୍ଜାମରେ
ସବୁଠୁ ନିଆରା ଭକ୍ତିଭାବ ଭରା
ଗ୍ରୀଷ୍ମକାଳୀନ ଏ ପର୍ବ
କଳାରୁଦ୍ରମଣି ଭଜହେ ଧ୍ବନିରେ
ଦୁଃଖ ହୁଅଇ ଲାଘବ
ଆରାଧ୍ୟା ଦେବତା ଦଣ୍ଡକାଳୀ ମାତା
ଚମ୍ପାବର, ବେତ ଗୁଆ
ବାଦ୍ୟ ଢୋଲ ଘଣ୍ଟ ମହୁରୀ ଓ ଝାଞ୍ଜ
ମୁଖ୍ୟ ପାଟ ଦଣ୍ଡୁଆ
ମୁଖ୍ୟ ଭୋକ୍ତା ତେର ରହି ଉଜାଗର
ଦଣ୍ଡିତ ଷୋଳପ୍ରକାରେ
ସୁଆଙ୍ଗ ଷୋହଳ ମୁଖ୍ୟ ଆକର୍ଷଣ
ପରମ୍ପରା ଅନୁସାରେ
ବୀଣାକାର ଗୀତ ତେରଦିନ ଯାତ
ଦ୍ବିପହରେ ଧୁଳିଦଣ୍ଡ
ଆମ୍ବ, ଲିଆ, ଖଇ ନବାତକୁ ନେଇ
ପାଣିଦଣ୍ଡେ ସର୍ବେ ରୁଣ୍ଢ
ଚାଉଳ ଅରୁଆ ପ୍ରସାଦ ନିଆରା
ମୁଗଡାଲି ପରିବା ଗୋଟା
ହବିଷ୍ୟାନ୍ନ ସେଇ ଦଣ୍ଡୁଆଙ୍କ ପାଇଁ
ଅକଟା ପୁଣି ଅଫୁଟା
ସରଳ ଗ୍ରାମୀଣ ଜୀବନ ଦର୍ଶନ
କଥାବସ୍ତୁ କାହାଣୀରେ
ହାସ୍ୟରସ ସାଥେ ବହୁ ଉପଦେଶେ
ପ୍ରଦର୍ଶନ ସୁଆଙ୍ଗରେ
ଦଣ୍ଡକାଳୀ ବ୍ରତ ହୁଏ ଉଦ୍ଯାପିତ
ବିଷୁବ ସଂକ୍ରାନ୍ତି ଦିନ
ନବବର୍ଷ ଏଇ ଓଡ଼ିଆଙ୍କ ପାଇଁ
ହନୁମନ୍ତ ଜନ୍ମଦିନ
ଗଞ୍ଜାମ, ଓଡ଼ିଶା
Go Back to Previous Page
ନୀଳକଣ୍ଠ
ଶେଷଦେବ ଯଜ୍ଞକାମ ଦେଓ
Read Article
ଲେଖିବାର ମାନେ
ଡଃ ଅସିତ କୁମାର ସ୍ବାଇଁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ